Advertisment

’ଯେକୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପ୍ରସ୍ତୁତ ଭାରତୀୟ ସେନା”

ଭାରତ-ଚୀନ ସୀମାରେ ସୁଧୁରୁଛି ସ୍ଥିତି । ଗତ ୬ମାସ ହେଲା ସ୍ଥିତି ସ୍ୱାଭାବିକ ହେଉଛି । ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ ଆଲୋଚନା ହେବ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ କହିଛନ୍ତି

ଅଦ୍ୟତନ ହୋଇଛି
Manoj Mukund Naravane

Manoj Mukund Naravane

Advertisment

ଲଦାଖ୍ : ଭାରତ-ଚୀନ ସୀମାରେ ସୁଧୁରୁଛି ସ୍ଥିତି । ଗତ ୬ମାସ ହେଲା ସ୍ଥିତି ସ୍ୱାଭାବିକ ହେଉଛି । ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ ଆଲୋଚନା ହେବ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ କହିଛନ୍ତି । ଗତକାଲି ଠାରୁ ଦିନ ଦୁଇ ଦିନିଆ ପୂର୍ବାଞ୍ଚଳ ଲଦାଖ ଗସ୍ତରେ ଅଛନ୍ତି ସେନା ମୁଖ୍ୟ । ତେବେ ସେଠାରେ ପହଞ୍ଚି ପ୍ରଥମେ ସେ ବର୍ତ୍ତମାନର ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Advertisment

ଦୁଇ ଦେଶ ମଧ୍ୟରେ ଦେଖା ଦେଉଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ସେପଟେ କିନ୍ତୁ ଇଷ୍ଟର୍ଣ୍ଣ ଲଦାଖ ଓ ନର୍ଥର୍ଣ୍ଣ ଫ୍ରଣ୍ଟରେ ଏଲ୍ଏସି ଆରପଟେ ଚୀନର ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ ଓ ଭିତ୍ତିଭୂମି ନିର୍ମାଣକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ସ୍ଥିତି ନେଇ ନିୟମିତ ଅନୁଧ୍ୟାନ କରାଯାଉଛି । ଆବଶ୍ୟକ ପଡ଼ିଲେ ଭାରତ ପକ୍ଷରୁ ସେଠାରେ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ କରାଯିବ । ଏବେ ଭାରତୀୟ ଯବାନମାନେ ସେଠାରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭାରତୀୟ ସେନା ମଧ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି । ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ସେନା ଯେ କୌଣସି ଚ୍ୟାଲେଂଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି ଲଦାଖ ଗସ୍ତ ଅବସରରେ ସ୍ଥଳସେନା ମୁଖ୍ୟ ଏମ.ଏମ. ନରୱାଣେ କହିଛନ୍ତି ।

Advertisment

ଏହାସହ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ କହିଛନ୍ତି, ପାକିସ୍ତାନ ସହିତ ଅସ୍ତ୍ରବିରତି ଚୁକ୍ତି ସନ୍ତୋଷଜନକ କରିଛି । ତେବେ ଗତ ଦୁଇ ମାସ ହେଲା ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଇଛି । ପାକିସ୍ତାନୀ ସେନାଙ୍କ ସାହାଯ୍ୟ ବିନା ଅନୁପ୍ରବେଶ ଉଦ୍ୟମ ହୋଇପାରିବ ନାହିଁ । ଗତ ୧୦ ଦିନରେ ଦୁଇଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଏନେଇ ମଧ୍ୟ ଆଲୋଚନା ହୋଇଛି ।

Army Chief MM Naravane
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ