Advertisment

ବିଜେପିର ବିଜୟ ସଂକଳ୍ପ ଯାତ୍ରାରେ କଂପିଲା କ୍ୟାପିଟାଲ୍

ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ୧୪ ସ୍ଥାନରେ ମେଗା ରୋଡ୍ ସୋ

BJP Stages mega road show in South Delhi ahead of MCD polls

BJP Stages mega road show in South Delhi ahead of MCD polls

Advertisment

ବିଜେପିର ବିଜୟ ସଂକଳ୍ପ ଯାତ୍ରାରେ କଂପିଲା କ୍ୟାପିଟାଲ୍ ସିଟି। ଦିଲ୍ଲୀର ଚଉଦ ଚଉଦଟି ସ୍ଥାନରେ ଦଳର ତୁଙ୍ଗ ନେତାଙ୍କ ଏକକାଳୀନ ମେଗା ରୋଡ୍ ସୋ। କେଉଁଠି କେନ୍ଦ୍ରମନ୍ତ୍ରୀ, କେଉଁଠି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ତ ଆଉ କେଉଁଠି ଖୋଦ୍ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା। ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଖେଇ ଆସୁଥିବା ବେଳେ, ଆଜି ମେଗା ରୋଡ୍ ସୋ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସହ, ଆମ୍ ଆଦ୍‌ମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ବିଜେପିର ବହୁ ହେଭିେଓ୍ୱଟ୍ ନେତା। ଦକ୍ଷିଣ ଦିଲ୍ଲୀରେ ନିଜେ ନଡ୍ଡା ବିଜୟ ସଂକଳ୍ପ ଯାତ୍ରାର ନେତୃତ୍ୱ ନେଇଥିବା ବେଳେ, ନଜଫଗଡ଼ରେ ରୋଡ୍ ସୋର ମଙ୍ଗ ଧରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

Advertisment

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ମୀନାକ୍ଷୀ ଲେଖି, ହରଦୀପ ସିଂ ପୁରୀ, ଗଜେନ୍ଦ୍ର ସିଂ ଶେଖାଓ୍ୱତ୍, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ହିମାଚଳ ପ୍ରଦେଶ ସିଏମ୍ ଜୟରାମ ଠାକୁର, ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂ ଧାମୀ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ସାଂସଦ ଗୌତମ ଗମ୍ଭୀର ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ରୋଡ୍ ସୋ କରି ଦଳୀୟ କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।

ବିଗତ ୧୫ ବର୍ଷ ବିଜେପି ହାତରେ ଦିଲ୍ଲୀ ମହାନଗର ନିଗମ ୨୦୦୭ ଓ ୨୦୧୨ ଜିତାପଟ୍ ପରେ, ଗତଥର ନିର୍ବାଚନ ଅର୍ଥାତ୍ ୨୦୧୭ରେ ହାଟ୍ରିକ୍ ମାରିଥିଲା ବିଜେପି। ଜିତିଥିଲା ୧୮୧ଟି ସିଟ୍  ଆମ୍ ଆଦମୀ ପାର୍ଟି ପ୍ରଥମ ଥର ଏମସିଡି ନିର୍ବାଚନୀ ମୈଦାନକୁ ଓହ୍ଲାଇ ୪୮ ସିଟ୍ ସହ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ବେଳେ, କଂଗ୍ରେସ ୩୦ ଆସନ ସହ ତୃତୀୟ ସ୍ଥାନକୁ ଖସିଥିଲା। ତେବେ ଏଥରର ଟକ୍କର ମୁଖ୍ୟତଃ ବିଜେପି ଓ ଆପ୍ ମଧ୍ୟରେ ହେବ। ଏହି ଦ୍ୱିମୁଖୀ ଲଢ଼େଇରେ ପ୍ରମୁଖ ମୁଦ୍ଦା ସାଜିବ ଦୁର୍ନୀତି, ମାଗଣା ଯୋଜନା, ପରିମଳ ଓ ପ୍ରଦୂଷଣ ଇତ୍ୟାଦି।

Advertisment

ଏଣେ ବିଜେପି ୧୪ଟି ସ୍ଥାନରେ ମେଗା ରାଲି କରୁଥିବା ବେଳେ; ତେଣେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ବି ଆଜି ପାହାଡ଼ଗଞ୍ଜ ରାଲିରେ ବିଜେପିକୁ ଟାର୍ଗେଟ୍ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ବିଜେପି ପ୍ରଭାରୀ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ତୃଣମୂଳ ସ୍ତରରେ ବିଜେପିକୁ ନେଇ ପ୍ରବଳ ଉତ୍ସାହ ରହିଛି। କଂଗ୍ରେସ ବି ମେରି ଚମକ୍ତି ଦିଲ୍ଲୀ ନାଁରେ ତାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି।

ଦିଲ୍ଲୀ ମହାନଗର ନିଗମରେ ସୀମା ପୁନଃନିର୍ଦ୍ଧାରଣ ପରେ ଚଳିତ ଥର ଓ୍ୱାର୍ଡ ସଂଖ୍ୟା ୨୭୨ରୁ ୨୫୦କୁ ହ୍ରାସ ପାଇଛି। ମତଦାନ କରିବେ ପ୍ରାୟ ୧ କୋଟି ୪୬ ଲକ୍ଷ ଭୋଟର୍। ଡିସେମ୍ବର ୪ରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ, ୭ ତାରିଖରେ ଫଳ ପ୍ରକାଶ ପାଇବ।

Advertisment

(ଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ରିପୋର୍ଟ)

BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ