Advertisment

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା: ହଠାତ୍‌ ଏହିସବୁ ସ୍ଥାନକୁ ଡବଲ୍ ହେଲା ବିମାନ ଟିକେଟ୍‌ ଦାମ୍‌

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ହଠାତ୍‌ ବିଭିନ୍ନ ସ୍ଥାନକୁ ବିମାନ ଟିକେଟ୍‌ ଦାମ୍‌ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ହାଇଦ୍ରାବାଦ, ନୂଆଦିଲ୍ଲୀ ଓ ଅନ୍ୟ କିଛି ସ୍ଥାନକୁ ବିମାନ ଟିକେଟ୍‌ ଦାମ୍‌ ଦ୍ୱିଗୁଣା ହୋଇଛି।

ଅଦ୍ୟତନ ହୋଇଛି
After Odisha train tragedy airfares to these places double

After Odisha train tragedy airfares to these places double

Advertisment

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ହଠାତ୍‌ ବିଭିନ୍ନ ସ୍ଥାନକୁ ବିମାନ ଟିକେଟ୍‌ ଦାମ୍‌ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ହାଇଦ୍ରାବାଦ, ନୂଆଦିଲ୍ଲୀ ଓ ଅନ୍ୟ କିଛି ସ୍ଥାନକୁ ବିମାନ ଟିକେଟ୍‌ ଦାମ୍‌ ଦ୍ୱିଗୁଣା ହୋଇଛି। ଗତ ୫ ଦିନ ମଧ୍ୟରେ ଏହି ବୃଦ୍ଧି ଘଟିଛି। ଏହିସବୁ ରୁଟ୍‌ରେ ଯାତ୍ରୀଙ୍କ ଯା’ଆସର ଡିମାଣ୍ଡ ଅଧିକ ଥିବାରୁ ଆଉ କିଛିଦିନ ଯାଏ ଟିକେଟ୍‌ ଦାମ୍‌ ବୃଦ୍ଧି ଜାରି ରହିବ ବୋଲି ଜଣାପଡ଼ିଛି। 

Advertisment

ଗତ ସପ୍ତାହରେ ବାହାନଗାରେ କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣା ପରେ ଏହି ରୁଟ୍‌ରେ ଚଳାଚଳ କରୁଥିବା ଅଧିକାଂଶ ଟ୍ରେନ୍‌ ବାତିଲ୍‌ ହୋଇଥିଲା। ଏପରିକି ପୁନରୁଦ୍ଧାର କାମ ସରିଥିଲେ ମଧ୍ୟ ବିମାନ ଟିକେଟ୍‌ ଦାମ୍‌ ଆକାଶ ଛୁଆଁ ଥିବା ଦେଖିବାକୁ ମିଳିଛି। ଖାଲି ଟ୍ରେନ୍‌ ଦୁର୍ଘଟଣା ପାଇଁ ଟିକେଟ୍‌ ଦାମ୍‌ ବୃଦ୍ଧି ପାଇ ନାହିଁ ଏହା ପଛରେ ଅନ୍ୟ କିଛି କାରଣ ମଧ୍ୟ ରହିଛି। ଖରା ଛୁଟି ସରି ଆସୁଥିବାରୁ ଅଧିକାଂଶ ଟ୍ରେନ୍‌ରେ ଟିକେଟ୍‌ ଉପଲ୍ଲବ୍ଧ ନାହିଁ। ତେଣୁ ଲୋକମାନେ ବିମାନରେ ଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ଫଳରେ ଲୋକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ବିମାନ ଟିକେଟ୍‌ ଦାମ୍‌ ବୃଦ୍ଧି ପାଇଥିବା କୁହାଯାଉଛି।

ଟ୍ରାଭେଲ ଏଜେଣ୍ଟଙ୍କ କହିବା ଅନୁସାରେ, ଟ୍ରେନ୍‌ ଦୁର୍ଘଟଣା ପରେ ଗତ ଶନିବାର ସକାଳେ ବିମାନ ଭଡ଼ା ବୃଦ୍ଧି ପାଇଥିଲା। କେବଳ ବିଳମ୍ବିତ ରାତିରେ ଶେଷ ବିମାନକୁ ଛାଡ଼ି ଦେଲେ ଆସନ୍ତା ୨ ଦିନ ପାଇଁ ବିଶାଖାପାଟଣା-ହାଇଦ୍ରାବାଦ, ବିଶାଖାପାଟଣା-ନୂଆଦିଲ୍ଲୀକୁ କୌଣସି ଡାଇରେକ୍ଟ ଫ୍ଲାଇଟ୍‌ ନାହିଁ। ଗତ ୬ ଦିନ ହେବ ଟିକେଟ୍‌ ଦାମ୍‌ ବୃଦ୍ଧି ପାଇଥିବା ବିମାନ ଯାତ୍ରୀ କହିଛନ୍ତି। 

Advertisment

ସୂଚନାଥାଉ କି, ଶୁକ୍ରବାର ଓ ଶନିବାର ଦିନ ଭାଇଜାଗ୍‌ରୁ ହାଇଦ୍ରାବାଦକୁ ସମସ୍ତ ଡାଇରେକ୍ଟ ଫ୍ଲାଇଟ୍‌ ଟିକେଟ୍‌ ବିକ୍ରି ହୋଇଯାଇଛି। ଏପରିକି କନେକ୍ଟିଂ ଫ୍ଲାଇଟ୍‌ ଟିକେଟ୍‌ ମଧ୍ୟ ବିକ୍ରି ହୋଇଯାଇଛି। ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିବା ତିରୁପତି, ବିଜୟୱାଡା ଓ ବେଙ୍ଗାଲୁରୁରେ ଇଣ୍ଡିଗୋ ଏୟାରଲାଇନ୍ସର ୱାନ୍‌ ଷ୍ଟପ୍‌ ବିମାନ ଭଡ଼ା ୪ ହଜାର-୫ ହଜାର ଟଙ୍କାରୁ ବଢ଼ି ୧୫,୯୨୦-୨୧,୯୪୭ ଟଙ୍କାରେ ପହଞ୍ଚିଛି। ଶନିବାର ଦିନ ଏହି ଦାମ୍‌ ୧୦,୧୫୨-୧୨,୫୨୪ ଟଙ୍କା ରହିଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ