Advertisment

ଅମିତାଭଙ୍କ ବୟାନକୁ ନେଇ ବିବାଦ : ମୁହାଁମୁହିଁ ବିଜେପି ଓ ତୃଣମୂଳ କଂଗ୍ରେସ

ବଢିଲା ତୁତୁ ମେମେ, ଘମାଘୋଟ ଟ୍ୱିଟର ଓ୍ୱାର୍, ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ ଅମିତାଭ

ଅଦ୍ୟତନ ହୋଇଛି
twitter war

twitter war

Advertisment

ଅମିତାଭ ବଚ୍ଚନଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ବୟାନ ପରେ ଜୋର୍ ଧରିଛି ବିଜେପି-ଟିଏମସି ତୁତୁ ମେମେ । ବିଜେପି ନେତା ଓ ଟିଏମସି ନେତାଙ୍କ ମଧ୍ୟରେ ଘମାଘୋଟ ଟୁଇଟର୍ ଓ୍ୱାର୍ । କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ନାଗରିକ ସ୍ୱତନ୍ତ୍ରତା ଓ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ ଅମିତାଭ । ବ୍ରିଟିଶ ଅମଳ ଏବଂ ପ୍ରାକ୍-ସ୍ୱାଧୀନତା ସମୟରେ ଫିଲ୍ମ ସେନସରସିପ୍ କଥା ଉଲ୍ଲେଖ କରିବା ସହ ସେ କହିଥିଲେ ଯେ, ୧୯୫୨ ସିନେମାଟୋଗ୍ରାଫି ଆକ୍ଟ ଅନୁସାରେ ସେନସରସିପର ଢାଞ୍ଚା ତିଆରି ହୋଇଛି ଏବଂ ଆଜିର ସମୟରେ ଫିଲ୍ମ ସାର୍ଟିଫିକେସନ୍ ବୋର୍ଡ ଏହାକୁ କାର୍ଯ୍ୟକାରୀ କରୁଛି । କିନ୍ତୁ ଏବେ ମଧ୍ୟ ନାଗରିକ ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଯାଉଛି ।

Advertisment

ଅମିତାଭଙ୍କ ଏହି ମନ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ, ଟିଏମସିକୁ ଟାର୍ଗେଟ୍ କରିବାର ସୁଯୋଗକୁ ଜମାରୁ ହାତ ଛଡ଼ା କରିନି ବିଜେପି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ୍ କରିଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ଏହି କଥା କୋଲକାତାରେ ଏବଂ ମଞ୍ଚରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ କୁହାଯିବା, ଠିକ୍ ଏକଛତ୍ରବାଦୀଙ୍କୁ ଦର୍ପଣ ଦେଖାଇବା ଭଳି । ମମତାଙ୍କ ଇସାରାରେ ଭାରତ ସବୁଠୁ ରକ୍ତାକ୍ତ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିଥିଲା । ସେ ବେଙ୍ଗଲର ଛବି କଳଙ୍କିତ କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ଅମିତ ମାଲବ୍ୟ ।

ଏହାର ଜବାବରେ ବିଜେପି ଉପରେ ନିଶାନା ସାଧିଛନ୍ତି ଟିଏମସି ସାଂସଦ ନୁସରତ୍ ଜାହାନ୍ । ଟୁଇଟ୍ କରି କହିଛନ୍ତି, ଫିଲ୍ମ ବ୍ୟାନ୍ କରିବା, ସାମ୍ବାଦିକଙ୍କୁ ଅଟକ ରଖିବା ଏବଂ ସତ କହୁଥିବା ସାଧାରଣ ଲୋକଙ୍କୁ ଦଣ୍ଡିତ କରିବା ଏକଛତ୍ରବାଦ ଶାସନର ଚିହ୍ନ । ବାକ୍ ଓ ଅଭିବ୍ୟକ୍ତି ସ୍ୱାଧୀନତାକୁ ରୋକିବା ବି ସେୟା । ଏସବୁ ବିଜେପି ଶାସନରେ ହେଉଛି . । ଅନ୍ୟପକ୍ଷରେ କଳାକ୍ଷେତ୍ରରେ ବିଜେପିର ବୟକଟ୍ ଓ ବ୍ୟାନକୁ KIFF ମଞ୍ଚରୁ ଅମିତାଭ ନିନ୍ଦା କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ଆଉ ଜଣେ ଟିଏମସି ସାଂସଦ ମହୁଆ ମୈତ୍ର ।

Advertisment

ଟିଏମସି ମୁଖପାତ୍ର ସାକେତ୍ ଗୋଖଲେ ମଧ୍ୟ ଟୁଇଟ୍ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି ଅମିତାଭ ବଚ୍ଚନ ମୋଦି ଓ ଶାହଙ୍କ ଅଧୀନରେ ଥିବା ଦେଶର ବର୍ତ୍ତମାନର ସ୍ଥିତି ସଂପର୍କରେ କହିଛନ୍ତି । ସେ ବେଙ୍ଗଲରେ ବାଘୁଣୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଖୋଲାଖୋଲି ଏକଥା କହିପାରିଛନ୍ତି, ଦିଲ୍ଲୀ କି ମୁମ୍ବାଇରେ କହିପାରିନଥାନ୍ତେ।

ତେଣେ ଏହି ପ୍ରସଙ୍ଗରେ ଟୁଇଟ୍ କରି, ମମତା ଦିଦି ବଲିଉଡ୍ ସହ ତାଙ୍କର ୨୦୨୪ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବୋଲି କଟାକ୍ଷ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଆହୁରି ଲେଖିଛନ୍ତି, ଅନ୍ତତଃ ବଲିଉଡ୍ କିଛି ଅଲଗା କରୁଛି ।

Advertisment
BJP Amitabh Bachchan TMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ