Advertisment

ଅମ୍ରିତପାଲର ପତ୍ନୀଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା !! ଆତଙ୍କୀ ଲିଙ୍କରେ . . .

ଟେରର୍ ଫଣ୍ଡିଂ ପାଇଁ ବ୍ରିଟେନରେ ଗିରଫ ହୋଇଥିଲେ ! ଉପଯୁକ୍ତ ପ୍ରମାଣ ମିଳିଲେ କିରଣଦୀପଙ୍କୁ ବାନ୍ଧିପାରେ ପୋଲିସ

ଅଦ୍ୟତନ ହୋଇଛି
Amritpal Singh wife Kirandeep Kaur

Amritpal Singh wife Kirandeep Kaur

Advertisment

ଅମ୍ରିତପାଲର ପତ୍ନୀଙ୍କୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅନ୍ତର୍ଜାତୀୟ ଆତଙ୍କୀ ସଂସ୍ଥା ପାଇଁ ଫଣ୍ଡିଂ ଅଭିଯୋଗରେ ପୂର୍ବରୁ ୟୁକେରେ ହୋଇଥିଲେ ଗିରଫ। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୋଲିସ ରାଡାରରେ ପତ୍ନୀ କିରଣଦୀପ କୌର ( Kirandeep Kaur) । ଉପଯୁକ୍ତ ପ୍ରମାଣ ମିଳିଲେ କିରଣଦୀପଙ୍କୁ ମଧ୍ୟ ବନ୍ଧିପାରେ ପୋଲିସ।..

Advertisment

ଅମ୍ରିତପାଲ(Amritpal Singh)ର ପତ୍ନୀ କିରଣଦୀପ କୌର ବ୍ରିଟେନରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ। ଏବେ ସେ ଶାଶୁଘର ଅମୃତସରରେ ରହୁଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୱାରିସ ପଞ୍ଜାବ ଦେ ମୁଖ୍ୟ ତଥା ଦୁବାଇ ଫେରନ୍ତା ଅମ୍ରିତପାଲ୍ ସିଂର ଖଲିସ୍ତାନୀ ଓ ପାକିସ୍ତାନ ଲିଙ୍କ୍ ଥିବା ଚର୍ଚ୍ଚା ହେଉଥିବା ବେଳେ; ଆତଙ୍କୀ ଲିଙ୍କ୍ ସନ୍ଦେହରେ ପୋଲିସ ରାଡାରକୁ ଆସିଛନ୍ତି କିରଣଦୀପ କୌର । ଅମ୍ରିତପାଲକୁ ଖୋଜି ଖୋଜି ବୁଧବାର ତାର ଗାଁରେ ପହଞ୍ଚିଥିଲା ପଞ୍ଜାବ ପୋଲିସ।

ଅମୃତସରର ଜଲପୁର ଖେଡ଼ାରେ ଅମ୍ରିତପାଲର ମାଆ ଓ ପତ୍ନୀଙ୍କୁ ପୋଲିସ ପଚରାଉଚରା କରିଥିଲା। ବବର ଖାଲସା ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ସହ ସଂପର୍କ ଏବଂ ବିଦେଶୀ ଫଣ୍ଡିଂ ମାମଲାରେ ବି କୀରଣଦୀପଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ବିବାହ ପୂର୍ବରୁ କିରଣଦୀପ୍ ୟୁକେରେ ରହୁଥିଲେ ।

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିରଣଦୀପ୍ ସେଠାରେ ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ବବର୍ ଖାଲସା ସହ ସଂପର୍କରେ ଥିଲେ ବୋଲି ଅଭିଯୋଗ ହୋଇଛି। ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ସେଠାକାର ତଦନ୍ତକାରୀ ସଂସ୍ଥା ୨୦୨୦ରେ କିରଣଦୀପଙ୍କ ସହ ଅନ୍ୟ ୫ ସହଯୋଗୀଙ୍କୁ ଗିରଫ କରିଥିଲା। ସେଠାରେ ମଧ୍ୟ ତାଙ୍କୁ ଏ ନେଇ ପଚରାଉଚରା କରାଯାଇଥିଲା।

କିରଣଦୀପଙ୍କ କିଛି ବ୍ୟାଙ୍କ୍ ଆକାଉଣ୍ଟକୁ ବିଦେଶରୁ ଟଙ୍କା ଟ୍ରାନ୍ସଫର ହୋଇଥିବା କୁହାଯାଉଥିବା ବେଳେ ଏହାର ମଧ୍ୟ ଯାଞ୍ଚ କରାଯାଉଛି। ତଦନ୍ତ ବେଳେ ସୁରକ୍ଷା ଏଜେନ୍ସିକୁ ଯଦି ଏଭଳି କିଛି ପ୍ରମାଣ ମିଳେ ତେବେ କିରଣଦୀପ୍ ଙ୍କୁ ବି ଗିରଫ କରାଯାଇପାରେ । ଅମ୍ରିତପାଲର ଭାଇକୁ ପୋଲିସ୍ ପୂର୍ବରୁ ଗିରଫ କରିସାରିଥିବା ବେଳେ ବୁଧବାର ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପଚରାଉଚରା କରିଛି।...

Advertisment

ସୂଚନାଯୋଗ୍ୟ ଚଳିତ ବର୍ଷ ଫେବୃଆରୀ ୧୦ ତାରିଖରେ କିରଣଦୀପଙ୍କୁ ବିବାହ କରିଥିଲା ଅମ୍ରିତପାଲ୍ । ଅମ୍ରିତପାଲର ପୈତୃକ ଗାଁ ଜଲପୁର ଖେଡ଼ାରେ ନିକଟତମ ସଂପର୍କୀୟଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଥିଲା । ବିବାହ ପରଠୁ କିରଣଦୀପ୍ ଅମୃତସରର ଜଲପୁର ଖେଡ଼ାରେ ହିଁ ରହୁଛନ୍ତି। ତେବେ ଜଳନ୍ଧର ଅଞ୍ଚଳରେ କିରଣଦୀପଙ୍କ ପରିବାର ରହୁଥିବା ସୂଚନା ମିଳିଛି। ଅମ୍ରିତପାଲ୍ ୱାରିସ୍ ପଞ୍ଜାବ ଦେର ମୁଖ୍ୟ ହେବାର ମାସକ ପରେ ହିଁ କିରଣଦୀପଙ୍କ ସହ ତାର ବିବାହ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ