Advertisment

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର

ବିରୋଧୀଦଳ ନେତା ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର ।

ଅଦ୍ୟତନ ହୋଇଛି
Ajit Pawar Deputy CM

Ajit Pawar Deputy CM

Advertisment

ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶରଦ ପାୱାରଙ୍କ ପୁତୁରା ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର । ସେ ନିଜ ସହ ୨୫ରୁ ଅଧିକ ବିଧାୟକଙ୍କୁ ନେଇ ସେ ଏନଡିଏରେ ମିଶିଛନ୍ତି । ଆଜି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ଧରଣର ହଟଚମଟ ଖେଳି ଯାଇଥିଲା । ହଠାତ୍ ରାଜଭବନରେ ଏକନାଥ ସନ୍ଦେଙ୍କ ସହ ଏନସିପିର କିଛି ବିଧାୟକ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ଏହାପରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଛି ।

Advertisment

ଅଜିତଙ୍କ ସହ ୯ ଜଣ ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି । ଏନସିପି ସଭାପତି ପଦବୀକୁ ପୂର୍ବରୁ ଅଜିତ ଅସନ୍ତୁଷ୍ଟ ଥିଲେ । ତେଣୁ ଏବେ ଦଳ ବିରୋଧରେ ଯାଇ ଏନଡିଏରେ ସାମିଲ ହେବା ପରେ ମହାରାଷ୍ଟ୍ର ରାଜନୀତିର ଭବିଷ୍ୟତ କଣ ହେବ ତା ଉପରେ ନଜର । ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ଅଜିତ ପାୱାର । ବିରୋଧୀଦଳ ନେତା ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର । ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରମେଶ ବୈଶ । ବରିଷ୍ଠ NCP ନେତା ଛଗନ ଭୁଜବଳ ମଧ୍ୟ ଶପଥ ନେଲେ ।

ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ସମର୍ଥନ ଦେବା ମାତ୍ରେ ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ସେହିଠାରେ ହିଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ ମଧ୍ୟ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି । ଅଜିତ ପାୱାରଙ୍କ ଶପଥ ପାଠ ପରେ ମହାରାଷ୍ଟ୍ରରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଚ୍ଛା ନାହିଁ ବୋଲି କହିଥିଲେ। ସେତେବେଳେ ଆକଳନ କରାଯାଉଥିଲା ଯେ ସେ ଓ ତାଙ୍କ ସହ ଥିବା ପ୍ରାୟ ୨୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ। ଏବେ ସତକୁ ସତ ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି।

Advertisment

ଏନସିପି ଏବେ ବି କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ସହ ମହା ବିକାଶ ଅଘାଡ଼ିରେ ରହିଛି । ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଖୋଲାଖୋଲି ଭାବେ ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି । ଏପରି ସ୍ଥିତିରେ ଅଜିତ ପାୱାରଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଛି। ଅଜିତ ପାୱାରଙ୍କ ଏପରି ପଦକ୍ଷେପ ମହାରାଷ୍ଟ୍ରରେ ଏନସିପି ବିଭାଜନ ହୋଇ ଯାଇଥିବା ସ୍ପଷ୍ଟ ହୋଇଛି। 

Ajit Pawar Maharashtra Politics Maharashtra Deputy CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ