Advertisment

ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା : ନୂପୁର ଓ ନବୀନ ବିଜେପିରୁ ସସ୍‌ପେଣ୍ଡ

ଆପତ୍ତିଜନକ ବୟାନ ଅଭିଯୋଗରେ ଦଳୀୟ କାର୍ଯ୍ୟନୁଷ୍ଠାନ

JP suspends Nupur Sharma and Naveen Jindal

JP suspends Nupur Sharma and Naveen Jindal

Advertisment

ଆପତ୍ତିଜନକ ମନ୍ତବ୍ୟ ଦେଇ ସସପେଣ୍ଡ୍‌ ହେଲେ ବିଜେପି ନେତା ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲ । ଇସଲାମ ବିରୋଧରେ ବୟାନ୍‌ ଦେଇଥିବାରୁ ଉଭୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି । ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ରସୁଲ ମହମ୍ମଦଙ୍କ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

Advertisment

ସେଥିପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦଳ। ସେହିପରି ଦିଲ୍ଲୀ ବିଜେପିର ମିଡିଆ ପ୍ରଭାରୀ ନବୀନ ଜିନ୍ଦଲଙ୍କ ବିରୋଧରେ ମଧ୍ୟ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନବୀନ କୁମାର ଜିନ୍ଦଲ ଏହି ପ୍ରସଙ୍ଗରେ କିଛି ବିବାଦୀୟ ଟ୍ୱିଟ୍ କରିଥିବା କୁହାଯାଉଛି ।

ଏହାପୂର୍ବରୁ ବିଜେପି ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ହଜାର ହଜାର ବର୍ଷର ଭାରତର ଯାତ୍ରାରେ ଅନେକ ଧର୍ମର ଜନ୍ମ ହୋଇଛି ଏବଂ ବିକାଶ ହୋଇଛି । କୌଣସି ଧର୍ମର ଉପାସକମାନଙ୍କ ପ୍ରତି ଅପମାନ ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି ।

Advertisment

ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଦଳ କହିଛି, ଧର୍ମୀୟ ଭାବନାକୁ ଆଘାତ ଦେଇଥିବା କୌଣସି ଘଟଣାକୁ ଦଳ ଗ୍ରହଣ କରିବ ନାହିଁ । ଏହାସହ ଏପରି କୌଣସି ବିଚାର ଓ ଲୋକଙ୍କୁ ମଧ୍ୟ ଦଳ ଉତ୍ସାହିତ କରେନାହିଁ । ଭାରତର ପ୍ରତ୍ୟେକ ନାଗରିକ ସମସ୍ତ ଧର୍ମକୁ ସମ୍ମାନ କରିବା ଉଚିତ ।

ନିକଟରେ ଏକ ଟିଭି ନ୍ୟୁଜ୍ ଚ୍ୟାନେଲରେ ଏକ ବିତର୍କ ସମୟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲେ । ଯେଉଁଥିପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଚିହିଙ୍କି ଉଠିଥିଲେ ।

Advertisment

ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା ଏକ ଚିଠି ଜାରି କହିଛନ୍ତି , ନବୀନ କୁମାର ଜିନ୍ଦଲ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକକୁ ଟାର୍ଗେଟ କରି ନିଜର ବିଚାର ପୋଷ୍ଟ କରିଥିଲେ । ଏହା ଭାରତୀୟ ଜନତା ପାର୍ଟିର ମୂଳ ବିଚାରକୁ ବିରୋଧ କରୁଛି।

ବକ୍ଷୋଭ ବେଳେ କାନପୁରରେ ହିଂସା ଦେଖାଦେଇଥିଲା . .

ତେବେ ଏହାରି ମଧ୍ୟରେ ନୂପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ଶୁକ୍ରବାର ଦିନ କାନପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୋକାନ ବନ୍ଦ କରାଇବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପରସ୍ପର ଉପରେ ପଥର ଓ ବୋମା ଫିଙ୍ଗିବା ପରେ କେତେକ ଅଞ୍ଚଳରେ ହିଂସା ଆରମ୍ଭ ହୋଇଥିଲା । ଏହି ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିବା ବେଳେ ଅଧା ଡର୍ଜନରୁ ଅଧିକ ଗୁରୁତର ଆହତ ହୋଇଥିଲେ ।

Nupur Sharma. Naveen Jindal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ