Advertisment

କେନ୍ଦ୍ର ବଜେଟ୍‌; କମିପାରେ ଏହିସବୁ ସାମଗ୍ରୀର ଦର

ଆଗକୁ ସାଧାରଣ ନିର୍ବାଚନ। ଏଣୁ କାମଚଳା ହେଲେ ମଧ୍ୟ ବଜେଟ ଲୋକାଭିମୁଖୀ ହେବା ଆଶା କରାଯାଉଛି।

ଅଦ୍ୟତନ ହୋଇଛି
Union Budget

Union Budget

Advertisment

ଫେବ୍ରୁଆରୀ ପହିଲାରେ ସାଧାରଣ ବଜେଟ୍। ମୋଦି ସରକାର ଦ୍ୱିତୀୟ ପାଳିର ଶେଷ କିନ୍ତୁ କାମଚଳା ବଜେଟ୍। ଲଗାତର ଷଷ୍ଠ ଥର ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ସାଧାରଣ ନିର୍ବାଚନ। ଏଣୁ କାମଚଳା ହେଲେ ମଧ୍ୟ ବଜେଟ ଲୋକାଭିମୁଖୀ ହେବା ଆଶା କରାଯାଉଛି। ମଧ୍ୟବିତ୍ତ ବର୍ଗଙ୍କୁ ଖୁସ୍ କରିବାକୁ ଅର୍ଥମନ୍ତ୍ରୀ କିଛି ଆୟକର ରିହାତି ଘୋଷଣା କରିପାରନ୍ତି। ଅନ୍ୟପକ୍ଷରେ ଦେଶର ବିକାଶ ଦର ଉତ୍ସାହଜନକ ଥିବାରୁ ଶିଳ୍ପ, ପର୍ଯ୍ୟଟନ ଓ ରିୟଲ ଇଷ୍ଟେଟକୁ ଗୁରୁତ୍ୱ ଦେଇପାରନ୍ତି ନିର୍ମଳା।

Advertisment

ଆତ୍ମନିର୍ଭର ଭାରତ, ମେକଇନ ଇଣ୍ଡିଆ, ଷ୍ଟାର୍ଟ ଅପ୍ସ ଓ ଏମଏସଏମଇ। ସ୍ୱଦେଶୀକୁ ଗୁରତ୍ୱ ଦେଇ ଶିଳ୍ପ ବିକାଶକୁ ଆଗେଇ ନେବା ଲାଗି ଉଦ୍ୟମ କରୁଛି ମୋଦି ସରକାର। ଏପର୍ଯ୍ୟନ୍ତ ଏନେଇ ନିଆଯାଇଥିବା ପଦକ୍ଷେପ ଉତ୍ସାହଜନକ ସଫଳତା ବି ଦେଇଛି। ତେଣୁ ମେଡ ଇଣ୍ଡିଆ ଥିମରେ ଦେଶରେ ଶିଳ୍ପ ବିକାଶକୁ ଆଗେଇ ନେବା ଲାଗି ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ତେବେ ତାଙ୍କ ଆଗରେ ପ୍ରତିବନ୍ଧକ, ଫେବ୍ରୁଆରୀ ପହିଲାରେ ଉପସ୍ଥାପନ ହେବାକୁ ଥିବା ବଜେଟ ହେଉଛି କାମଚଳା ବଜେଟ। ନିର୍ବାଚନ ବର୍ଷ ହୋଇଥିବାରୁ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। ତେବେ ଏହାସତ୍ତ୍ୱେ ବି ନିର୍ମଳାଙ୍କ ବଜେଟରେ ମୋଦି ସରକାରର ଆଭିମୁଖ୍ୟର ଝଲକ ରହିବ ବୋଲି କୁହାଯାଉଛି। ଶିଳ୍ପ ଲାଗି ଆବଶ୍ୟକ ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ ରହିଥିବା ବେଳେ ଟିକସ ହ୍ରାସ ଓ ଅନ୍ୟାନ୍ୟ ରିହାତି ମାଧ୍ୟମରେ କେନ୍ଦ୍ର ଶିଳ୍ପଜଗତର ବିଶ୍ୱାସ ଜିତିବାକୁ ଉଦ୍ୟମ କରିପାରେ।

Advertisment

ଅର୍ଥନୀତିର ପ୍ରମୁଖ ଅଙ୍ଗ ରିୟଲ ଇଷ୍ଟେଟ ପାଇଁ ନିର୍ମଳା କି ନୂଆ ବ୍ୟବସ୍ଥା କରିବେ ତା ଉପରେ ବି ନଜର ରହିଛି। କୋଭିଡ୍ କବଳରୁ ବାହାରି ଦେଶର ଅର୍ଥନୀତି ଟ୍ରାକକୁ ଫେରିବା ପରେ ଧାବମାନ ସ୍ଥିତିରେ ରହିଛି ରିୟଲ ଇଷ୍ଟେଟ। ଏହାକୁ ଅଧିକ ବଳ ଦେବାକୁ ଅର୍ଥମନ୍ତ୍ରୀ ରିୟଲ ଇଷ୍ଟେଟକୁ ଭିତ୍ତିଭୂମି ମାନ୍ୟତା ସହ କିଛି ସ୍ପେଶାଲ ଇନସେନଟିଭ୍ ବ୍ୟବସ୍ଥା କରିପାରନ୍ତି। ସେହିପରି ଘର କିଣିବାକୁ ଚାହୁଁଥିବା ଲୋକଙ୍କ ସ୍ୱାର୍ଥ ପ୍ରତି ବି ଦୃଷ୍ଟି ଦେଇପାରନ୍ତି ନିର୍ମଳା। ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ସହ ଶସ୍ତା ବାସଗୃହର ସୀମାକୁ ୪୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ଶସ୍ତା ବାସଗୃହ ପ୍ରକଳ୍ପ ନିର୍ମାଣ ଲାଗି ବିଲ୍ଡରଙ୍କୁ ଟିକସ ରିହାତି ଘୋଷଣା କରାଯିବା ନେଇ ଆଶା ରଖିଛି ରିଅଲ ଇଷ୍ଟେଟ୍ ସଂଘ।

ତେଣେ ପର୍ଯ୍ୟଟନ ଶିଳ୍ପ ଚାହୁଁଛି, ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ଲାଗି ଟିକସ ରିହାତି ଥିବା ଲିଭ୍ ଟ୍ରାଭେଲ ଆଲାଉନ୍ସ- LTAକୁ କେବଳ ଯାତ୍ରାକାଳୀନ ଭଡ଼ାରେ ସୀମିତ ନରଖି ହୋଟେଲ ବିଲ ଓ ଖାଦ୍ୟପେୟକୁ ସାମିଲ କରନ୍ତୁ। ଯାହା ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ।

Advertisment

ନିର୍ବାଚନ ବର୍ଷ ହୋଇଥିବାରୁ ସରକାରଙ୍କ ଫୋକସରେ ରହିବେ ମଧ୍ୟବିତ୍ତ ବର୍ଗ। ତେବେ କାମଚଳା ବଜେଟ ହୋଇଥିବାରୁ ଟିକସ ସ୍ଲାବରେ ପରିବର୍ତ୍ତନ ସମ୍ଭାବନା କମ୍। ମାତ୍ର ବିକଳ୍ପ ଆୟକର ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକସନ ସୀମାକୁ ୫୦ ହଜାରରୁ ଲକ୍ଷେ ଟଙ୍କାକୁ ବଢାଇପାରନ୍ତି ସରକାର। ସେହିପରି ସବୁ ବର୍ଗଙ୍କୁ ଖୁସ କରିବା ଲାଗି ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବାର ଢେର ସମ୍ଭାବନା ରହିଛି।

ନିର୍ମଳାଙ୍କ ବଜେଟ ପେଡିରେ କଣ ରହିଛି, ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାରେ ଏହା କେତେ ସଫଳ ହେଉଛି ତା ଉପରେ ନଜର ରହିବ।

Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ