ଫିରୋଜାବାଦରେ ଭାଇରାଲ୍ ଜ୍ୱର ଆତଙ୍କ : ସମସ୍ତ ହସ୍ପିଟାଲ ଫୁଲ୍, ମେଡିକାଲ କଲେଜରେ ୪୦୦ ଶିଶୁ ଭର୍ତ୍ତି

ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଜ୍ୱରର ପ୍ରଭାବ ଏତେ ଅଧିକ ଯେ ପିଲାମାନଙ୍କୁ ଲଗାତାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ଜାଗା ବାକି ନାହିଁ । ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ମା’ ଏବଂ ଶିଶୁ ସରକାରୀ ମେଡିକାଲ୍ କଲେଜର ମଧ୍ୟ ବର୍ତ୍ତମାନ ଗୋଟିଏ ହେଲେ ବେଡ୍ ଫାଙ୍କା ନାହିଁ

Firozabad Viral Fever

News Summary

୫୦ ଲୋକଙ୍କ ମୃତ୍ୟୁ

ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଏବଂ ଭାଇରାଲ ଜ୍ୱରର କହର ଥମିବାର ନାଁ ନେଉନି

ଫିରୋଜାବାଦ : ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଏବଂ ଭାଇରାଲ ଜ୍ୱରର କହର ଥମିବାର ନାଁ ନେଉନି । ବିଶେଷ କରି ଶିଶୁ ମାନଙ୍କ ଉପରେ ଭାଇରାଲ୍ ଜ୍ୱରର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ବର୍ତ୍ତମାନ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ବେଡ୍ ମିଳୁନାହିଁ ବୋଲି ସୂଚନା ମିଳିଛି । ଫିରୋଜାବାଦ ମେଡିକାଲ କଲେଜରେ ୪୦୦ରୁ ଅଧିକ ପିଲା ଭର୍ତ୍ତି ହୋଇଛନ୍ତି । ବେଡ୍ ଅଭାବରୁ ଦୁଇ ଜଣ ଲେଖାଏଁ ଶିଶୁ ଗୋଟିଏ ବେଡରେ ଚିକିତ୍ସିତ ହେବା ପାଇଁ ବାଧ୍ୟ ହେଉଛନ୍ତି । ସେହିପରି ଡାକ୍ତରଖାନାର ନୂତନ କୋଠାରେ ଆଉ ୧୦୦ଟି ଶଯ୍ୟା ସ୍ଥାପନ କରାଯାଉଛି । ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକ୍ଷମ ହେବ ।

ଫିରୋଜାବାଦ ଜିଲ୍ଲାରେ ଡେଙ୍ଗୁ ଜ୍ୱରର ପ୍ରଭାବ ଏତେ ଅଧିକ ଯେ ପିଲାମାନଙ୍କୁ ଲଗାତାର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ଜାଗା ବାକି ନାହିଁ । ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ମା’ ଏବଂ ଶିଶୁ ସରକାରୀ ମେଡିକାଲ୍ କଲେଜର ମଧ୍ୟ ବର୍ତ୍ତମାନ ଗୋଟିଏ ହେଲେ ବେଡ୍ ଫାଙ୍କା ନାହିଁ । ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଛି ଯେ ଗୋଟିଏ ବେଡରେ ଦୁଇ ପିଲାଙ୍କର ଚିକିତ୍ସା କରିବାକୁ ପଡ଼ୁଛି । ଜ୍ୱରରେ ପୀଡ଼ିତ ହୋଇ ଏତେ ସଂଖ୍ୟାରେ ଶିଶୁମାନେ ମେଡ଼ିକାଲ ଆସୁଛନ୍ତି ଯେ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ବିଲ୍ଡିଂରେ ୧୦୦ ଟି ଶଯ୍ୟା ମଧ୍ୟ ବ୍ୟବସ୍ଥା କରାଯାଇଛି । ନୂତନ ବିଲ୍ଡିଂରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ ବେଡ୍ ମଧ୍ୟ ପହଞ୍ଚି ସାରିଛି । ଆସନ୍ତାକାଲିଠାରୁ ଏହି ବିଲ୍ଡିଂରେ ରୋଗୀମାନଙ୍କୁ ଭର୍ତ୍ତି କରାଯିବ ବୋଲି ଆଶା କରାଯାଉଛି ।

ସେହିପରି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଏଠାରେ ୪୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି କାର୍ଯ୍ୟବାହକ ସିଏମ୍ଏସ୍ ଆଲୋକ ଶର୍ମା । ତେଣୁ ୧୦୦ ଶଯ୍ୟାବିଶିଷ୍ଟ ବେଡ୍ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ୱାର୍ଡ କାର୍ଯ୍ୟକ୍ଷମ ହେବ।