Advertisment

ବିଜେପି ସହ ମିଶି ସରକାର ଗଢ଼ିବେ ନୀତୀଶ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏହି ଦୁଇ ନେତା...

ନୀତୀଶଙ୍କ ନୂଆ ସରକାରରେ ରହିବେ ୨ ଉପମୁଖ୍ୟମନ୍ତ୍ରୀ। ପ୍ରଦେଶ ବିଜେପି ସଭାପତି ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
samrat chaudhary

samrat chaudhary

Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ଆଜି ସେ 
ଇସ୍ତଫା ଦେଇଥିଲେ। ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା। ଆଜି ଅପରାହ୍ନରେ ଗଠନ ହେବ ବିହାରର ନୂଆ ସରକାର।ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ଜେଡିୟୁ-ଆରଜେଡି ସହ ମେଣ୍ଟ ଭାଙ୍ଗିବା ପରେ ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର। 

Advertisment

ତେବେ ନୀତୀଶଙ୍କ ନୂଆ ସରକାରରେ ରହିବେ ୨ ଉପମୁଖ୍ୟମନ୍ତ୍ରୀ । ପ୍ରଦେଶ ବିଜେପି ସଭାପତି ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ସୁଶୀଲ ମୋଦି ଓ ରେଣୁ ଦେବୀଙ୍କ ନାଁ ବେଶ୍‌ ଚର୍ଚ୍ଚାରେ ଥିଲା। ମାତ୍ର ବିଜେପି ବିଧାୟକ ଦଳ ବୈଠକ ପରେ ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଓ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ଚୟନ କରାଯାଇଛି ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ ନୀତୀଶ କୁମାର। ନୀତୀଶ କହିଛନ୍ତି, ଦେଢ଼ ବର୍ଷର ମେଣ୍ଟରେ କିଛି ସ୍ଥିତି ଠିକ୍ ଲାଗିଲାନି। ଏବେ ନୂଆ ମେଣ୍ଟ ସହ ଆଗକୁ ବଢ଼ିବା ସମୟ ଆସିଛି। ନୂଆ ମେଣ୍ଟ ସମ୍ପର୍କରେ ଦଳର ନେତାଙ୍କ ସହ ଆଲୋଚନା ହେବ। ପୂର୍ବ ମହାମେଣ୍ଟରେ ଅସୁବିଧା ହେବାରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ ନୀତୀଶ। ଅନେକ ଦିନ ତଳୁ ଦଳରୁ ପ୍ରସ୍ତାବ ଆସୁଥିଲା। ଏହି ପ୍ରସ୍ତାବ ଅନୁସାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ନୀତୀଶ।

Advertisment
Nitish Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ