Bomb Threat On Iran-China Passenger Plane
ବିମାନରେ ବୋମା ଆତଙ୍କ। ଇରାନ୍ର ଏକ ପାସେଞ୍ଜର ଫ୍ଲାଇଟ୍ରେ ବୋମା ଥିବା ସୂଚନା ମିଳିବା ପରେ ଦିଲ୍ଲୀରେ ଲ୍ୟାଣ୍ଡିଂ ପାଇଁ ଅନୁରୋଧ କରାଯାଇଥିଲା। ହେଲେ ବୈଷୟିକ ତ୍ରୁଟି ଯୋଗୁ ଭାରତରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳି ନଥିଲା। ଭାରତୀୟ ଏୟାର ସ୍ପେସ୍ ଉପରେ Mahan Air Flight ଥିବାବେଳେ ବୋମା ଥିବା ସୂଚନା ମିଳିଥିଲା।
ସୂଚନା ଅନୁସାରେ, ବିମାନଟି(IRM081) ଇରାନ୍ର ତେହରାନ୍ରୁ ଚୀନର Guangzhou ଅଭିମୁଖେ ଯାତ୍ରା କରୁଥିଲା। ତେବେ ଭାରତୀୟ ଏୟାର ସ୍ପେସ୍ ଉପରେ ଥିବାବେଳେ ବିମାନରେ ବୋମା ଥିବା ସୂଚନା ମିଳିଥିଲା। ଏହାପରେ ଦିଲ୍ଲୀରେ ଲ୍ୟାଣ୍ଡିଂ ପାଇଁ ଅନୁରୋଧ କରାଯାଇଥିଲା। ହେଲେ ବୈଷୟିକ ତ୍ରୁଟି ଯୋଗୁ ଭାରତରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳି ନଥିଲା। ଦିଲ୍ଲୀ ଓ ଜୟପୁରରେ ଳ୍ୟାଣ୍ଡିଂ ପାଇଁ ଅନୁମତି ନମିଳିବା ପରେ କର୍ତ୍ତୃପକ୍ଷଙ୍କଠୁ କ୍ଲିଅରାନ୍ସ ପାଇବା ପରେ ବିମାନଟି ଚୀନ ଅଭିମୁଖେ ଯାତ୍ରା କରିଥିଲା।
ପୋଲିସ୍ ସୂଚନା ଅନୁସାରେ, ବିମାନରେ ବୋମା ଥିବା ନେଇ ଆଜି ସକାଳ ୯ଟା ୨୦ ମିନିଟ୍ରେ ଏକ ଫୋନ୍ କଲ୍ ଆସିଥିଲା। ଏହାପରେ ତୁରନ୍ତ କର୍ତ୍ତୃପକ୍ଷ ଦିଲ୍ଲୀ ଏୟାରପୋର୍ଟକୁ ଆଲର୍ଟ କରିଥିଲେ ଓ ଲ୍ୟାଣ୍ଡିଂ ପାଇଁ ଅନୁରୋଧ କରିଥିଲେ। ତେବେ ବୈଷୟିକ ତ୍ରୁଟି ଯୋଗୁ ଅନୁମତି ମିଳି ନଥିଲା ଓ ଏହାକୁ ଜୟପୁରକୁ ଡାଇଭର୍ଟ କରାଯାଇଥିଲା। ହେଲେ ସେଠାରେ ମଧ୍ୟ ଅନୁମତି ମିଳିଲା ନାହିଁ। ଶେଷରେ ବିମାନଟି ଚୀନ ଅଭିମୁଖେ ଯାତ୍ରା କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664780092.jpg)