Advertisment

ଅମରନାଥ ବର୍ଷା ବିଭୀଷିକାର ୪୮ ଘଣ୍ଟା ପରେ ବି ସୁଧୁରିନି ସ୍ଥିତି, ରାସ୍ତା ମରାମତିରେ ବ୍ୟସ୍ତ ସେନା ଓ ଅର୍ଦ୍ଧସାମରିକ ବାହିନୀ

ସର୍ଚ୍ଚ ଅପରେସନ ଶେଷ ପରେ ଯାତ୍ରା ପୁନଃ ଆରମ୍ଭ ଲାଗି ରାସ୍ତା ମରାମତିରେ ବ୍ୟସ୍ତ ସେନା ଓ ଅର୍ଦ୍ଧସାମରିକ ବାହିନୀ

Special story

Special story

Advertisment

ଅମରନାଥ ବର୍ଷା ବିଭୀଷିକାର ୪୮ ଘଣ୍ଟା ପରେ ବି ସ୍ୱାଭାବିକ ହୋଇନି ଦେବସ୍ଥଳର ସ୍ଥିତି। ଧସିଥିବା ମାଟି ଅତଡ଼ା ଓ ବାଦଲଫଟା ବର୍ଷା ପରର ଧ୍ୱଂସସ୍ତୂପ ତଳୁ ଏବେ ବି ଚାଲିଛି ଜୀବନ ଖୋଜା । ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଗତ ଶୁକ୍ରବାର ସାରେ ପ୍ରଳୟଙ୍କରୀ ବର୍ଷା ପରେ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତିରେ ସୁଧାର ପାଇଁ ଜାରି ରହିଛି ଉଦ୍ୟମ । ଅଘଟଣ ପରଠୁ ଆଜିକୁ ଦୁଇଦିନ ଧରି ଯାତ୍ରା ସ୍ଥଗିତ ଥିବାରୁ ଏହାକୁ ତୁରନ୍ତ ସ୍ୱାଭାବିକ କରିବାକୁ ରୁଟ୍ ପୁନଃ ନିର୍ମାଣରେ ଲାଗିଛନ୍ତି ସେନା, ସିଆରପିଏଫ୍ ଓ ଜାମ୍ମୁ କାଶ୍ମୀର ପୋଲିସ । ଦୁଇ ଦିନର ନିରବଚ୍ଛିନ୍ନ ଉଦ୍ଧାର କାର୍ଯ୍ୟ ଶେଷ ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାସ୍ତା ତିଆରି କାମ ।

Advertisment

ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳଙ୍କ ସୂଚନା ଅନୁସାରେ, ବର୍ଷା ବିଧ୍ୱସ୍ତ ଅମରନାଥ ରୁଟ୍ ପୁନଃ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ଆଜି ସୁଦ୍ଧା ଏହା ସମାପ୍ତ ହେବା ଆଶା କାରଯାଉଥିବାରୁ ତୀର୍ଥଯାତ୍ରୀଙ୍କୁ ଖୁବଶୀଘ୍ର ଯାତ୍ରା ପାଇଁ ଅନୁମତି ମିଳିପାରେ । କାରଣ ଶୁକ୍ରବାର ଘଟଣା ପର ଠାରୁ ପବିତ୍ର ଗୁମ୍ଫାକୁ ଆଉ ଦର୍ଶନ ପାଇଁ ପ୍ରଶାସନିକ ଅନୁମତି ନଥିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ।

ଏପଟେ ଅମରନାଥ ଅଘଟଣର ୨ ଦିନ ପରେ ସାମ୍ନାକୁ ଆସିଛି କିଛି ଓଡ଼ିଆ ତୀର୍ଥଯାତ୍ରୀଙ୍କ ଦୁର୍ଦ୍ଦଶାର ଚିତ୍ର । ସେଦିନ ପ୍ରକୃତିର ସେ ଭୟଙ୍କର କୋପରୁ ଏମାନେ ରକ୍ଷା ପାଇଯାଇଛନ୍ତି ସତ, କିନ୍ତୁ ତା ପରର ପ୍ରତିକୂଳ ପରିସ୍ଥିତିରେ ଜୀବନ ବଞ୍ଚାଇବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ସେମାନଙ୍କୁ। ରାୟଗ଼ଡ଼ା ଜିଲ୍ଲାରୁ ଯାଇଥିବା ଏହି ୫ ଓଡ଼ିଆ ଦର୍ଶନ ସାରି ଫେରିବା ବେଳକୁ ଆରମ୍ଭ ହୋଇଥିଲା ବାଦଲ ଫଟା ବର୍ଷା । ସେମାନେ ରହୁଥିବା ଅସ୍ଥାୟୀ ଟେଣ୍ଟ୍ ଭାସିଯିବାରୁ ସମସ୍ତ ଜିନିଷପତ୍ର ହରାଇଥିଲେ । ତେବେ ପ୍ରଳୟ ଭିତରୁ ଜୀବନ ବଞ୍ଚାଇ ଫେରୁଥିବାରୁ ସେମାନଙ୍କ ଘର-ପରିବାର ଏବେ ଆଶ୍ୱସ୍ତ।

Advertisment

ସେହିଭଳି ନବରଙ୍ଗପୁର ଜିଲ୍ଲାର ନାଗେଶ୍ୱର ରାଓଙ୍କ ପରିବାରରେ ବି ଖୁସି। କାରଣ ବନ୍ଧୁବାନ୍ଧବଙ୍କୁ ମିଶାଇ ଏକ ୧୭ ଜଣିଆ ଦଳ ଅମରନାଥ ଯାଇଥିଲେ ବି ଅଘଟଣର ମାତ୍ର କିଛି ସମୟ ପୂର୍ବରୁ ଏମାନେ ସ୍ଥାନ ଛାଡ଼ିସାରିଥିଲେ। ସେମିତି ଜୟପୁର ରୋଡ୍ରେ ରହୁଥିବା ଏକ ପରିବାର ବି ଅମରାନାଥ ଯାତ୍ରାରୁ ସୁରକ୍ଷିତ ଫେରି ଆସିଥିବାରୁ ନିଜକୁ ଭାଗ୍ୟବାନ ମଣିଛନ୍ତି।

Amarnath Tragedy Amarnath Cloudburst
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ