Advertisment

ଅମରନାଥ ଦୁର୍ଘଟଣା ପରେ ପଥର ସନ୍ଧିରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ପ୍ରଳୟକୁ ୨୪ ଘଣ୍ଟ ବିତିଯାଇଥିଲେ ବି ପ୍ରଳୟ ପରର ଚିତ୍ର ଏବେ ବି ତାଜା ରହିଛି। ସମୁଦ୍ର ଢେଉ ପରି ପାଣି ଆସି ସବୁକିଛି ଭସାଇ ନେବା ପରେ ଏବେ ତା’ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।

Amarnath Incident, 16 Dead, Rescue Operation Continues

Amarnath Incident, 16 Dead, Rescue Operation Continues

Advertisment

ପ୍ରଳୟକୁ ବିତିଲାଣି ୨୪ ଘଣ୍ଟା। କିନ୍ତୁ ପ୍ରଳୟ ପରର ଚିତ୍ର ଏବେ ବି ତାଜା ରହିଛି। ସମୁଦ୍ର ଢେଉ ପରି ପାଣି ଆସି ସବୁକିଛି ଭସାଇ ନେବା ପରେ ଏବେ ତା’ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ। ପବିତ୍ର ଅମରନାଥ ଯାତ୍ରା ବେଳେ ଗତକାଲି ଘଟିଥିବା ପ୍ରଳୟଙ୍କରୀ ବର୍ଷା ପରେ ସୃଷ୍ଟି ହୋଇଥିଯାଇଥିଲା ବିଭୀଷିକା।

Advertisment

ଶୁକ୍ରବାର ପ୍ରାୟ ସାଢେ ୫ଟା ବେଳେ ଅନ୍ୟଦିନ ଭଳି ଗୁମ୍ଫା ଅଭିମୁଖେ ଆଗକୁ ବଢୁଥିଲା ତୀର୍ଥଯାତ୍ରୀଙ୍କ ପାଦ। ହେଲେ ଠିକ୍ ଗୁମ୍ଫା ନିକଟବର୍ତ୍ତି ଅଞ୍ଚଳରେ ଥିବା ଦୁଇ ପାହାଡ଼ ମଝିରୁ ହଠାତ ମାଡ଼ି ଆସିଥିଲା ସମୁଦ୍ର ଜୁଆର ପରି ବର୍ଷା ଜଳ। ସୁ ସୁ ଗର୍ଜନ କରି ଉପର ମୁଣ୍ଡରୁ ଆସୁଥିବା ପାଣି ସୁଅରେ ଭାସିଯାଇଥିଲେ ବହୁ ତୀର୍ଥଯାତ୍ରୀ। ଯାତ୍ରା ବେଳେ କ୍ଲାନ୍ତି ମେଣ୍ଟାଇବାକୁ ବାଟ ସାରା ହୋଇଥିବା ଶ୍ରଦ୍ଧାଳୁଙ୍କ ବହୁ ଆଶ୍ରୟସ୍ଥଳୀକୁ ବି ଭସାଇ ନେଇଥିଲା ପାଣିର ସୁଅ।

ଅଘଟଣ ପରଠୁ ଏବେ ଯାଏଁ ଘଟଣାସ୍ଥଳରେ ନିରବଚ୍ଛିନ୍ନ ଭାବେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି ସ୍ଥଳସେନା, ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆରଏଫ୍, ଆଇଟିବିପି, ସିଆର୍‌ପିଏଫ୍, ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍। ବାୟୁସେନା ଓ ବିଏସ୍ଏଫ୍‌ର ହେଲିକପଟ୍‌ର ସହ ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ଅତ୍ୟାଧୁନିକ ହାଲୁକା ହେଲିକର୍‌କୁ ବି ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି।

Advertisment

୨୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ପାହାଡ଼ ନିକଟରେ ଫସିଥିବା ବହୁ ଶ୍ରଦ୍ଧାଳୁଙ୍କୁ ଏୟାରଲିଫ୍ଟ କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏନ୍‌ଡିଆର୍‌ଏଫ୍‌ର ସୂଚନା ଅନୁସାରେ ଏ ଦୁର୍ବିପାକରେ ମୃତ୍ୟୁ ସଂଖ୍ୟା ୧୬ରୁ ଅଧିକ ହୋଇଛି। ୪୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରୁ ଅନେକ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି।

ଅଘଟଣ ପରେ ଅମରନାଥ ଯାତ୍ରାକୁ ଗତକାଲିଠୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଫଳରେ ଅମରନାଥ ରୁଟ୍‌ରେ ହଜାର ହଜାର ଶ୍ରଦ୍ଧାଳୁ କ୍ୟାମ୍ପ୍‌ରେ ଅଟକି ରହିଛନ୍ତି।

Advertisment

ତେବେ ଏ ଦୁର୍ବିପାକକୁ ନେଇ ସେମାନଙ୍କ ମନରେ ଭୟ ଅପେକ୍ଷା, ବାବା ଅମରନାଥଙ୍କ ଦର୍ଶନ ପାଇଁ କିନ୍ତୁ ମନ ଭିତରେ ବ୍ୟାକୁଳତା ଅଧିକ ରହିଛି। ପାଗ ବଦଳିଲେ ପୁଣି ଯାତ୍ରା ଆରମ୍ଭ ନେଇ ପ୍ରଶାସନ ଅନୁମତି ଦେବା ଆଶା ରଖିଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୀର୍ଥଯାତ୍ରୀ।

କୋଭିଡ୍‌ ପାଇଁ ଗଲା ଦୁଇ ବର୍ଷ ଏବଂ ତା’ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ଲଗାତର ୩ ବର୍ଷ ଧରି ବନ୍ଦ ରହିଥିଲା ପବିତ୍ର ଅମରନାଥ ଯାତ୍ରା। ତେଣୁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ରହିଛି। ଏ ବର୍ଷ ଗତ ଜୁନ୍ ୩୦ରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଶେଷ ହେବ।

Amarnath Yatra Amarnath Tragedy Amarnath Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ