ସଲାମ୍‌ ଆଈମା’ : ୱେଟଲିପ୍ଟିଂ କରି ନାତିକୁ ଚ୍ୟାଲେଞ୍ଜ କରୁଛନ୍ତି ୮୦ ବର୍ଷିୟ ମହିଳା

ଆଈ ମା’ କରୁଛନ୍ତି ୱେଟଲିପ୍ଟିଂ । ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

ବୟସର ଅପରାହ୍ନରେ ଯୁବସୁଲଭ ଚପଳତା

ବୟସର ଅପରାହ୍ନରେ ଯୁବସୁଲଭ ଚପଳତା । ୮୦ ବର୍ଷ ବୟସରେ ୱେଟଲିପ୍ଟିଂ କରୁଛନ୍ତି ଆଈ ମା’ । ଚୁଟି ପାଚିଗଲାଣି ସିନା କିଛି ନୂଆ କରିବାର ଇଚ୍ଛା ଏ‍ବେ ବି ମନରେ ରହିଛି । ତାଙ୍କର ସେହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବୁଢ଼ୀ ମା ଜଣକ ସୁସ୍ଥସବଳ ଯୁବକ ପରି ୱେଟଲିପ୍ଟିଂ କରୁଛନ୍ତ । ତେବେ ବୃଦ୍ଧ ମହିଳା ଜଣକ କରୁଥିବା ଏହି ଷ୍ଟଣ୍ଟ ଏତେ ସଜହ ନୁହେଁ । କାରଣ ଟିକିଏ ଅସାବଧାନ ହେଲେ ହାତଗୋଡ଼ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ରହିଛି ।

ଶୁକ୍ରବାର ଦିନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ‘ପଞ୍ଜାବୀ ଇଣ୍ଡଷ୍ଟ୍ରି’ ନାମକ ପେଜରୁ ସେୟାର କରାଯାଇଛି । ଭିଡିଓରେ ଜଣେ ଯୁବକ  ଆଈମା’ଙ୍କ ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳୁଛି, ଯିଏ ଛାତ ଉପରେ ୱେଟଲିପ୍ଟିଂ କରୁଛନ୍ତି । ଭିଡିଓ ସୁଟ୍‌ କରୁଥିବା ଯୁବକ ଜଣକ ମଧ୍ୟ ଆଈମା’ଙ୍କ ଏହି ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

ତେବେ ୱେଟଲିପ୍ଟିଂ କରୁଥିବା ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ । ହେଲେ ନାତି କରିଥିବା ଚ୍ୟାଲେଞ୍ଜର ଉତ୍ତରରେ ସେ ଏପରି କରିଥିବା ଜଣାପଡ଼ିଛି । ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାର ଟିପ୍ପଣୀ ଦେଉଛନ୍ତି ୟୁଜର । କେବଳ ଏତିକି ନୁହେଁ ଲୋକେ ଭିଡିଓକୁ ପସନ୍ଦ କରିବା ସହ ବାରମ୍ବାର ସେୟାର ମଧ୍ୟ କରୁଛନ୍ତି ।