Advertisment

ନିଖୋଜ ନାବାଳକଙ୍କୁ ଠାବ କଲା ସୋସିଆଲ ମିଡିଆ...୩ଦିନ ପରେ ୫୭୦କିମି ଦୂରରୁ ଉଦ୍ଧାର

ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ।

ଅଦ୍ୟତନ ହୋଇଛି
Missing child

Missing child

Advertisment

ବେଙ୍ଗାଲୁରୁରୁ ନିଖୋଜ ଜଣେ ୧୨ ବର୍ଷର ନାବାଳକ ଆଜି ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ଉଦ୍ଧାର ହୋଇଛି। ନିଖୋଜର ୩ଦିନ ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ। ନାବାଳକ ଷଷ୍ଠ ଶ୍ରେଣୀର ଛାତ୍ର। ଗତ ରବିବାର କୋଚିଂ ଆସି ଆଉ ଘରକୁ ଫେରି ନଥିଲେ। ତାଙ୍କୁ ଖୋଜି ଖୋଜି ଘର ଲୋକ ନୟାନ୍ତ ହୋଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ତାଙ୍କୁ ଖୋଜିବା ପାଇଁ ପରିବାର ଲୋକ ଅନୁରୋଧ କରିଥିଲେ।

Advertisment

ଛାତ୍ରଜଣକ ରବିବାର ପୂର୍ବାହ୍ନ ୧୧ଟାରେ କୋଚିଂ ସେଣ୍ଟର ନିକଟରେ ଦେଖାଯାଇଥିଲେ। ଏହାପରେ ଅପରାହ୍ନ ୩ଟାରେ ୟେମଲୁର ପେଟ୍ରୋଲ ପମ୍ପ ନିକଟରେ ଥିବା ସିସିଟିଭିରେ କଏଦ ହୋଇଛି। ଶେଷ ଥର ପାଇଁ ବେଙ୍ଗାଲୁରୁର ମାଜିଷ୍ଟିକ୍ ବସ୍ ଟର୍ମିନାସରେ ନିକଟରେ ନଜର ଆସିଥିଲେ। ପରେ ସେ କେଉଁଆଡେ ନିଖୋଜ ହୋଇଗଲେ ତାହା ଜଣାପଡିନଥିଲା। ପୋଲିସ ୩ଦିନ ଧରି ଖୋଜିଥିଲା। ଛାତ୍ରଙ୍କୁ ଟ୍ରାକ କରି ସେହି ସ୍ଥାନରେ ପହଞ୍ଚିଥିଲା।

ମାତ୍ର ଛାତ୍ରଜଣକ ସେଠାରେ ନଥିଲେ। ଚିନ୍ତିତ ପିତାମାତା ସୋସିଆଲ ମିଡିଆରେ ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ସାହାଯ୍ୟ ମାଗିଥିଲେ। ସିସିଟିଭି ଫୁଟେଜ୍ ସହିତ ତାଙ୍କୁ ଖୋଜିବା ପାଇଁ ଅନଲାଇନରେ ଅନୁରୋଧ କରିଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ବହୁଳମାତ୍ରାରେ ସେୟାର କଲେ।

Advertisment

ନିଖୋଜ ନାବାଳକର ମା ମଧ୍ୟ ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ଘରକୁ ଫେରିବାକୁ ଅନୁରୋଧ କରିଥିଲେ। ଏହି ପୋଷ୍ଟରଗୁଡିକ ଅନଲାଇନରେ ଖୁବ ଅଧିକମାତ୍ରାରେ ସେୟାର କରାଯାଇଥିଲା। ଯାହା ଫଳରେ ଜଣେ ଯାତ୍ରୀ ମେଟ୍ରୋ ନିକଟରେ ନାବାଳକକୁ ଚିହ୍ନଟ କରିଥିଲେ। ନିଖୋଜର ୫୭୦କିମି ଦୂରରେ ଥିଲେ ନାବାଳକ। ତାଙ୍କ ସହିତ କଥାବାର୍ତ୍ତା କରି ସେ ସ୍ପଷ୍ଟ ହୋଇଥିଲେ ଯେ ନିଖୋଜ ନାବାଳକ ବୋଲି। ଏନେଇ ନାବାଳକର ପରିବାର ଲୋକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ସେମାନେ ହାଇଦ୍ରାବାଦ ଅଭିମୁଖେ ଯାଉଛନ୍ତି।

Coaching Centre Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ