Advertisment

ବିବାହର ୮ ବର୍ଷ ପରେ ମହିଳା ଜାଣିଲେ ତାଙ୍କ ସ୍ୱାମୀ ପୁରୁଷ ନୁହେଁ ମହିଳା

ବିବାହ ନାଁରେ ଅନେକ ଠକେଇ ବିଷୟରେ ଆପଣ ଶୁଣିଥିବେ। ମନ ପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ କିଏ କେତେ ପ୍ରକାର ମିଛ କହିଥାଏ। କିଏ ମିଛରେ ଦରମା ବଢାଇଥାଏ ତ କିଏ ଶିକ୍ଷାଗତ ଯୋଗ୍ୟତାର ମିଛ ତାଲିକା ଦେଇଥାଏ। କିଏ ପୁଣି ଜମିବାଡ଼ି ଘର ଦ୍ୱାର ଏପରିକି ପରିବାର ସମ୍ପର୍କରେ ମଧ୍ୟ ମିଛ ବିବରଣୀ ଦେଇଥାଏ। ହେଲେ ବିବାହ କରିବା ପାଇଁ କେହି ନିଜର ଲିଙ୍ଗକୁ ନେଇ ମିଛ କହିପାରେ ଏକଥା ବିଶ୍ୱାସ କରିପାରିବେ କି ? ହେଲେ ଏମିତି ଘଟଣା ଘଟିଛି ଗୁଜରାଟର ଭଦୋଦରାରେ।

ଅଦ୍ୟତନ ହୋଇଛି
woman finds out her husband was woman

woman finds out her husband was woman

Advertisment

ବିବାହ ନାଁରେ ଅନେକ ଠକେଇ ବିଷୟରେ ଆପଣ ଶୁଣିଥିବେ। ମନ ପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ କିଏ କେତେ ପ୍ରକାର ମିଛ କହିଥାଏ। କିଏ ମିଛରେ ଦରମା ବଢାଇଥାଏ ତ କିଏ ଶିକ୍ଷାଗତ ଯୋଗ୍ୟତାର ମିଛ ତାଲିକା ଦେଇଥାଏ। କିଏ ପୁଣି ଜମିବାଡ଼ି ଘର ଦ୍ୱାର ଏପରିକି ପରିବାର ସମ୍ପର୍କରେ ମଧ୍ୟ ମିଛ ବିବରଣୀ ଦେଇଥାଏ। ଏମିତି ଘଟଣା ବି ଆପଣ ଶୁଣିଥିବେ ଯେ, ଜଣକୁ ଦେଖାଇ ଅନ୍ୟ ଜଣଙ୍କୁ ଆଣି ବିବାହ ବେଦୀରେ ବସାଇ ଦିଆଯାଇଥାଏ। ହେଲେ ଆମେ ଯେଉଁ ଘଟଣା ଆପଣଙ୍କୁ କହିବାକୁ ଯାଉଛୁ ତାହା ଯେମିତି ଠକାମିର ସବୁ ସୀମା ପାର କରି ସାରିଛି। ବିବାହ କରିବା ପାଇଁ କେହି ନିଜର ଲିଙ୍ଗକୁ ନେଇ ମିଛ କହିପାରେ ଏକଥା ବିଶ୍ୱାସ କରିପାରିବେ କି ? ହେଲେ ଏମିତି ଘଟଣା ଘଟିଛି ଗୁଜରାଟର ଭଦୋଦରାରେ। ଖାଲି ମିଛ କହି ନାହାନ୍ତି, ଏହି ମିଛକୁ ଏମିତି ନିଖୁଣ ସତ ଭାବେ ଉପସ୍ଥାପନ କରିଛନ୍ତି ଯେ, ବିବାହର ୮ ବର୍ଷ ପରେ ବି ସ୍ତ୍ରୀ ଜାଣି ପାରିନାହାନ୍ତି ତାଙ୍କ ସ୍ୱାମୀ ପୁରୁଷ ନୁହେଁ, ଜଣେ ମହିଳା ବୋଲି।

Advertisment

୪୦ ବର୍ଷର ଏହି ମହିଳା ଜଣକ ପ୍ରଥମେ ବିବାହ କରିଥିଲେ ଏବଂ ତାଙ୍କର ୧୪ ବର୍ଷର ଏକ ଝିଅ ମଧ୍ୟ ଅଛି। ହେଲେ ୨୦୧୧ ମସିହାରେ ଏକ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କର ପରଲୋକ ହୋଇ ଯାଇଥିଲା। ସେ ଏକ ମାଟ୍ରିମୋନିଆଲ ସାଇଡ୍‌ରେ ବିରାଜଙ୍କୁ ଭେଟିଥିଲେ ଏବଂ ୨୦୧୪ ମସିହାରେ ଉଭୟଙ୍କର ବିବାହ ହୋଇଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ସେ ହନିମୁନ ପାଇଁ କାଶ୍ମୀର ମଧ୍ୟ ଯାଇଥିଲେ। ହେଲେ ସେଠାରେ ସେ ପତ୍ନୀଙ୍କଠାରୁ ଦୂରତ୍ୱ ବଜାୟ ରଖୁଥିଲେ। ଅନେକ ଦିନ ଧରି ବିଭିନ୍ନ ମିଛ କହି ସେ ପତ୍ନୀଙ୍କଠାରୁ ନିଜକୁ ଦୂରେଇ ରଖୁଥିଲେ। ତେବେ ମହିଳାଜଣକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ସେ ବାହାନା ଦେଖାଇଥିଲେ। କହିଥିଲେ, କିଛି ବର୍ଷ ପୂର୍ବେ ରୁଷିଆ ଯାଇଥିବାବେଳେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତା ପରେ ସେ ସେକ୍ସ ପାଇଁ ସମ୍ପୂର୍ଣ୍ଣ ଅକ୍ଷମ। ତେବେ ଏକ ମାଇନର ଅପରେସନ ପରେ ସେ ସମ୍ପୂର୍ଣ୍ଣ ଠିକ ହୋଇପାରିବେ।

୨୦୨୦ରେ ସେ ପତ୍ନୀଙ୍କୁ କହିଥିଲେ ସେ ତାଙ୍କର ଓଜନ କମାଇବା ପାଇଁ ଏକ ଅସ୍ତ୍ରୋପଚାର କରିବେ ଏବଂ ଏଥିପାଇଁ କଲିକତା ଯିବାକୁ ପଡ଼ିବ। ହେଲେ ସେ କଲିକତା ଯାଇ ଲିଙ୍ଗ ପରିବର୍ତ୍ତନର ପ୍ରକ୍ରିୟା କରିଥିଲେ। ବିରାଜ ପରେ ପ୍ରକୃତ ସତ୍ୟ ପତ୍ନୀଙ୍କୁ କହିଥିଲେ ବୋଲି କହିଛନ୍ତି । ସେ କହିଥିଲେ ଯେ, ସେ ପ୍ରକୃତରେ ଲିଙ୍ଗ ପରିବର୍ତ୍ତନ କରିବାକୁ ଯାଇଥିଲେ ଏବଂ ତାଙ୍କର ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ହୋଇଛି। ଏବେ ସେ ସମ୍ପୂର୍ଣ୍ଣ ପୁରୁଷ। ହେଲେ ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, ଅସ୍ତ୍ରୋପଚାର ବିଷୟରେ ତାଙ୍କ ସ୍ୱାମୀ ତାଙ୍କୁ କିଛି ଜଣାଇ ନ ଥିଲେ। ମାଟ୍ରିମୋନିଆଲ ସାଇଟରୁ ତାଙ୍କୁ ସେ ବିରାଜ ବୋଲି ଜାଣିବାକୁ ପାଇଥିଲେ ହେଁ ପୂର୍ବରୁ ସେ ଭିଜେତା ନାମରେ ପରିଚିତ ଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି, ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାମୀ ତାଙ୍କ ସହ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ । ଏପରିକି ଏ ବିଷୟରେ କାହାକୁ କହିଲେ ଭୟଙ୍କର ପରିଣତି ଭୋଗିବାକୁ ପଡିବ ବୋଲି ଧମକ ବି ଦେଇଥିଲେ।

Advertisment

ଶେଷରେ ମହିଳାଜଣକ ଏପରି ଠକେଇରେ ଅତିଷ୍ଠ ହୋଇ ବୁଧବାର ଗୋଟ୍ରି ପୋଲିସରେ ବିରାଜ ବର୍ଦ୍ଧନ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବିରାଜ ତାଙ୍କୁ ଠକିଥିବା ଏବଂ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

.

Marriage Woman Married Woman Gender Change
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ