Advertisment

ବାୟୁସେନାରେ ସାମିଲ ହେଲା C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଏହି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଛୋଟ ରନୱେରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଟେକ୍ ଅଫ୍ କରିବା ପାଇଁ ୮୪୪ ମିଟରରୁ ୯୩୪ ମିଟର ଲମ୍ବର ରନୱେ ଆ‍ବଶ୍ୟକ । ସେହିପରି ଲ୍ୟାଣ୍ଡିଂ ପାଇଁ କେବଳ ୪୨୦ ମିଟର ରନୱେ ଆବଶ୍ୟକ ।

Aircraft

Aircraft

Advertisment

ଆଜି ବାୟୁସେନାରେ ସାମିଲ ହେଲା C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହିଣ୍ଡନ ଏୟାରଫୋର୍ସ ବେସରେ ଏହି ଏୟାରକ୍ରାଫ୍ଟକୁ ଭାରତୀୟ ବାୟୁସେନାରେ ସାମିଲ କରିଛନ୍ତି । ୧୨ ଦିନ ପୂର୍ବେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଭି.ଆର ଚୌଧୁରୀ ଏହି ବିମାନ ଆଣିବାକୁ ସ୍ପେନର ସେଭିଲ ସହରକୁ ଯାଇଥିଲେ। ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚ୍ ପାଇଲଟ୍ ଏହି ବିମାନ ଉଡ଼ାଣ ପାଇଁ ତାଲିମ ନେଇସାରିଥିବାବେଳେ ଦ୍ୱିତୀୟ ବ୍ୟାଚ୍ ତାଲିମ ପାଇଁ ପ୍ରସ୍ତୁତି ଜାରି ରହିଛି । ଏହି ବିମାନକୁ ଦୁଇ ଜଣ ପାଇଲଟ ଉଡ଼ାଇବେ । ଏଥିରେ ୭୩ ଜଣ ସୈନିକ କିମ୍ବା ୪୮ ପାରାଟ୍ରୁପର୍ସ କିମ୍ବା ୧୨ଟି ଷ୍ଟ୍ରେଚର ଇଣ୍ଟେନସିଭ୍ କେୟାର ମେଡଭେକ ରହିପାରିବ । ଏହି ଟ୍ରାନ୍ସପୋର୍ଟ ବିମାନ ସର୍ବାଧିକ ୯୨୫୦ କେଜି ଉଠାଇପାରିବ।

Advertisment

ଏହି C-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଛୋଟ ରନୱେରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଟେକ୍ ଅଫ୍ କରିବା ପାଇଁ ୮୪୪ ମିଟରରୁ ୯୩୪ ମିଟର ଲମ୍ବର ରନୱେ ଆ‍ବଶ୍ୟକ । ସେହିପରି ଲ୍ୟାଣ୍ଡିଂ ପାଇଁ କେବଳ ୪୨୦ ମିଟର ରନୱେ ଆବଶ୍ୟକ ।

୫୬ଟି C-୨୯୫ ଟ୍ରାନ୍ସପୋର୍ଟ ବିମାନ କରିବାକୁ ସ୍ପେନ ଓ ଭାରତ ମଧ୍ୟରେ ଚୁକ୍ତି ହୋଇଛି। ପ୍ରଥମ ୧୬ଟି ବିମାନ ସ୍ପେନରେ ନିର୍ମାଣ ହେବ। ଅବଶିଷ୍ଟ ୪୦ଟି ବିମାନ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍ (TASL) ଦ୍ୱାରା ନିର୍ମିତ ହେବ । ଟାଟା ଗତ ବର୍ଷ ନଭେମ୍ବରରୁ ୪୦ଟି C-295 ବିମାନ ପାଇଁ ମେଟାଲ କଟିଂ କାର୍ଯ୍ୟ ଆରମ୍ଭ କରିସାରିଛି ।

Advertisment

ଭାରତ ପାଇଁ କାହିଁକି ଜରୁରୀ ଟ୍ରାନ୍ସପୋର୍ଟ ବିମାନ

ଭାରତୀୟ ବାୟୁସେନା ପାଇଁ ଟ୍ରାନ୍ସପୋର୍ଟ ବିମାନ ବହୁତ ଜରୁରୀ। ଏହା ମାଧ୍ୟମରେ ସୈନିକ, ଅସ୍ତ୍ରଶସ୍ତ୍ର, ଇନ୍ଧନ ଓ ହାର୍ଡୱେର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନି‍ଆଯାଇପାରିବ । C-295 ବିମାନ ଭାରତୀୟ ବାୟୁ ସେନାର HS748 ବିମାନର ସ୍ଥାନ ନେବ । ଏହା ବ୍ୟତୀତ ୟୁକ୍ରେନରୁ ଆସିଥିବା ଆଣ୍ଟୋନୋଭ୍ AN-32 ବିମାନ ସ୍ଥାନରେ C-295 ବିମାନକୁ ସାମିଲ କରାଯିବ।

India Defence Minister Indian Air Force Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ