Advertisment

ଦିନେ ଯୌନ ଶୋଷଣର ଶିକାର ହୋଇଥିଲେ ଏବେ କିନ୍ତୁ ଅପରାଧୀର ଦୋଷ କମାଇବାକୁ କୋର୍ଟରେ ଆବେଦନ କଲେ

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ଜିମ୍ ମାଲିକ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜିମ୍ ମାଲିକ ଜଣେ ମହିଳାଙ୍କୁ ଅଟକାଇବା, ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିବା, ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବା ମାମଲାରେ ସମ୍ପୃକ୍ତ ବ୍ୟକ୍ତି ପୋଲିସ ଦ୍ୱାରା ଗିରଫ ହୋଇଥିଲେ।

Mumbai High Court

Mumbai High Court

Advertisment

ମୁମ୍ବାଇ: ଦୁଷ୍କର୍ମ ମାମଲାରେ ଦିନେ ଦୋଷୀ ସାବ୍ୟସ୍ତ ହୋଇଥିଲେ କିନ୍ତୁ ଏବେ ପୀଡ଼ିତାଙ୍କ ଆବେଦନ ପରେ କୋର୍ଟ ଦୋଷୀଙ୍କ ଦଣ୍ଡ କମାଇ ଦେଇଛନ୍ତି। ହୁଏତ ଏହି ଘଟଣା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ। କାରଣ ଦୁଷ୍କର୍ମର ଶିକା ହୋଇଥିବା ପୀଡ଼ିତା କେମିତି ଓ କେଉଁ ପରସ୍ଥିତିରେ ଦୋଷୀର ଦଣ୍ଡ କମାଇ ଦେବାକୁ କୋର୍ଟରେ ଆବେଦନ କଲେ? ତାଙ୍କ ଉପରେ କୌଣସି ଚାପ ପଡ଼ିଥିଲା ନା ଆଉ କଣ ଥିଲା କାରଣ?

Advertisment

ସୂଚନା ଅନୁସାରେ, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ଜିମ୍ ମାଲିକ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜିମ୍ ମାଲିକ ଜଣେ ମହିଳାଙ୍କୁ ଅଟକାଇବା, ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିବା, ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବା ମାମଲାରେ ସମ୍ପୃକ୍ତ ବ୍ୟକ୍ତି ପୋଲିସ ଦ୍ୱାରା ଗିରଫ ହୋଇଥିଲେ।

Advertisment

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମ୍ପୃକ୍ତ ମହିଳା ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି ଯେ ସମୟ ଅତିବାହିତ ହେବା ସହିତ ଦୋଷୀ ନିଜ ଚରିତ୍ର ବଦଳାଇଛନ୍ତି। ବର୍ତ୍ତମାନ ସମୟରେ ସମାଜର ଜଣେ 'ଭଲ ବ୍ୟକ୍ତି' ହୋଇପାରିଛନ୍ତି ସେ, ତେଣୁ ତାଙ୍କୁ ଜେଲରୁ ମୁକ୍ତ କରାଯିବା ଉଚିତ୍ ବୋଲି କୋର୍ଟକୁ କହିଛନ୍ତି। ଏଠାରେ କହୁରଖୁଛୁ, ମାମଲାଟି ୨୦୧୫ ମସିହାରେ ଭଣ୍ଡାରା ପୋଲିସ ଷ୍ଟେସନରେ ରେଜିଷ୍ଟ୍ରେସନ ହୋଇଥିଲା। ପୋଲିସ ଚାର୍ଜସିଟ୍ ଦାଖଲ ପରେ ମାଜିଷ୍ଟ୍ରେଟ୍ କୋର୍ଟ ଅଭିଯୁକ୍ତଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କେବଳ ଏତିକି ନୁହେଁ ବରଂ ଏହା ସହିତ ୩୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା।

ଜିମ୍ ମାଲିକ ୨୦୧୯ ରେ ଭଣ୍ଡାରା କୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୨୦ ରେ ଖାରଜ ହୋଇଯାଇଥିଲା। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ପୀଡିତା ମହିଳା ଜଣକ ଏକ ନୂତନ ଆଫିଡେଭିଟ୍ ଦାଖଲ କରିଛନ୍ତି।

Advertisment

ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ କୋର୍ଟରେ ହାଜର ହୋଇଥିଲେ। କିନ୍ତୁ କୋର୍ଟ ମହିଳାଙ୍କ ଆବେଦନ ଉପରେ ଶୁଣାଣି କରି କହିଥିଲେ ଯେ, ଅପରାଧୀଙ୍କୁ ଏବେ ଦଣ୍ଡମୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ମହିଳାଙ୍କ ଆଫିଡେଭିଟକୁ ଦୃଷ୍ଟିରେ ରଖି ଦଣ୍ଡାଦେଶକୁ ସଂଶୋଧନ କରିବାକୁ କୋର୍ଟ କହିଛନ୍ତି। ଦୋଷୀଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ବୃଦ୍ଧି କରି ଦଣ୍ଡାଦେଶ ହ୍ରାସ କରାଯାଇଛି। ହାଇକୋର୍ଟ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ଦେଇଥିବାବେଳେ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ଉପରେ ୩୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ବ୍ୟକ୍ତି ୭ ଦିନ ମଧ୍ୟରେ ଜରିମାନା ରାଶି ଜମା ନକରନ୍ତି ତେବେ ତାଙ୍କୁ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ।

India Mumbai Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ