Advertisment

ଆଜି ବାୟୁସେନା ଦିବସ: ଉନ୍ମୋଚିତ ହେଲା ବାୟୁସେନା ନୂଆ ପ୍ରତୀକ

ଆଜି ୯୧ ତମ ବାୟୁସେନା ଦିବସ। ଆଜିର ଦିନ ବାୟୁସେନା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଲିପିବଦ୍ଧ ହୋଇଛି।

ଅଦ୍ୟତନ ହୋଇଛି
91st Indian Air Force Day celebration

91st Indian Air Force Day celebration

Advertisment

ଆଜି ୯୧ ତମ ବାୟୁସେନା ଦିବସ। ଆଜିର ଦିନ ବାୟୁସେନା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଲିପିବଦ୍ଧ ହୋଇଛି। କାରଣ, ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର. ଚୌଧରୀ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରିଛନ୍ତି। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ବାୟୁସେନାର ଧ୍ୱଜାରେ ପରିବର୍ତ୍ତନ କରାଯାଇଛି। ନୂଆ ଧ୍ୱଜାରେ ୟୁନିଅନ୍ ଜ୍ୟାକ୍ ହଟାଇ ଏହା ସ୍ଥାନରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି।

Advertisment

ସୃଜନଶୀଳତା ଆମ ଡିଏନଏରେ ରହିଛିା ସବୁ ପ୍ରକାର ଜରୁରୀ ସ୍ଥିତି ଓ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପ୍ରସ୍ତୁତ ଭାରତୀୟ ବାୟୁସେନା। ୯୧ତମ ବାୟୁସେନା ଦିବସ ଅବସରେ ବାୟୁ ବୀରଙ୍କ ବୀରତ୍ୱକୁ କିଛି ଏଭଳି ଭାବେ ବଖାଣିଛନ୍ତି ଏୟାର ଚିଫ୍‌ ମାର୍ଶଲ ଭି.ଆର୍‌ ଚୌଧରୀା ସେ କହିଛନ୍ତି, ଭାରତୀୟ ବାୟୁସେନା ପୂର୍ବ ଅପେକ୍ଷା ଏବେ ଅଧିକ ସଶକ୍ତ ଓ ସ୍ୱାବଲମ୍ବୀ ହୋଇପାରିଛିା ନିଜସ୍ୱ ଜ୍ଞାନ କୌଶଳ ଖଟାଇ ଏହାକୁ ଯୁଦ୍ଧ ରଣନୀତିରେ ପ୍ରୟୋଗ କରାଯାଇଛି।

ବିଶ୍ୱର ବିଭିନ୍ନ ପ୍ରମୁଖ ଓ ଶକ୍ତିଶାଳୀ ରାଷ୍ଟ୍ର ସହ ମିଶି ଅଭ୍ୟାସ ବି ସାରିଛି ବାୟୁସେନାା ସବୁ ସମୟରେ, ସବୁ ପରିସ୍ଥିତିର ମୁକାବିଲା ପାଇଁ ବାୟୁ ବୀର ପ୍ରସ୍ତୁତ ଓ ତତ୍ପର ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। ମହିଳା ଓ ପୁରୁଷ ପ୍ରଥମ ଅଗ୍ନିବୀର ବ୍ୟାଚ୍ ବାୟୁସେନାରେ ସାମିଲ ହେବା ପରେ ସେମାନଙ୍କୁ ବି ସବୁ ପ୍ରକାର କୌଶଳ ସମ୍ପର୍କରେ ତାଲିମ ଦିଆଯାଇଛି ବୋଲି ବାୟୁ ସେନା ମୁଖ୍ୟ ଦୋହରାଇଛନ୍ତିା

Advertisment

ବାୟୁସେନା ଦିବସ ଅବସରରେ ଆଜି ସଙ୍ଗମ ସହର ପ୍ରୟାଗରାଜରେ ମେଗା ଏୟାର ଶୋ’ କରାଯାଇଛି। ଯେଉଁଥିରେ ଭାରତୀୟ ବାୟୁସେନାର ବୀର ଯୋଦ୍ଧା ଶକ୍ତି, ସାମର୍ଥ୍ୟ ଓ ଶୌର୍ଯ୍ୟ ଦେଖାଇଛନ୍ତି। ଏୟାର ଫୋର୍ସର ଭିଣ୍ଟେଜ୍ ଏୟାରକ୍ରାଫ୍ଟ ଟାଇଗର ମୋଥ୍, ହାର୍ବଟ ଟ୍ରେନର, ଟ୍ରାନ୍ସପୋର୍ଟ  ଏୟାରକ୍ରାଫ୍ଟ C-130J ସୁପର ହେରକୁଲସ୍, ଚେତକ, ମିରାଜ୍, ସୁଖୋଇ-୩୦ ଏବଂ ଡାକୋଟା ଭଳି ବିମାନ ନିଜ ସାମର୍ଥ ପ୍ରଦର୍ଶନ କରୁଛନ୍ତି।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍, ରାଫେଲ, ମିରାଜ୍-୨୦୦୦, କୋବ୍ରା ଏବଂ ସୁଖୋଇ-୩୦ ବି ଦମ୍ ଦେଖାଇଛନ୍ତି ଆକାଶରେ। ଏଥିସହ ସୂର୍ଯ୍ୟକିରଣ, ଆକାଶ ଗଙ୍ଗା ସମେତ ଏରୋବେଟିକ୍ ଶୋ’ ବି ରହିଛି। ସେହିପରି ଅଗ୍ନିବୀର, ଗରୁଡ କମାଣ୍ଡୋ ଏବଂ ବାୟୁସେନାର ଯବାନ ଚିତାକର୍ଷକ ପରେଡ୍ କରିବେ। 

Advertisment
Indian Air Force Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ