Advertisment

ଜ୍ଞାନବାପୀରେ ଜାରି ରହିବ ASI ସର୍ଭେ, ମୁସଲିମ୍‌ ପକ୍ଷଙ୍କ ଆବେଦନକୁ ହାଇକୋର୍ଟ ଝଟକା

ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ...ଏବେ ଏହାର ଶୁଣାଣି ହୋଇ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

ଅଦ୍ୟତନ ହୋଇଛି
Gyanvapi Masjid Case Updates

Allahabad HC allows ASI survey at Gyanvapi mosque

Advertisment

ବାରାଣାସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ଜ୍ଞାନବାପୀ ମସଜିଦର ASI ସର୍ଭେ ଜାରି ରଖିବା ପାଇଁ କୋର୍ଟ ସବୁଜ ସଙ୍କେତ ଦେଇଛନ୍ତି । ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ବର୍ତ୍ତମାନ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ନ୍ୟାୟ ହିତରେ ଏଏସଆଇ ସର୍ଭେର ଆବଶ୍ୟକତା ରହିଥିବା ଆହ୍ଲାବାଦ ହାଇକୋର୍ଟ କହିଛନ୍ତି । ଅନ୍ୟପଟେ ଏହାକୁ କେତେକ ସର୍ତ୍ତରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।

Advertisment

ଜିଲ୍ଲା ଜଜ୍ ଏ.କେ ବିଶ୍ୱଶ ଶୁକ୍ରବାର ଦିନ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଏସଆଇକୁ ୪ ଅଗଷ୍ଟ ପର୍ଯ୍ୟନ୍ତ ସର୍ଭେ ରିପୋର୍ଟ ବାରାଣାସୀ ଜିଲ୍ଲା କୋର୍ଟରେ ଦାଖଲ କରିବାକୁ ପଡିବ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଟିମ୍‌ ସୋମବାର ଦିନ ସର୍ଭେ କରିବା ପାଇଁ ଜ୍ଞାନବାପୀ ମସଜିଦ୍‌ରେ ପହଞ୍ଚିଥିଲା । କିନ୍ତୁ ମୁସଲିମ ପକ୍ଷ ଏହି ସର୍ଭେ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଦୁଇ ଦିନ ପାଇଁ ସର୍ଭେ ଉପରେ ରୋକ ଲଗାଇଥିବା ବେଳେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ଏହା ପରେ ମୁସଲିମ ପକ୍ଷ ହାଇକୋର୍ଟରେ ମାମଲା ନେଇ ଆବେଦନ କରିଥିଲେ । ଶୁଣାଣି ପରେ ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Advertisment

ହାଇକୋର୍ଟ ରାୟରେ କିଏ କ’ଣ କହିଲେ ?

ୟୁପିର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ମୁଁ କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରୁଛି । ଏଏସଆଇ ସର୍ବେକ୍ଷଣରେ ସତ ସାମ୍ନାକୁ ଆସିବା ସହ ବିବାଦର ଅବସାନ ଘଟିବ ବୋଲି ମୋର ବିଶ୍ୱାସ ।’

Advertisment

ସେହିପରି ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ମୁସଲିମ ପକ୍ଷର ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଏସଆଇ ସର୍ଭେ ଆରମ୍ଭ ହେବା ଉଚିତ ଏବଂ ତୁରନ୍ତ ପ୍ରଭାବ ସହିତ ଜିଲ୍ଲା କୋର୍ଟର ନିଷ୍ପତ୍ତି ପ୍ରଯୁଜ୍ୟ । କୋର୍ଟ ଆମର ଦାବିକୁ ଗ୍ରହଣ କରିଛନ୍ତି । କୌଣସି କ୍ଷତି ନକରି ଏହି ସର୍ଭେ କରାଯିବ । ଏଏସଆଇ କୋର୍ଟରେ ଏକ ଆଫିଡେଭିଟ୍ ମଧ୍ୟ ଉପସ୍ଥାପନ କରିଛି । କୋର୍ଟ କହିଛନ୍ତି, ଏଏସଆଇର ଆଫିଡେଭିଟ୍ ଗ୍ରହଣ ନକରିବାର କୌଣସି କାରଣ ନାହିଁ । ଏଥିରେ ଉଲ୍ଲେଖ କରାଯାଇଥିବା ସର୍ତ୍ତ ଅନୁଯାୟୀ ସର୍ଭେ କରାଯିବା ଉଚିତ୍ । ମୋ ମତରେ ଏହି ସର୍ଭେ ହେବା ଉଚିତ । ’

Allahabad High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ