Bomb Scare In Delhi Bound Flight
ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଥିବା ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି ଦିଲ୍ଲୀ ଏୟାରପୋର୍ଟରେ ଳ୍ୟାଣ୍ଡ୍ କରିଥିଲା। ଏହାପରେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିମାନକୁ ଯାଞ୍ଚ କରାଯାଇଥିଲା। ବିମାନରେ ୩୮୬ ଜଣ ଯାତ୍ରୀ ଓ ୧୬ ଜଣ କ୍ରୁ ମେମ୍ବର୍ସ ଥିଲେ।
ଆଲର୍ଟ ପରେ ପହଞ୍ଚିଲେ ଏଜେନ୍ସି
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ୧୫ରେ ଫୋନ୍କଲ୍ ଆସିଥିଲା ଯେ ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନ No SU 232ରେ ବୋମା ରହିଛି। ବିମାନଟି ରାତି ୩ଟା ୨୦ରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବାର ଥିଲା। ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ସମସ୍ତ ଏଜେନ୍ସିକୁ ଆଲର୍ଟ କରାଯାଇଥିଲା। ଏହାପରେ Bomb Disposal Squad, ରେସ୍କ୍ୟୁ ଟିମ୍କୁ ଏୟାରପୋର୍ଟରେ ମୁତୟନ କରାଯାଇଥିଲା। ବିମାନ ରନ୍ୱେ ୨୯ ପରେ ଲ୍ୟାଣ୍ଡ୍ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିଲା। ଏହାସହ ବିମାନ ଭିତରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା।
ଏହାପୂର୍ବରୁ ମଧ୍ୟ ବିମାନରେ ବୋମା ଥିବା ଖବର ନେଇ ସୂଚନା ମିଳିଥିଲା
ଏହାପୂର୍ବରୁ କିଛି ଦିନ ପୂର୍ବେ ଇରାନରୁ ଚୀନ ଯାଉଥିବା ବିମାନରେ ବୋମା ଥିବା ସୂଚନା ମିଳିଥିଲା। ଇରାନ୍ର ଏକ ପାସେଞ୍ଜର ଫ୍ଲାଇଟ୍ରେ ବୋମା ଥିବା ସୂଚନା ମିଳିବା ପରେ ଦିଲ୍ଲୀରେ ଲ୍ୟାଣ୍ଡିଂ ପାଇଁ ଅନୁରୋଧ କରାଯାଇଥିଲା। ହେଲେ ବୈଷୟିକ ତ୍ରୁଟି ଯୋଗୁ ଭାରତରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳି ନଥିଲା। ଭାରତୀୟ ଏୟାର ସ୍ପେସ୍ ଉପରେ Mahan Air Flight ଥିବାବେଳେ ବୋମା ଥିବା ସୂଚନା ମିଳିଥିଲା। ସୂଚନା ଅନୁସାରେ, ବିମାନଟି(IRM081) ଇରାନ୍ର ତେହରାନ୍ରୁ ଚୀନର Guangzhou ଅଭିମୁଖେ ଯାତ୍ରା କରୁଥିଲା। ତେବେ ଭାରତୀୟ ଏୟାର ସ୍ପେସ୍ ଉପରେ ଥିବାବେଳେ ବିମାନରେ ବୋମା ଥିବା ସୂଚନା ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1665718612.jpg)