Advertisment

ଏଣିକି ସରକାରୀ ବାବୁମାନେ ଇ-ଯାନ ଚଢିବାକୁ ବାଧ୍ୟ, ଅଗଷ୍ଟ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ ଧାର୍ଯ୍ୟ ହୋଇଛି ସମୟ

ଦିଲ୍ଲୀ ପରିବହନ ବିଭାଗର ରିପୋର୍ଟ ଅନୁସାରେ, ୨୦୨୧ ବୈଦ୍ୟୁତିକ ନୀତି କାର୍ଯ୍ୟକାରୀ ହେବା ପରେ ଏ ପର୍ଯ୍ୟନ୍ତ ପାଖାପାଖି ୧୪ ହଜାର ୫୦୦ ଇଲେକ୍ଟ୍ରିକ୍‌ ଗାଡ଼ି ପଞ୍ଜୀକୃତ ହୋଇଛି। ଏହାସହ ରାସ୍ତାରେ କେମିତି ସଠିକ୍‌ ଭାବରେ ଗାଡ଼ି ଗୁଡ଼ିକ ଚାର୍ଜ ହୋଇପାରିବ ସେନେଇ ଦିଲ୍ଲୀ ସରକାର ଅନେକ ଯୋଜନା କରୁଥିବା ନେଇ ସୂଚନା ମିଳିଛି। ଚଳିତ ଡିସେମ୍ବର ସୁଦ୍ଧା ଦିଲ୍ଲୀର ବିଭିନ୍ନ ବିଲଡିଂ କମ୍ପ୍ଲେକ୍ସରେ ୧୦ ହଜାରରୁ ଅଧିକ ବୈଦ୍ୟୁତିକ ଯାନ ଚାର୍ଜର ସ୍ଥାନ ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏଣିକି ସରକାରୀ ବାବୁମାନେ ଇ-ଯାନ ଚଢିବାକୁ ବାଧ୍ୟ, ଅଗଷ୍ଟ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ ଧାର୍ଯ୍ୟ ହୋଇଛି ସମୟ

electric-vehicles

Advertisment

ନୂଆଦିଲ୍ଲୀ: ଏଣିକି ନେତାମନ୍ତ୍ରୀ କିମ୍ବା ଅଫିସର ମାନେ ପେଟ୍ରୋଲ କିମ୍ବା ଡ଼ିଜେଲ୍‌ ଗାଡ଼ି ଚଢିପାରିବେ ନାହିଁ ଅର୍ଥାତ୍‌ ବିଜୁଳି ଚାଳିତ ଗାଡ଼ି ଚଢିବେ। ତୈଳ ଦାମ୍‌ ବଢିବା ସହ ପରିବେଶ ପ୍ରଦୂଷଣର ମାତ୍ରା କମାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଠାରେ କହିରଖୁଛୁ କି, ଏହି ନିୟମ ଦିଲ୍ଲୀରେ ଲାଗୁ ହୋଇଛି। ଓଡ଼ିଶାରେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ବିଜୁଳି ଗାଡି ଚଳାଇବା ନେଇ ଚଳିତ ଫେବୃଆରୀ ମାସରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ। ପରିବହନ ମନ୍ତ୍ରୀ କୈଳାସ ଗେହେଲଟ୍‌ ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରିଥିଲେ। କୈଳାସ କହିଥିଲେ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଅଫିସ୍‌କୁ ଏନେଇ ଚିଠି କରାଯାଇଥିଲା। କୁହାଯାଇଥିଲା କି ୬ ମାସ ମଧ୍ୟରେ ଅଫିସ୍‌ରେ ଲାଗିଥିବା ସମସ୍ତ ସରକାରୀ କିମ୍ବା ବେସରକାରୀ ଗାଡ଼ି ଗୁଡ଼ିକ ବିଜୁଳିରେ ଚାଲିବା ଦରକାର। ଆଉ ଏବେ ଏହାକୁ ଲାଗୁ କରିବାକୁ ଯାଉଛି ଦିଲ୍ଲୀ ସରକାର। ଏହି ମାସ ଶେଷ ସୁଦ୍ଧା ସମସ୍ତ ଗାଡ଼ି ବିଜୁଳି ଚାଳିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Advertisment

ସୂଚନା ଅନୁସାରେ, ଗତ ବର୍ଷ ଅଗଷ୍ଟ ୭ ରେ ଦିଲ୍ଲୀରେ ବୈଦ୍ୟୁତିକ ଯାନ ପାଇଁ ଏକ ସ୍ୱତନ୍ତ୍ର ନୀତିର ବିଜ୍ଞପ୍ତି ଜାରି କରାଯାଇଥିଲା। ଆଉ ସେବେଠାରୁ ଦିଲ୍ଲୀରେ ପଞ୍ଜୀକୃତ ହେଉଥିବା ସମସ୍ତ ଇ-କାର୍ ଉପରେ ଦିଲ୍ଲୀବାସୀ ସବସିଡିର ଲାଭ ମଧ୍ୟ ପାଉଛନ୍ତି। କିନ୍ତୁ ଗତ କିଛି ଦିନ ହେବ କରୋନା ମହାମାରୀ ପାଇଁ ଇ-ଗାଡ଼ି ଗୁଡ଼ିକ୍‌ ସଠିକ୍‌ ଭାବରେ ବିକ୍ରି ହୋଇପାରୁନାହିଁ। କିନ୍ତୁ ଜୁନ୍‌ ୨୧ ପରେ ପୁଣି ଥରେ ଇ-ଗାଡ଼ି ଗୁଡ଼ିକ ଭଲରେ ବିକ୍ରି ହେଉଛି।

ଦିଲ୍ଲୀ ପରିବହନ ବିଭାଗର ରିପୋର୍ଟ ଅନୁସାରେ, ୨୦୨୧ ବୈଦ୍ୟୁତିକ ନୀତି କାର୍ଯ୍ୟକାରୀ ହେବା ପରେ ଏ ପର୍ଯ୍ୟନ୍ତ ପାଖାପାଖି ୧୪ ହଜାର ୫୦୦ ଇଲେକ୍ଟ୍ରିକ୍‌ ଗାଡ଼ି ପଞ୍ଜୀକୃତ ହୋଇଛି। ଏହାସହ ରାସ୍ତାରେ କେମିତି ସଠିକ୍‌ ଭାବରେ ଗାଡ଼ି ଗୁଡ଼ିକ ଚାର୍ଜ ହୋଇପାରିବ ସେନେଇ ଦିଲ୍ଲୀ ସରକାର ଅନେକ ଯୋଜନା କରୁଥିବା ନେଇ ସୂଚନା ମିଳିଛି। ଚଳିତ ଡିସେମ୍ବର ସୁଦ୍ଧା ଦିଲ୍ଲୀର ବିଭିନ୍ନ ବିଲଡିଂ କମ୍ପ୍ଲେକ୍ସରେ ୧୦ ହଜାରରୁ ଅଧିକ ବୈଦ୍ୟୁତିକ ଯାନ ଚାର୍ଜର ସ୍ଥାନ ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Advertisment

୧୦୦ ରୁ ଅଧିକ ଯାନର ପାର୍କିଂ ଥିବା ସ୍ଥାନ,ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ଅଫିସ୍ ସ୍ପେସ୍, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଡାକ୍ତରଖାନାରେ ଇ-ଯାନ ପାଇଁ ପାର୍କିଂ କ୍ଷମତାର ୫ ପ୍ରତିଶତ ସଂରକ୍ଷଣ କରିବାକୁ ପଡିବ ବୋଲି କୁହାଯାଉଛି। ୧୦୦ ରୁ ଅଧିକ ପାର୍କିଂ ଥିବା ବାଣିଜ୍ୟିକ ଏବଂ ଅନୁଷ୍ଠାନ ଅଟ୍ଟାଳିକାରେ ଅତି କମରେ ୫ ପ୍ରତିଶତ ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment

ପରିବହନ ମନ୍ତ୍ରୀ କୈଳାସ କହିଥିଲେ , ଦିଲ୍ଲୀ ସରକାରୀ କର୍ମଚାରୀଙ୍କ ଗତିବିଧି ପାଇଁ ବ୍ୟବହୃତ ସମସ୍ତ ଲିଜ୍ କିମ୍ବା ଭଡା କାର ୬ ମାସ ମଧ୍ୟରେ ବିଦ୍ୟୁତରେ ରୂପାନ୍ତରିତ ହେବ। ଦିଲ୍ଲୀର ପ୍ରଦୂଷଣ ମୁକ୍ତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। କିନ୍ତୁ ସରକାରଙ୍କର ଏହି ଲକ୍ଷ୍ୟ କେବଳ ଲୋକଙ୍କ ସହଯୋଗ ଏବଂ ଅଂଶଗ୍ରହଣ ଦ୍ୱାରା ହାସଲ କରାଯାଇପାରିବ ବୋଲି କୈଳାସ ସ୍ପଷ୍ଟ କରିଥିଲେ।

ଦିଲ୍ଲୀରେ ଏବେ ସୁଦ୍ଧା ଇ-ଯାନରେ ୯ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିବା ବେଳେ ୮୫୦୦ ରୁ ଅଧିକ ଗାଡ଼ି ଅର୍ଥାତ୍‌ ପାଖାପାଖି ୩୨ କୋଟି ଟଙ୍କା ଦିଲ୍ଲୀ ସରକାର ସବସିଡ଼ି ଦେଇଛନ୍ତି। ତେବେ ସାରା ଦେଶରେ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ପରୋକ୍ଷରେ ଗଣମାଧ୍ୟକୁ କହିଛନ୍ତି।

India Electric Vehicles Delhi. Delhi Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ