ବାପା ବିକୁଥିଲେ କପଡ଼ା...ପୁଅ ପାଇଲା IAS

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖାଇଛନ୍ତି ଆଇଏଏସ୍‌ ଅନୀଲ ବସାକ । ଆଜି ସିନା ସେ ଆଇଏଏସ୍‌ ହେଲେ କିନ୍ତୁ ଏ ସଫଳତା ଯାତ୍ରାରେ ସେ କେତେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ତାହା ଜାଣିଲେ ଆପଣଙ୍କ ଆଖିରେ ଜକେଇ ଆସିବ ଲୁହ । ଅନୀଲଙ୍କୁ ପାଠ ପଢାଇବା ଲାଗି ଦିନରାତି ଏକ କରି ପରିଶ୍ରମ କରୁଥିଲେ ତାଙ୍କ ବାପା ।

Anil Basak, UPSC CSE

ଦ୍ୱାରଦ୍ୱାର ବୁଲି ବାପା ବିକୁଥିଲେ କପଡ଼ା । ପୁଅ ପାଇଲା ଆଇଏଏସ୍‌ । ପୁଅର ଏମିତି ଅଦ୍ଭୁତପୂର୍ବ ସଫଳତା ପରେ ଏବେ ଖୁସିରେ ବିଭୋର ପୂରା ପରିବାର । ବାପାଙ୍କ ପରିଶ୍ରମ ଝାଳର ମୂଲ ବୁଝିଲା ପୁଅ, ଦିନରାତି ପରିଶ୍ରମ କରି ପାଠ ପଢୁଥିଲେ ଆଜି ତା’ର ଫଳ ପାଇଛନ୍ତି । ଯାହାକୁ ନେଇ ତାଙ୍କୁ ସବୁଆଡ଼ୁ ଛୁଟିଛି ପ୍ରଶଂସାର ସୁଅ ।

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖାଇଛନ୍ତି ଆଇଏଏସ୍‌ ଅନୀଲ ବସାକ । ଆଜି ସିନା ସେ ଆଇଏଏସ୍‌ ହେଲେ କିନ୍ତୁ ଏ ସଫଳତା ଯାତ୍ରାରେ ସେ କେତେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ତାହା ଜାଣିଲେ ଆପଣଙ୍କ ଆଖିରେ ଜକେଇ ଆସିବ ଲୁହ । ଅନୀଲଙ୍କୁ ପାଠ ପଢାଇବା ଲାଗି ଦିନରାତି ଏକ କରି ପରିଶ୍ରମ କରୁଥିଲେ ତାଙ୍କ ବାପା । ଯେତିକି ରୋଜଗାର ହେଉଥିଲା ସେତିକିରେ ପରିବାର ଚଳିବା ସହିତ ଅନିଲଙ୍କୁ ପାଠ ବି ପଢାଉଥିଲେ । ଆଉ ଅନୀଲ ବି ବାପାଙ୍କ ମୂଲକୁ ବୁଝିଥିଲେ । ବିହାର କିଶାନଗଂଜର ଅନୀଲ ସଫଳତା ପାଇବା ପରେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

 

ଅନୀଲ ନିଜ ସଂଘର୍ଷର କାହାଣୀ ଯେତେବେଳେ କହୁଥିଲେ ସେତେବେଳେ ତାଙ୍କ ଆଖିରେ ବି ଲୁହ ଆସୁଥିଲା । ବାପା ସକାଳୁ କପଡ଼ା ବିକ୍ରି କରି କରି ହାଲିଆ ହୋଇଯାଆନ୍ତି । କିନ୍ତୁ ନିଜର ଥକାପଣ ସେ କେବେ ଦେଖାନ୍ତି ନାହିଁ ବୋଲି ଅନୀଲ କହିଛନ୍ତି । ଆଉ ବାପାଙ୍କ କଷ୍ଟ ମତେ ସଫଳତା ଆଣିଦେଇଛି ବୋଲି ଅନୀଲ କହିଛନ୍ତି । ଏହାସହ ସେ କହିଛନ୍ତି, ଅନେକ ସମୟରେ ଖାଇବାକୁ ପାଇନାହାନ୍ତି ହେଲେ ସେ ପଛକୁ ଫେରିନାହାନ୍ତି କି ପରିଶ୍ରମ ବନ୍ଦ କରିନାହାନ୍ତି ।

ଅନୀଲ ଖାଲି ଆଇଏଏସ୍‌ ପାଇଛନ୍ତି ତାହା ନୁହେଁ ବରଂ ସର୍ବଭାରତୀୟ ସ୍ତରରେ ୪୫ତମ ସ୍ଥାନ ଅଧିକାର କରିଛନ୍ତି । ଆଇଏଏସ୍‌ ପୂର୍ବରୁ ଆଇଆଇଟି ଦିଲ୍ଲୀରେ ସେ ପାଠ ପଢୁଥିଲେ । ପରେ ସେ ଆଇଏଏସ୍‌ ପାଇଁ କୋଚିଂ ନେଲେ । ପ୍ରଥମଥର ୟୁପିଏସ୍‌ସିରେ ବିଫଳ ହୋଇଥିଲେ ହେଲେ ଦ୍ୱିତୀୟ ଥର ସଫଳତା ପାଇଥିଲେ । ଆଉ ଏବେ ଆଇଏଏସ୍‌ ପାଇ ଚର୍ଚ୍ଚାରେ। ସତରେ ପରିଶ୍ରମ କେବେ ବୃଥା ଯାଏନି ।