Advertisment

ଦିଲ୍ଲୀ ହେଉ କି ପଂଜାବ : ଆମ୍ ଆଦମୀ ପାର୍ଟି ଯେଉଁଠି, ‘କୁନି କେଜ୍ରିୱାଲ’ ସେଇଠି

ଦିଲ୍ଲୀ ହେଉ କି ପଂଜାବ। ଯେଉଁଠି ଆମ୍ ଆଦମୀ ପାର୍ଟି ଜିତେ, ସେଠି ସାମ୍ନାକୁ ଆସନ୍ତି କେଜ୍ରିୱାଲ । ଏବେ ସାରା ଦେଶରେ ଏହି ‘କୁନି କେଜ୍ରିୱାଲ’ ଚର୍ଚ୍ଚା। ଜାଣନ୍ତୁ କିଏ ଏହି କେଜ୍ରିୱାଲ। କାହିଁକି ତାଙ୍କର ଏହି ଲୁକ୍...

ଅଦ୍ୟତନ ହୋଇଛି
Baby Kejriwal,

Baby Kejriwal,

Advertisment

ଦିଲ୍ଲୀ ପରେ ପଂଜାବ ଦଖଲ। ପଞ୍ଜାବରେ ଦେଖିବାକୁ ମିଳିଲା କେଜ୍ରିୱାଲଙ୍କ କ୍ରେଜ। ସଫା ହୋଇଗଲେ ସବୁ ଦଳ। ସତେ ଯେମିତି ସବୁ ଦଳକୁ ଝାଡୁ ମାରି ସଫା କରି ଦେଲେ କେଜ୍ରିୱାଲ ଏବେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ପଂଜାବରେ ସରକାର ଗଢିବାକୁ ଯାଉଛି ଆପ । ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଭଗଓ୍ୱନ୍ତ ମାନ । ନିଜ ଗାଁ ତଥା ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପାଖ ଗାଁରେ ସେ ଶପଥ ନେବେ । 

Advertisment

୨୦୨୨ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପଞ୍ଜାବ ଦଖଲ କରିବା ପରେ ଏବେ ସବୁଠି ବିଜୟ ଉତ୍ସବ। ଆପ କର୍ମୀ ଏବଂ ସମର୍ଥକମାନେ ଦିଲ୍ଲୀ ସମେତ ବିଭିନ୍ନ ପାର୍ଟି କାର୍ଯ୍ୟାଳୟରେ ଉତ୍ସବ ମନାଉଛନ୍ତି। ତେବେ ଆପ ଯେଉଁଠି ଜିତିଲେ ବି ଖୋଜାପଡ଼େ ଏକ କୁନି ପିଲା । ‘ବେବି କେଜ୍ରିୱାଲ’ ଭାବେ ବେଶ ଜଣାଶୁଣା ଏହି ପିଲା କିଏ ଜାଣନ୍ତି କି ?

ପଞ୍ଜାବ ରେଜଲ୍ଟ ପରେ ବେବି କେଜ୍ରିୱାଲ ସମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ। ଯେବେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ ପୂରା ଦିଲ୍ଲୀ ଦଖଲ କଲା ସେବେଠାରୁ ଏହି ନୂଆ ଚେହେରାଟି ସାମ୍ନାକୁ ଆସିଛି । ଯେତେବେଳେ ଯେଉଁଠି ଆମ୍ ଆଦମୀ ପାର୍ଟିର ଜିତାପଟ ହୁଏ, ସେଇଠି ନଜର ଆସନ୍ତି ଏହି କୁନି କେଜ୍ରିୱାଲ । ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି କୁନି ପିଲାଟି ।

Advertisment

ପ୍ରଥମେ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଏହି ଶିଶୁଟି ଚର୍ଚ୍ଚାକୁ ଆସିଥିଲା। ଗୋଲତୋଲ ଚେହାର ସାଙ୍ଗକୁ ମୁଣ୍ଡରେ ଆପ ଟୋପି ପିନ୍ଧି ନଜର ଆସୁଥିବା ତିନି ବର୍ଷର ଏହି ଶିଶୁର ନାଁ ହେଉଛି ଆଭ୍ୟାନ ତୋମାର । ଆମ୍ ଆଦମୀ ପାର୍ଟିର ସମର୍ଥକ କୁହାଯାଉଥିବା ଏହି ପିଲାଟି ଦିଲ୍ଲୀରେ ରହୁଥିବା ରାହୁଲ ତୋମାର ଓ ମୀନାକ୍ଷୀ ତୋମାରଙ୍କ ଛୋଟିଆ ପୁଅ ।

ଦୁଇ ବର୍ଷ ତଳେ ଆପ୍‌ ପକ୍ଷରୁ କୁନି କେଜ୍ରିୱାଲଙ୍କ ଫଟୋକୁ ଟ୍ୱିଟ୍‌ କରାଯାଇଥିଲା । ରାହୁଲ ଏବଂ ମୀନାକ୍ଷୀ ନିଜ ପୁଅ ଆଭ୍ୟାନଙ୍କୁ ଆପ ମୁଖ୍ୟ ଭାବରେ ସଜାଇ ଦେଇଥିଲେ । ଆଉ କେଜ୍ରିୱାଲ ଯେବେ ରାଜନୀତି ମଇଦାନକୁ ଓହ୍ଲାଇଲେ, ସେତେବେଳେ ବି ନିଜ ଝିଅ ପରୀଙ୍କୁ ‘ଲିଟିଲ କେଜ୍ରିୱାଲ’ ଭାବରେ ସଜାଇ ଥିଲେ ରାହୁଲ ଏବଂ ମୀନାକ୍ଷୀ । ସେ ସମୟରେ ପରୀର ଫଟୋ ଖୁବ ଭାଇରାଲ ହୋଇଥିଲା।

Advertisment

ପଂଜାବ ନିର୍ବାଚନ ଫଳାଫଳ ବାହାରିବା ପରେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ବେଶରେ ସଜେଇ ହୋଇଥିଲା ଆଭ୍ୟାନ। ଲାଲ ରଙ୍ଗର ସ୍ୱିଟର ପୋଷାକ ପିନ୍ଧି ବେକରେ ମଫଲର ଭିଡି ଆଭ୍ୟାନ ନଜର ଆସିଥିଲେ। ମୁଣ୍ଡରେ ଥିଲା ହଳଦିଆ ପଗଡି ଓ ଆଖିରେ ଥିଲା ଚଷମା। ଅବିକଳ କେଜ୍ରିୱାଲ ଭଳି ଦେଖାଯାଉଥିବା ଆଭ୍ୟାନଙ୍କ ଫଟୋ ଦେଖିବା ପରେ ସମସ୍ତେ କହୁଛନ୍ତି ସତରେ ଏ ହେଉଛନ୍ତି ‘ବେବି କେଜ୍ରିୱାଲ’।

Baby Kejriwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ