Advertisment

ଘର ଛାଡ଼ି ପଳାଇ ଆସିଥିଲେ ଯୁବତୀ, ପରିବାର ସହ ପୁନଃମିଳନ କରାଇଲେ ଅଟୋ ଡ୍ରାଇଭର

ଘର ଛାଡ଼ି ପଳାଇ ଆସିଥିବା ଜଣେ ୧୪ ବର୍ଷୀୟ ଯୁବତୀଙ୍କୁ ପରିବାର ଲୋକଙ୍କ ସହ ପୁନଃମିଳନ କରାଇଲେ ଅଟୋ ଡ୍ରାଇଭର। ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହା ସମ୍ଭବପର ହୋଇପାରିଲା।

Auto Driver Reunites Runaway Girl With Family

Auto Driver Reunites Runaway Girl With Family

Advertisment

ପାଲଘର: ଘର ଛାଡ଼ି ପଳାଇ ଆସିଥିବା ଜଣେ ୧୪ ବର୍ଷୀୟ ଯୁବତୀଙ୍କୁ ପରିବାର ଲୋକଙ୍କ ସହ ପୁନଃମିଳନ କରାଇଲେ ଅଟୋ ଡ୍ରାଇଭର। ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହା ସମ୍ଭବପର ହୋଇପାରିଲା। ସମ୍ପୃକ୍ତ ଯୁବତୀଙ୍କ ଘର ଦିଲ୍ଲୀରେ। ପାଠପଢ଼ାକୁ ନେଇ ପରିବାର ଲୋକ ଚାପ ପକାଇବା ଫଳରେ ସେ ଘର ଛାଡ଼ି ପଳାଇ ଆସିଥିଲେ। ତେବେ ମହାରାଷ୍ଟ୍ରର ଜଣେ ଅଟୋ ଡ୍ରାଇଭର ଏସମ୍ପର୍କରେ ପୋଲିସ୍‌କୁ ଜଣାଇବା ସହ ଯୁବତୀଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ପୁନଃମିଳନ କରାଇଥିଲେ।

Advertisment

ସୂଚନା ଅନୁସାରେ, ଶନିବାର ସକାଳେ ଅଟୋ ଡ୍ରାଇଭର ରାଜୁ କର୍‌ୱାଡେ(୩୫) ମହାରାଷ୍ଟ୍ର ପାଲଘରରେ ଥିବା ଭାସାଇ ଷ୍ଟେସନ ବାହାରେ ଯାତ୍ରୀଙ୍କୁ ନେବା ଲାଗି ଅପେକ୍ଷା କରିଥିଲେ। ଏହି ସମୟରେ ଯୁବତୀ ଜଣକ ଆସି ଉକ୍ତ ଅଞ୍ଚଳରେ ଘର ମିଳିପାରିବ କି ବୋଲି ରାଜୁଙ୍କୁ ପଚାରିଥିଲେ। ଯୁବତୀଙ୍କ କଥାବାର୍ତ୍ତାରେ ସନ୍ଦେହ ହେବାରୁ ରାଜୁ ଉକ୍ତ ଯୁବତୀଙ୍କ ପରିଚୟ ପତ୍ର ଦେଖିଥିଲେ ଓ ତାଙ୍କ ସମ୍ପର୍କରେ ଖୋଳତାଡ଼ କରିଥିଲେ। ତାଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ଘରୁ ଏକାକୀ ଚାଲି ଆସିଥିବା କଥା ଯୁବତୀ ଜଣକ ଅଟୋ ଡ୍ରାଇଭରଙ୍କୁ କହିଥିଲେ। ଏହାପରେ ପୋଲିସ୍‌ ତତ୍‌କ୍ଷଣାତ ପୋଲିସକୁ ଜଣାଇଥିଲେ। 

ଖବରପାଇ ମାଣିକପୁର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ନୂଆଦିଲ୍ଲୀ ପୁଷ୍ପ ବିହାରରେ ତାଙ୍କ ଘର। ସବୁବେଳେ ପାଠପଢ଼ାରେ ଧ୍ୟାନ ଦେବା ଲାଗି ମା’ ଚାପ ପକାଉଥିଲେ। ତେଣୁ ଶୁକ୍ରବାର ଘର ଛାଡ଼ି ପଳାଇ ଆସିଥିବା ନେଇ ଯୁବତୀ ପୋଲିସ୍‌କୁ ଜଣାଇଥିଲେ। ଏହାପରେ ଦିଲ୍ଲୀର ସାକେତ ପୋଲିସ୍‌ ଷ୍ଟେସନ ସହ ଯୋଗାଯୋଗ କରାଯାଇଥିଲା। ପରେ ଜଣାପଡ଼ିଥିଲା, ସେଠାରେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ଯୁବତୀଙ୍କ ବାପାମା’ ଫ୍ଲାଇଟ୍‌ରେ ଭାସାଇ ପହଞ୍ଚି ଝିଅକୁ ଘରକୁ ଫେରାଇ ଆଣିଥିଲେ। 

Advertisment

ତେବେ ଠିକ୍‌ ସମୟରେ ଡ୍ରାଇଭର ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ପୋଲିସ୍‌କୁ ଜଣାଇବା ଯୋଗୁ ପରିବାର ଲୋକ ଝିଅକୁ ଫେରି ପାଇଥିଲେ। ପରେ ପୋଲିସ୍‌ ଡ୍ରାଇଭରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କୁ ପ୍ରଶଂସିତ କରିଥିଲେ। 

Girl Reunites With Family
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ