Advertisment

BJP-TDP ଆସନ ଭାଗବଣ୍ଟା କସରତ; ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଜୟନ୍ତ, ଗଜେନ୍ଦ୍ରଙ୍କ ଆଲୋଚନା

ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା।

ଅଦ୍ୟତନ ହୋଇଛି
BJP

BJP

Advertisment

ଆନ୍ଧ୍ରର ଲୋକସଭା ସିଟ୍ ଭାଗବଣ୍ଟା ପାଇଁ ବିଜେପି ଓ ଟିଡିପି ମଧ୍ୟରେ ଆଲୋଚନା ହୋଇଛି। ବିଜୟୱାଡ଼ାରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଲୋକସଭା ନିର୍ବାଚନ ପାଇଁ ବିଜେପି, ଟିଡିପି ଓ ଜନସେନା ମଧ୍ୟରେ ଏଥର ମେଣ୍ଟ ହୋଇଛି।

Advertisment

ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା। ଆଜି ତାହା ଚୂଡ଼ାନ୍ତ କରିବାକୁ ଚନ୍ଦ୍ରବାବୁ ନାଇଡୁ, ବୈଜୟନ୍ତ ପଣ୍ଡା ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ମଧ୍ୟରେ ଆଲୋଚନା ହେଉଛି। କାଲି ଜନସେନା ମୁଖ୍ୟ ପୱନ କଲ୍ୟାଣ ମଧ୍ୟ ବୈଜୟନ୍ତ ପଣ୍ଡା ଓ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଭେଟିଥିଲେ।

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏମାନେ ଏକାଠି ଲଢ଼ିବେ। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନରୁ ବିଜେପି ୬ଟି ଆସନରେ, ଜନସେନା ପାର୍ଟି ୨ଟିରେ ଏବଂ ବାକି ୧୭ଟି ଆସନରେ ଟିଡିପି ନିର୍ବାଚନ ଲଢିବ ବୋଲି ସ୍ଥିର ହୋଇଛି। ଓ୍ୱାଇଜାଗ, ବିଜୟଓ୍ୱାଡା, ଅରାକୁ, ରାଜମପେଟ, ରାଜମୁନ୍ଦରୀ, ତିରୁପତିରେ ନିର୍ବାଚନ ଲଢ଼ିବାକୁ ବିଜେପି ଇଚ୍ଛା ପ୍ରକାଶ କରିଛି।

Advertisment

ସେହିପରି ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ବିଜେପି ଓ ଜେଏସ୍‌ପି ୩୦ଟି ବିଧାନସଭା ସିଟ୍‌ରେ ନିର୍ବାଚନ ଲଢ଼ିବାକୁ ସହମତି ଦେଇଛନ୍ତି। ଅନ୍ୟ ୧୪୫ଟି ଆସନରେ ଟିଡିପି ଏକା ନିର୍ବାଚନ ଲଢ଼ିବ।

BJP Andhra Pradesh Baijayant Panda General Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ