Advertisment

ଏକା ସାଙ୍ଗରେ ତିଆରି ହେଉଛି ୪୮ ଶହ କିଲୋର ମିଠା ଭାତ, ଜାଣନ୍ତୁ କେଉଁଠି?

ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ୪୮ ଶହ କିଲୋର ମିଠା ଭାତ ଏକା ସାଙ୍ଗରେ ତିଆରି ହୁଏ। କୁହାଯାଉଛି ଏତେ ମାତ୍ରାରେ ଏକା ସାଙ୍ଗରେ ଭୋଗ ଅନ୍ୟ କେଉଁଠାରେ ତିଆରି କରାଯାଏ ନାହିଁ

AJMER

AJMER

Advertisment

ଜୟପୁର: ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ୪୮ ଶହ କିଲୋର ମିଠା ଭାତ ଏକା ସାଙ୍ଗରେ ତିଆରି ହୁଏ। କୁହାଯାଉଛି ଏତେ ମାତ୍ରାରେ ଏକା ସାଙ୍ଗରେ ଭୋଗ ଅନ୍ୟ କେଉଁଠାରେ ତିଆରି କରାଯାଏ ନାହିଁ। ସୂଚନା ଅନୁସାରେ ରାଜସ୍ଥାନର ଅଜମେର ସରିଫ ଦର୍ଗାରେ ୧୮୬୬ କିଲୋଗ୍ରାମ ଚାଉଳ, ଏବଂ ୧୮୬୬ କିଲୋ ଚିନି ସହ ଅନେକ ଦୁର୍ଲଭ ଦ୍ରବ୍ୟରେ ଏହି ମିଠା ଭାତ ପ୍ରସ୍ତୁତ କରାଯାଇଥାଏ। ସାରା ବିଶ୍ୱରେ ଅଜମେର୍‌କୁ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟିଥାଏ। ଆଉ ନିଜ ମନସ୍କାମନା ପୂର୍ଣ୍ଣ ହେଲେ ସେମାନେ ଦର୍ଗାରେ ଭୋଗ ଲଗାଉଥିବା କୁହାଯାଏ।

Advertisment

ଦୈନଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଏଠାକୁ ଆସନ୍ତି। କୁହାଯାଏ ଦର୍ଗାକୁ ଆସୁଥିବା ସମସ୍ତ ଭକ୍ତ ପ୍ରସାଦ ସେବନ କରନ୍ତି। କେହି ବି ଭୋକିଲା ଫେରନ୍ତି ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭୋଗକୁ ଏକ ସଙ୍ଗରେ ରନ୍ଧାଯାଏ। ଥରେ ଅନୁମାନ କରନ୍ତୁ ଆଉ ଚିନ୍ତା କରନ୍ତୁ ଯେ ଏକ ସଙ୍ଗରେ ଏତେ ମାତ୍ରାରେ ଭୋଗ କେମିତି ଓ କିଏ ରାନ୍ଧୁଥିବ?

ସୂଚନା ଅନୁସାରେ, ମିଠା ଭାତ ରାନ୍ଧିବା ଲାଗି ବ୍ୟବହୃତ ହୁଏ ଏକ ବିଶାଳ ହାଣ୍ଡି। ଯାହାକି ୫୦୦ ବର୍ଷ ପୁରୁଣା। କୁହାଯାଏ ଏହି ହାଣ୍ଡି ଆକବରଙ୍କ ସମୟରୁ ହିଁ ଏଠାରେ ଅଛି। ଭୋଗରେ ଅରୁଆ ଚାଉଳ ସହ ଚିନି, ବାଦାମ, ଖିସମିସ୍‌, କାଜୁ ସହ ୧୦୦ କିଲୋରଉ ଅଧିକ ଫଳ କଟା ହୋଇ ପଡ଼େ। ଏହାସହ ପ୍ରଥମେ ହାଣ୍ଡିରେ ପାଣି ଏକ ଟ୍ୟାପ ଯୋଗେ ଭର୍ତ୍ତି କରାଯାଏ ଆଉ ଏହାପରେ ଆରମ୍ଭ ହୁଏ ଦର୍ଗାରେ ଭୋଗ ତିଆରି। ପାଣି ଗରମ ହେବା ପରେ ହଳଦୀ ଗୁଣ୍ଡ, ଲୁଣ, ଚିନି, ଚାଉଳ, ଫଳମୂଳ ଏବଂ ସୁସ୍ୱାଦୁ ବ୍ୟଞ୍ଜନ ପକାଯାଇ ପ୍ରସ୍ତୁତ ହୁଏ ପ୍ରସାଦ। ତେବେ ଏହି ଭୋଗକୁ ରାନ୍ଧିବା ଲାଗି ଦୁଇଟି ବିରାଟ ପଟା ଚଟୁ ରହିଛି। ଯାହା ସାହାଯ୍ୟରେ ଭୋଗ ପ୍ରସ୍ତୁତ କରାଯାଏ। ଆଉ ଶେଷରେ ଭକ୍ତମାନେ ତାହାକୁ ପାଇଥାଆନ୍ତି। କିନ୍ତୁ କୁହାଯାଏ ବିଶ୍ୱରେ ଏତେ ମାତ୍ରାରେ ଏକା ସାଙ୍ଗରେ କେଉଁଠାରେ ଗୋଟିଏ ହାଣ୍ଡିରେ ଭୋଗ ପ୍ରସ୍ତୁତ ହୁଏ ନାହିଁ।

Advertisment
Ajmer Ajmer-sharif-dargah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ