Advertisment

ବୋମା ଆତଙ୍କ ପରେ ଫ୍ଲାଇଟ୍‌ ଡାଇଭର୍ଟ, ବିମାନରେ ଥିଲେ୨୩୮ ଜଣ ଯାତ୍ରୀ...

ମସ୍କୋରୁ ଗୋଆ ଆସୁଥିବା ରୁଷୀୟ ବିମାନରେ ବୋମା ଆତଙ୍କ ପରେ ଚାଟାର୍ଡ ବିମାନକୁ ଉଜ୍‌ବେକିସ୍ତାନରେ ଅବତରଣ କରାଯାଇଛି।

ଅଦ୍ୟତନ ହୋଇଛି
After Bomb Threat In Moscow-Goa Flight Diverted To Uzbekistan

After Bomb Threat In Moscow-Goa Flight Diverted To Uzbekistan

Advertisment

ବୋମା ଆତଙ୍କ ପରେ ଫ୍ଲାଇଟ୍‌ ଡାଇଭର୍ଟ। ଋଷିଆ ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ରୁଷୀୟ ବିମାନରେ ବୋମା ଆତଙ୍କ ପରେ ଚାଟାର୍ଡ ବିମାନକୁ ଉଜ୍‌ବେକିସ୍ତାନରେ ଅବତରଣ କରାଯାଇଛି। ବିମାନରେ ୨୩୮ ଜଣ ଯାତ୍ରୀ ଓ ୭ ଜଣ କ୍ରିଉ ମେମ୍ବର ଥିଲେ। ବିମାନରେ ବୋମା ଆତଙ୍କ ପରେ ଆଜି ଭୋର ସମୟରେ ବିମାନକୁ ଉଜ୍‌ବେକିସ୍ତାନକୁ ଡାଇଭର୍ଟ କରାଯାଇଥିଲା।

ସୂଚନା ଅନୁସାରେ, Azur Air ଦ୍ୱାରା ଅପରେଟ୍‌ AZV2463 ବିମାନ ଆଜି ଭୋର ୪ଟା ୧୫ରେ ଗୋଆର ଡାବୋଲିମ୍‌ ଏୟାରପୋର୍ଟରେ ଅବତରଣ କରିଥାନ୍ତା। ହେଲେ ବିମାନଟି ଭାରତୀୟ ଏୟାର ସ୍ପେସ୍‌କୁ ପ୍ରବେଶ କରିବା ପୂର୍ବରୁ ଏହାକୁ ଡାଇଭର୍ଟ କରାଯାଇଥିଲା।

ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟାରେ ବିମାନରେ ବୋମା ଥିବା ଖବର ନେଇ ଡାବୋଲିମ୍‌ ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ଏକ ଇ-ମେଲ୍‌ ଆସିଥିଲା। ଏହାପରେ ବିମାନକୁ ଉଜ୍‌ବେକିସ୍ତାନକୁ ଡାଇଭର୍ଟ କରାଯାଇ ସେଠାରେ ଲ୍ୟାଣ୍ଡିଂ କରାଯାଇଥିବା ଜଣାପଡ଼ିଛି।

ସୂଚନାଥାଉ କି, ୨ ସପ୍ତାହ ପୂର୍ବେ ମସ୍କୋରୁ ଗୋଆ ଅଭିମୁଖେ ଆସୁଥିବା ବିମାନକୁ ଗୁଜରାଟର ଜାମନଗରରେ ଅବତରଣ କରାଯାଇଥିଲା। ବିମାନରେ ବୋମା ଆତଙ୍କ ପରେ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। 

Advertisment
Bomb In Plane
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ