Advertisment

ବିଜେପି ନେତାଙ୍କୁ ଗୁଳି କରି ରକ୍ତ ନଦୀ ବୁହାଇଲେ ଦୁର୍ବୃତ୍ତ, ଘର ବାହାରେ ହତ୍ୟା

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଦିଲ୍ଲୀର ମୟୂର ବିହାର ଫେଜ୍‌ -୩ ଅଞ୍ଚଳରେ ଦୁର୍ବୃତ୍ତମାନେ ବିଜେପି ନେତା ଜିତୁ ଚୌଧୁରୀ(୪୨)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଅଦ୍ୟତନ ହୋଇଛି
BJP Leader Shot Dead

BJP Leader Shot Dead

Advertisment

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଦିଲ୍ଲୀର ମୟୂର ବିହାର ଫେଜ୍‌ -୩ ଅଞ୍ଚଳରେ ଦୁର୍ବୃତ୍ତମାନେ ବିଜେପି ନେତା ଜିତୁ ଚୌଧୁରୀ(୪୨)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ହତ୍ୟା କରିବା ପାଇଁ ଦୁର୍ବୃତ୍ତମାନେ ପୂର୍ବରୁ ପ୍ଲାନ୍‌ କରିଥିଲେ ବୋଲି ଜଣାପଡ଼ିଛି। କାରଣ ଯେତେବେଳେ ଜିତୁ ମୟୂର ବିହାର ଫେଜ୍‌ -୩ ଅଞ୍ଚଳରେ ଥିବା ବାସଭବନରୁ ବାହାରକୁ ଆସିଥିଲେ, ଠିକ୍‌ ସେହି ସମୟରେ ପୂର୍ବ ଯୋଜନା ମୁତାବକ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

Advertisment

ଗୁରୁତର ଅବସ୍ଥାରେ ପରିବାର ଲୋକ ଜିତୁଙ୍କୁ ନୋଏଡା ସ୍ଥିତ ମେଟ୍ରୋ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୪ରୁ ୫ ରାଉଣ୍ଡ୍‌ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି। 

ବିଜେପି ନେତାଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି CCTV ଫୁଟେଜକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। 

Advertisment
BJP Leader Shot Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ