Advertisment

ବନ୍ୟା ଓ ଭୂସ୍ଖଳନ ପାଇଁ ଅନଲାଇନ୍‌ରେ ପଡ଼ିଲା ହାତଗଣ୍ଠି, ଭର୍ଚୁଆଲି ବିବାହ କଲେ ବରକନ୍ୟା

ବର୍ଷା ପାଇଁ ଝିଅ ଘରକୁ ଯିବା ସମ୍ଭବପର ନଥିଲା ...ଏଥିପାଇଁ ବିକଳ୍ପ ନିଷ୍ପତ୍ତି ବାହାର କଲେ ପରିବାର ଲୋକ..

ଅଦ୍ୟତନ ହୋଇଛି
Online Marriage

Online Marriage

Advertisment

ଖରାପ ପାଗ, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବିବାହରେ ବାଧା । ପ୍ରକୃତିର କରାଳ ରୂପ ତଥା ପ୍ରାକୃତିକ ବିପର୍ଯ୍ୟୟ ପାଇଁ କନ୍ୟା ଘରେ ପହଞ୍ଚି ପାରିଲାନି ବର । ଶେଷରେ ଉଭୟ ପରିବାରଙ୍କ ସହମତିରେ ଅନଲାଇନ୍‌ରେ ବିବାହ କଲେ ବରକନ୍ୟା । ଭୀଷଣ ବର୍ଷା ହେବାରୁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ସିମ୍‌ଲାର ଆଶିଷ ସିଂହ ଓ କୁଲ୍ଲୁର ଶିବାନୀ ଠାକୁରଙ୍କର ବାହାଘର ହୋଇଛି ।

Advertisment

ଗତ ଶନିବାର ଠାରୁ ଲଗାତାର ତିନି ଦିନ ଧରି ହିମାଚଳ ପ୍ରଦେଶରେ ମୂଷଳ ଧାରାରେ ବର୍ଷା ହେଉଛି । ଭୀଷଣ ବର୍ଷା ଯୋଗୁଁ ବନ୍ୟା, ଭୂସ୍ଖଳନ, ଘର ନଷ୍ଟ ହେବା ସହ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଏହାରି ଭିତରେ ସୋମବାର ଦିନ ସିମଲାର କୋଟଗଡ଼ ଗାଁରୁ ବରଯାତ୍ରୀ ଧରି କୁଲ୍ଲୁ ଜିଲ୍ଲା କନ୍ୟାଘରକୁ ଯାଇଥାଆନ୍ତେ ଆଶିଷ ସିଂହ । କିନ୍ତୁ ବର୍ଷା ପାଇଁ ବିବାହ ଯୋଜନା ଫସର ଫାଟିଗଲା । କାରଣ ଏପରି ପାଗରେ କନ୍ୟା ଘରକୁ ଯିବା ସମ୍ଭବପର ନଥିଲା । ତେଣୁ ଭିଡିଓ କଲ୍‌ ଜରିଆରେ ଆଶିଷ ଓ ଶିବାନୀଙ୍କ ବାହାଘର ପାଇଁ ସେମାନଙ୍କ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ।

ଏହି ଅନଲାଇନ ବିବାହରେ କିପରି ରୀତିନୀତି ସମ୍ପର୍ଣ୍ଣ ହୋଇଛି ସେସମ୍ପର୍କରେ କୌଣସି ସୂଚନା ନାହଁ । ତେବେ ବର୍ତ୍ତମାନ ସମୟରେ ପାଗ ଖରାପ ରହୁଥିବାରୁ କୁଆଡ଼େ ଗସ୍ତ ନକରିବା ପାଇଁ ସରକାର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ଏପରିକି ଘରୁ ବାହାରିବା ସମୟରେ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Advertisment
Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ