ସାବଧାନ !! ପିଲାଙ୍କୁ ଦେଉଛନ୍ତି କି କଫ୍‌ ସିରପ୍‌ ? ଯାଇପାରେ ଛୁଆଙ୍କ ଜୀବନ..

ପ୍ରାୟତଃ ଛୋଟ ଛୁଆଙ୍କୁ ଥଣ୍ତା କାଶ ହେଲେ ଆମେ କଫ୍‌ ସିରପ୍‌ ଦେଇଥାଉ । ତେବେ ଏହା ପିଲାଙ୍କ କ୍ଷେତ୍ରରେ କ୍ଷତିକାରକ । ଚାରି ବର୍ଷରୁ କମ୍ ପିଲାମାନଙ୍କଠାରେ ଥଣ୍ଡାକୁ ରୋକିବା ପାଇଁ ଦିଆଯାଇଥିବା ଔଷଧ-ମିଶ୍ରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ସରକାର ।

Cough Syrup Banned

୪ ବର୍ଷର କମ୍‌ ପିଲାଙ୍କୁ କଫ୍‌ ସିରପ୍‌ ମନା । ସାରା ବିଶ୍ୱରେ କଫ୍‌ ସିରପ୍‌ କାରଣରୁ ୧୪୧ ପିଲାଙ୍କ ମୃତ୍ୟୁ ପରେ ଭାରତୀୟ ଡ୍ରଗ ରେଗୁଲେଟର୍‌ ୪ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ କଫ୍‌ ସିରପ୍‌ ଦେବା ଉପରେ ବ୍ୟାନ୍‌ ଲଗାଇଛନ୍ତି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସଚେତନ କରାଯାଇଛି । ଡିସେମ୍ବର ୧୮ରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।

ପ୍ରାୟତଃ ଛୋଟ ଛୁଆଙ୍କୁ ଥଣ୍ତା କାଶ ହେଲେ ଆମେ କଫ୍‌ ସିରପ୍‌ ଦେଇଥାଉ । ତେବେ ଏହା ପିଲାଙ୍କ କ୍ଷେତ୍ରରେ କ୍ଷତିକାରକ । ଚାରି ବର୍ଷରୁ କମ୍ ପିଲାମାନଙ୍କଠାରେ ଥଣ୍ଡାକୁ ରୋକିବା ପାଇଁ ଦିଆଯାଇଥିବା ମିଶ୍ରଣ ଔଷଧ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ସରକାର । ଯେଉଁ ମେଡିସିନ୍‌ ବ୍ୟାନ୍‌ ହୋଇଛି ସେଥିରେ କାଶ ଓ ଥଣ୍ଡା ମେଡିସିନ୍‌ ସାମିଲ ଅଛି । ଏଥିସହ ଔଷଧଗୁଡିକ ଉପରେ ସଠିକ୍ ଭାବରେ ଲେବଲ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନବଜାତ ଶିଶୁ ଏବଂ ଶିଶୁମାନଙ୍କ ମଧ୍ୟରେ ଅନୁମୋଦିତ ଅସ୍ୱୀକୃତ ଆଣ୍ଟି ଡ୍ରଗ୍ ଫର୍ମୁଲେଶନକୁ ନେଇ ବିଚାର ବିମର୍ଶ ପରେ ଏହି ପରାମର୍ଶ ଦିଆଯାଇଛି । ୨୦୧୯ରୁ ଦେଶରେ ଘରୋଇ ଉତ୍ପାଦିତ କଫ୍‌ ସିରପ୍‌ କାରଣରୁ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷ ମଧ୍ୟଭାଗରୁ ଗାମ୍ବିଆ, ଉଜବେକିସ୍ତାନ ଏବଂ କାମେରୁନରେ ଭାରତରେ ପ୍ରସ୍ତୁତ ହୋଇଥିବା କଫ୍‌ ସିରପ୍‌ ଯୋଗୁ ୧୪୧ ଜଣ ଶିଶୁଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ଭାରତରୁ ଫାର୍ମାସ୍ୟୁଟିକାଲ ରପ୍ତାନୀର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଭାରତ କମ୍‌ ଟଙ୍କାରେ ଜୀବନ ରକ୍ଷକ ଔଷଧ ତିଆରି କରିବାରେ ମାହିର ଥିବାରୁ ଭାରତକୁ ‘ଫାର୍ମାସୀ ଅଫ୍‌ ୱାର୍ଲ୍ଡ’ ବୋଲି ମଧ୍ୟ କୁହାଯାଏ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ ତଥା CDSCO ପକ୍ଷରୁ ଡିସେମ୍ବର ୧୮ ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଏହାକୁ ବୁଧବାର ସର୍ବସାଧାରଣରେ ପ୍ରକାଶ କରି ଔଷଧ ଉତ୍ପାଦନକାରୀଙ୍କୁ କମ୍ପାନୀ ଗୁଡ଼ିକୁ ସେମାନଙ୍କ ଉତ୍ପାଦ ଉପରେ ସତର୍କ ଲେବଲ ଲଗାଇବାକୁ ଚେତାବନୀ ଦେଇଛି । ଏଥିରେ ୪ ବର୍ଷରୁ କମ ବର୍ଷର ପିଲାଙ୍କ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇଛି ।

କଫ୍‌ ସିରପ୍‌ରେ ସାଧାରଣତଃ କ୍ଲୋରଫେନିରାମାଇନ ମେଲେଟ ଏବଂ ଫିନାଇଲଫ୍ରାଇନ ରହିଥାଏ । ଯାହା ସାଧାରଣ ଥଣ୍ଡା ଲକ୍ଷଣକୁ ଦୂର କରିବା ପାଇଁ ସିରପ୍‌ କିମ୍ବା ଟାବଲେଟରେ ବ୍ୟବହୃତ ହୁଏ । ବିଶେଷ ଭାବରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପାଞ୍ଚ ବର୍ଷରୁ କମ ପିଲାମାନଙ୍କଠାରେ କାଶ ଏବଂ ଥଣ୍ଡା ଲକ୍ଷଣର ଚିକିତ୍ସା ପାଇଁ ଓଭର-ଦି-କାଉଣ୍ଟର କାଶ ସିରପ କିମ୍ବା ଔଷଧ ବ୍ୟବହାର କରିବାକୁ ସୁପାରିଶ କରେ ନାହିଁ ।