Advertisment

ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ହେଲେ ବଲବୀର ଗିରି ! ଗୁରୁଙ୍କ ୱିଲ୍ ଆଧାରରେ ପଞ୍ଚ ପରମେଶ୍ୱରଙ୍କ ନିଷ୍ପତ୍ତି

ବାଗମ୍ବରୀ ମଠକୁ ମିଳିଲା ଉତ୍ତରାଧିକାରୀ । ଅଖିଳ ଭାରତୀୟ ଅଖାଡ଼ା ପରିଷଦର ସଭାପତି ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ନେଇ ନିଷ୍ପତ୍ତି ହୋଇଛି । ମହନ୍ତଙ୍କ ଇଚ୍ଛାପତ୍ର ଆଧାରରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ଦାୟିତ୍ୱ ଦିଆଯାଇଛି । ଶିଷ୍ୟ ବଲବୀର ଗିରିଙ୍କୁ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ କରାଯିବା ନିଷ୍ପତ୍ତି ଉପରେ ମୋହର ଲାଗିଛି

ଅଦ୍ୟତନ ହୋଇଛି
Balbeer Giri

Balbeer Giri

Advertisment

ପ୍ରୟାଗରାଜ : ବାଗମ୍ବରୀ ମଠକୁ ମିଳିଲା ଉତ୍ତରାଧିକାରୀ । ଅଖିଳ ଭାରତୀୟ ଅଖାଡ଼ା ପରିଷଦର ସଭାପତି ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ନେଇ ନିଷ୍ପତ୍ତି ହୋଇଛି । ମହନ୍ତଙ୍କ ଇଚ୍ଛାପତ୍ର ଆଧାରରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ଦାୟିତ୍ୱ ଦିଆଯାଇଛି । ଶିଷ୍ୟ ବଲବୀର ଗିରିଙ୍କୁ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ କରାଯିବା ନିଷ୍ପତ୍ତି ଉପରେ ମୋହର ଲାଗିଛି । ଆଖଡ଼ା ପରିଷଦର ପଞ୍ଚ ପରମେଶ୍ୱର ନରେନ୍ଦ୍ର ଗିରିଙ୍କ ୱିଲ୍ ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି । ମହନ୍ତ ବଲବୀର ଗିରିଙ୍କୁ ଶ୍ରୀ ମଠ ବାଗମ୍ବରୀ ସିଂହାସନରେ ବସାଯିବ । ଅକ୍ଟୋବର ୫ରେ ନରେନ୍ଦ୍ର ଗିରିଙ୍କୁ ଷୋଡ଼ଶ ସଂସ୍କାର କରାଯିବ, ଆଉ ସେହି ଦିନ ବାଗମ୍ବରୀ ମଠର କାମଣ ବାଲବୀରଙ୍କୁ ସମର୍ପି ଦିଆଯିବ ।

Advertisment

ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ସୁଇସାଇଡ୍ ନୋଟ ମିଳିଥିଲା । ​​ଯେଉଁଥିରେ ସେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ । ତେବେ ମଠ ପଞ୍ଚ ପରମେଶ୍ୱରମାନେ ସୁଇସାଇଡ୍ ନୋଟକୁ ନକଲି କହି ବଲବୀର ଗିରିଙ୍କୁ ଉତ୍ତରାଧିକାରୀ କରିବାକୁ ମନା କରିଦେଇଥିଲେ । ଏହାପରେ ନରେନ୍ଦ୍ର ଗିରିଙ୍କ ପଞ୍ଜୀକୃତ ରେଜିଷ୍ଟ୍ରେଡ୍ ୱିଲର ଖୁଲାସା ହୋଇଥିଲା, ଯେଉଁଥିରେ ସେ ଜୁନ୍ ୨୦୨୦ରେ ବଲବୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ କରିଥିବା ଜଣାପଡ଼ିଥିଲା ।

ମହନ୍ତ ନରେନ୍ଦ୍ର ଗିରି ତିନୋଟି ୱିଲ କରିଥିଲେ ବୋଲି କୁହାଯାଉଛି । ପ୍ରଥମ ୱିଲରେ ସେ ବଲବୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ କରିଥିଲେ । ୨୦୧୧ରେ ଦ୍ୱିତୀୟ ୱିଲ ତିଆରି କରାଇଥିଲେ, ଯେଉଁଥିରେ ଆନନ୍ଦ ଗିରିଙ୍କୁ ଉତ୍ତରାଧିକାରୀ କରାଯାଇଥିଲା । କିନ୍ତୁ ଆନନ୍ଦ ଗିରିଙ୍କ ସହ ବିବାଦ ପରେ ପୂର୍ବ ଦୁଇ ୱିଲକୁ ବାତିଲ କରି ତୃତୀୟ ୱିଲ ବନାଇଥିଲେ, ଯେଉଁଥିରେ ସେ ପୁଣି ଥରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ କରିଥିଲେ।

Advertisment

ସେପଟେ ଅଖିଳ ଭାରତୀୟ ଅଖାଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସିବିଆଇର ତଦନ୍ତ ଜାରି ରହିଛି । ବୁଧବାର ସିବିଆଇ ଯାଂଚର ପଞ୍ଚମ ଦିନ ହୋଇଥିବାବେଳେ ମହନ୍ତଙ୍କୁ ଆତ୍ମହତ୍ୟା କରିଥିବା ଉସକାଇଥିବା ଅଭିଯୁକ୍ତଙ୍କ ପଚରାଉଚରା କରିବାର ଦ୍ୱିତୀୟ ଦିନ । ଆଜି ମଧ୍ୟ ସିବିଆଇ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିବ ।

ପୋଲିସ୍ ଲାଇନ୍‌ର ଗଙ୍ଗା ଗେଷ୍ଟ ହାଉସରେ ଗତକାଲି ସିବିଆଇର ଅଧିକାରୀମାନେ ଆନନ୍ଦ ଗିରି, ଆଧ୍ୟା ପ୍ରସାଦ ତିୱାରୀ ଏବଂ ସନ୍ଦୀପ ତିୱାରୀଙ୍କୁ ସାତ ଘଣ୍ଟା ଧରି ପଚରାଉଚରା କରିଥିଲେ। ପଚରାଉଚୁରା ସମୟରେ ସିବିଆଇକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ଆଧାରରେ ଅନେକ ଲୋକଙ୍କ ନାମ ମଧ୍ୟ ବାହାରକୁ ଆସୁଛି । ବର୍ତ୍ତମାନ ସିବିଆଇ ଚାର୍ଜସିଟରେ ଅନ୍ୟ ଅଭିଯୁକ୍ତଙ୍କ ନାମ ସାମିଲ କରାଯିବ । ଏହା ସହିତ ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରି ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ମଧ୍ୟ ବୃଦ୍ଧି କରାଯାଇପାରିବ । ଯଦି ସିବିଆଇ ଠୋସ୍ ପ୍ରମାଣ ସଂଗ୍ରହ କରେ, ତେବେ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯିବ ।

Advertisment
Balbeer Giri Panch Parmeshwar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ