Advertisment

ପୁଣି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତ୍ତା ! ବଢ଼ିପାରେ ଦରମା...

ଆଗାମୀ ଦିନରେ କେନ୍ଦ୍ର ସରକାରୀ କର୍ମଚାରୀ(Central Government Employees)ଙ୍କୁ ପୁଣି ଏକ ବଡ଼ ଉପହାର ଦେଇପାରନ୍ତି ସରକାର। ଏହାଦ୍ୱାରା ସେମାନଙ୍କର ଦରମା ମଧ୍ୟ ବଢ଼ିପାରେ।

ଅଦ୍ୟତନ ହୋଇଛି
Again Salary Hike Likely For Central Govt Employees

Again Salary Hike Likely For Central Govt Employees

Advertisment

ଆଗାମୀ ଦିନରେ କେନ୍ଦ୍ର ସରକାରୀ କର୍ମଚାରୀ(Central Government Employees)ଙ୍କୁ ପୁଣି ଏକ ବଡ଼ ଉପହାର ଦେଇପାରନ୍ତି ସରକାର। ଏହାଦ୍ୱାରା ସେମାନଙ୍କର ଦରମା ମଧ୍ୟ ବଢ଼ିପାରେ। ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇ ୪୬% ଯାଏ ପହଞ୍ଚିପାରେ। ଚଳିତ ବର୍ଷ ଜାନୁଆରୀରୁ ଜୁନ୍‌ ୨୦୨୩ର ପ୍ରଥମ ତ୍ରୈମାସିକ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (DR)ରେ ୪% ବୃଦ୍ଧି କରିଥିଲେ ସରକାର। ଫଳରେ ଡିଏ ୩୮%ରୁ ବୃଦ୍ଧି ପାଇ ୪୨ରେ ପହଞ୍ଚିଥିଲା। ପ୍ରତି ୬ ମାସରେ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଥାନ୍ତି ସରକାର। ତେଣୁ ଆଶା କରାଯାଉଛି ଯେ, ଯଦି ପରବର୍ତ୍ତୀ ଡିଏ ୪% ବୃଦ୍ଧି ପାଏ ତା’ହେଲେ ଡିଏ ୪୬%ରେ ପହଞ୍ଚିବ।

Advertisment

ଚଳିତ ଥର ଶୀଘ୍ର ମିଳିପାରେ ମଞ୍ଜୁରୀ...

ଦ୍ୱିତୀୟ ତ୍ରୈମାସିକ ଅର୍ଥାତ୍‌ ଜୁଲାଇରୁ ଡିସେମ୍ବର ୨୦୨୩ ପାଇଁ ଆଗାମୀ ଦିନରେ ଡିଏ ବୃଦ୍ଧି ଘୋଷଣା ହେବ। ଶୁଣିବାକୁ ମିଳୁଛି, ଚଳିତ ଥର ଡିଏ ବଢ଼ିବା ନେଇ ସରକାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ସାଧାରଣତଃ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏନେଇ ମଞ୍ଜୁରୀ ମିଳିଥାଏ। ହେଲେ ଏଥର ଅଗଷ୍ଟରେ ଘୋଷଣା ହେବା ନେଇ ସମ୍ଭାବନା ରହିଛି। ସପ୍ତମ ବେତନ କମିଶନର ସୁପାରିଶ ଅନୁସାରେ, ବର୍ଷକୁ ୨ଥର ମହଙ୍ଗା ଭତ୍ତା ବଢ଼ିଥାଏ। ପ୍ରଥମ ୬ ମାସ ପାଇଁ ଡିଏରେ ୪% ବୃଦ୍ଧି ହୋଇଥିଲା। ମହଙ୍ଗା ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ହୋଇଥାଏ। ମହଙ୍ଗା ଯେତେ ଅଧିକ ହେବ, ଡିଏ ସେତିକି ବଢ଼ିବ। 

କେତେ ବଢ଼ିବ ଦରମା ?

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୪୬% ହୋଇଯିବ, ତା’ହେଲେ ସେହି ଅନୁସାରେ ସେମାନଙ୍କର ଦରମା ମଧ୍ୟ ବଢ଼ିବ। ଯଦି କର୍ମଚାରୀଙ୍କ ବେସିକ୍‌ ପେ’ ୧୮ ହଜାର ଟଙ୍କା, ତା’ହେଲେ ୪୨% ହିସାବରେ ଦେଖିଲେ ଡିଏ ୭,୫୦୦ ଟଙ୍କା ହେବ। ଆଉ ଡିଏ ୪୬% ବଢ଼େ ତା’ହେଲେ ଡିଏ ୮,୨୮୦ ଟଙ୍କା ହେବ। ତେବେ ପୁଣି ଥରେ କେବେ ଡିଏ ବଢ଼ିବ ଓ କେତେ ବଢ଼ିବ ସେନେଇ ଅଫିସିଆଲି କୌଣସି ଘୋଷଣା କରାଯାଇ ନାହିଁ। 

Advertisment
7th Pay Commission Central Government Employees Salary Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ