Advertisment

ବ୍ୟଗ୍ର ହେଲାଣି ଅଯୋଧ୍ୟା ନଗରୀ, OTV କ୍ୟାମେରାରେ Exclusive ଚିତ୍ର

ମନ୍ଦିରର ପ୍ରଥମ ମହଲା, ପୂର୍ବ ଦିଗକୁ ମୁଖ୍ୟ ଦ୍ୱାର, ୩୨ଟି ପାହାଚ ଆଦି ତିଆରି ସରିଥିବା ବେଳେ, କେବଳ ଶେଷସ୍ପର୍ଶ ଦେଉଛନ୍ତି ଶିଲ୍ପୀ ଓ କାରିଗର । ମନ୍ଦିରର ବୈଶିଷ୍ଟ ହେଉଛି- ନାଗର ଶୈଳୀର ବାସ୍ତୁକଳା । ୩୮୦ ଫୁଟ୍ ଲମ୍ବା, ୨୫୦ ଫୁଟ୍ ଓସାର ଓ ୧୬୧ ଫୁଟ୍ ଉଚ୍ଚତା।

ଅଦ୍ୟତନ ହୋଇଛି
undefined

Ram Mandir

Advertisment

ମଝିରେ ଆଉ ମାତ୍ର ୨୫ ଦିନ। ସତେ ଯେମିତି ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ବ୍ୟଗ୍ର ହୋଇ ଉଠିଲାଣି ଅଯୋଧ୍ୟାର ନବନିର୍ମିତ ଭବ୍ୟ ମନ୍ଦିର। ଆଜି ପ୍ରଥମ ଥର ପାଇଁ ସାରା ଦେଶର ଗଣମାଧ୍ୟମକୁ ଅନୁମତି ମିଳିଥିଲା ଏହି ନିର୍ମାଣସ୍ଥଳ ପରିଦର୍ଶନ ପାଇଁ । ଆଉ ଏହି ବିଶାଳ ମନ୍ଦିରକୁ ସ୍ୱଚକ୍ଷୁରେ ଦେଖି ଅଭିଭୂତ ହୋଇଯାଇଥିଲା ଓଟିଭି ଟିମ୍ ।

Advertisment

ରାମ ମନ୍ଦିରର ପୂରା ପରିସର ୭୦ ଏକର ହୋଇଥିବା ବେଳେ, ପ୍ରାୟ ୩ ଏକର ଜାଗାରେ ତିଆରି ହେଉଛି ମୁଖ୍ୟ ମନ୍ଦିର। ୧୨ ମିଟର ଗଭୀର ମାଟି ଓ ବାଲି ବାହାର କରି, ତେଲେଙ୍ଗାନା ଓ କର୍ଣ୍ଣାଟକରୁ ଆସିଥିବା ମଜବୁତ ଗ୍ରାନାଇଟ ଓ ସ୍ୱତନ୍ତ୍ର କଂକ୍ରିଟରେ ଏହାର ମୂଳଦୁଆ ପଡ଼ିଛି। ପୂରା ମନ୍ଦିର ତିଆରି ହୋଇଛି ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ ରାଜସ୍ଥାନର ବଂଶୀ ପାହାଡ଼ପୁରରୁ ଆସିଥିବା ପିଙ୍କ୍ ସ୍ୟାଣ୍ଡଷ୍ଟୋନରେ।

ମନ୍ଦିରର ପ୍ରଥମ ମହଲା, ପୂର୍ବ ଦିଗକୁ ମୁଖ୍ୟ ଦ୍ୱାର, ୩୨ଟି ପାହାଚ ଆଦି ତିଆରି ସରିଥିବା ବେଳେ, କେବଳ ଶେଷସ୍ପର୍ଶ ଦେଉଛନ୍ତି ଶିଲ୍ପୀ ଓ କାରିଗର । ମନ୍ଦିରର ବୈଶିଷ୍ଟ ହେଉଛି- ନାଗର ଶୈଳୀର ବାସ୍ତୁକଳା । ୩୮୦ ଫୁଟ୍ ଲମ୍ବା, ୨୫୦ ଫୁଟ୍ ଓସାର ଓ ୧୬୧ ଫୁଟ୍ ଉଚ୍ଚତା।

Advertisment

ତେବେ ଆଶ୍ଚର୍ଯ୍ୟର କଥା, ପୂରା ପଥରରେ ତିଆରି ଏହି ମନ୍ଦିରରେ କେଉଁଠି ବି ଟିକିଏ ସିମେଣ୍ଟ କି ଖଣ୍ଡିଏ ଲୁହା ବ୍ୟବହାର ହୋଇନି । ଆବଶ୍ୟକସ୍ଥଳେ ତମ୍ବା ବ୍ୟବହୃତ ହୋଇଛି । ପ୍ରାଚୀନ ଭାସ୍କର୍ଯ୍ୟ କଳା ଓ ଆଧୁନିକ ଜ୍ଞାନ କୌଶଳର ସଂଗମ ହୋଇଥିବା ଅଯୋଧ୍ୟା ରାମ ମନ୍ଦିରକୁ, ଯେତେ ବଡ଼ ଦୁର୍ବିପାକ ଆସିଲେ ବି ଆଗାମୀ ହଜାରେ ବର୍ଷ ପାଇଁ ସାମାନ୍ୟତମ କ୍ଷତିର ଆଦୌ ଆଶଙ୍କା ନାହିଁ ।

ରାମ ମନ୍ଦିରର ଗର୍ଭଗୃହ । ନିଖୁଣ କାରିଗରୀରେ ସଜାଯାଇଥିବା ଗର୍ଭଗୃହରେ ସ୍ଥାପିତ ହେବ ସୁନା ଛାଉଣୀ ବିଶିଷ୍ଟ ଅଦ୍ୱିତୀୟ ସିଂହାସନ । ସେଥିରେ ବିରାଜିବେ ୫ ବର୍ଷୀୟ ରାମଲାଲାଙ୍କ ବାଳୁତ ବିଗ୍ରହ । ଏଥିପାଇଁ ୩ଟି ବିକଳ୍ପ ବିଗ୍ରହ ନିର୍ମାଣ ସରିଥିବା ବେଳେ, କେବଳ ଚୟନକୁ ଅପେକ୍ଷା। ରାମ ମନ୍ଦିରର ଅନନ୍ୟ ବୈଶିଷ୍ଟ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସଂପାଦକ ଚମ୍ପତ ରାୟ ।

Advertisment

- ରାମମନ୍ଦିରରେ ଗର୍ଭଗୃହ ସହିତ ବିଭିନ୍ନ ମଣ୍ଡପ ରହିବ
- ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, କୀର୍ତ୍ତନ ମଣ୍ଡପ ଓ ପ୍ରାର୍ଥନା ମଣ୍ଡପ ରହିବ
- ମୁଖ୍ୟ ମନ୍ଦିରରେ ରହିବ ୩୯୨ଟି ସ୍ତମ୍ଭ ଓ ୪୪ଟି ପ୍ରବେଶ ଦ୍ବାର
- ମନ୍ଦିର ଚାରିପଟେ ୭୩୨ ମିଟର ଦୀର୍ଘ ଓ ୧୪ ଫୁଟ୍ ଓସାରର ପରକୋଟା ରହିବ
- ଏହି ପରିକ୍ରମା ମାର୍ଗରେ ରାମାୟଣ କଥାବସ୍ତୁ ପ୍ରଦର୍ଶିତ ହେବ
- ପରିସରରେ ୭ଟି ଅନ୍ୟ ଦେବାଦେବୀଙ୍କ ମନ୍ଦିର ରହିବ
- ଏହି ପରିସରରେ ପଞ୍ଚପୂଜନ ବିଧିରେ ମନ୍ଦିର ସ୍ଥାପିତ ହେବ
- କୁବେର ଟିଲା ଉପରେ ସ୍ଥାପିତ ହେବ ଜଟାୟୁ ମୂର୍ତ୍ତି 
- ମନ୍ଦିର ଏକ ସମୟରେ ୫୦ ହଜାର ଲୋକ ପଶିପାରିବେ
- ଆତ୍ମନିର୍ଭର ହେବ ଅଯୋଧ୍ୟାର ରାମ ମନ୍ଦିର
- ୭୦ ଏକର ପରିସରରେ ୭୦ ପ୍ରତିଶତ ରହିବ ସବୁଜ ବଳୟ
- ନିଜସ୍ବ ଜଳ ବିଶୋଧନ ଓ ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥା ରହିବ
- ଅଗ୍ନିଶମ ଫାଣ୍ଡି ଓ ହସ୍ପିଟାଲ ରହିବ
- ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଯେଉଁଠି ପଥରରେ ପ୍ରାଣ ଫୁଙ୍କିବା କଥା ଆସେ, ଯେଉଁଠି ନିହାଣ ମୁନର ନିପୁଣତା କଥା ଆସେ, ସେଠି କିଏ ବା ପାଶୋରି ପାରେ ଓଡ଼ିଆ ଶିଳ୍ପୀଙ୍କ କଥା। ହଁ... ରାମମନ୍ଦିର କାନ୍ଥ ଓ ଖମ୍ବରେ ବି ଶତାଧିକ ଓଡ଼ିଆ ପୁଅ ଖୋଦେଇ କରୁଛନ୍ତି ଦେବାଦେବୀଙ୍କ ମୂର୍ତ୍ତି ଓ ସୂକ୍ଷ୍ମ କାରୁକାର୍ଯ୍ୟ। ଯୁଗ ଯୁଗ ପାଇଁ ଛାଡ଼ି ଆସୁଛନ୍ତି ଉତ୍କଳୀୟ କଳା ନୈପୁଣ୍ୟତାର ଅଲିଭା ସ୍ୱାକ୍ଷର। କିଏ କୋଣାର୍କରୁ ଯାଇଛି, ତ ଆଉ କିଏ ବାଲେଶ୍ୱରର ନୀଳଗିରିରୁ। ଘର ପରିବାର ଛାଡ଼ି ପ୍ରାୟ ବର୍ଷେ ହେଲା ସମର୍ପିତ ଅଛନ୍ତି ରାମସେବାରେ । କେବଳ ପଥର ଶିଳ୍ପୀ ନୁହଁନ୍ତି, ଗୁରୁତ୍ୱପୂର୍ଣ୍ଣ ନିର୍ମାଣକାର୍ଯ୍ୟରେ ନିୟୋଜିତ ଅଛନ୍ତି ଓଡ଼ିଆ ଇଞ୍ଜିନିୟର ।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ