Advertisment

ପ୍ରେମିକାର ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲା ୮ ବର୍ଷର ଶିଶୁ...

ଅଗଷ୍ଟ ୫ରେ ଶିଶୁକୁ ଅପହରଣ କରାଯାଇଥିଲା। ଏହାର କିଛିଦିନ ପରେ ଅର୍ଥାତ୍‌ ଅଗଷ୍ଟ ୧୮ରେ ଶିଶୁଟିର ମୃତଦେହ ଯମୁନା ନଦୀ କୂଳରୁ ଉଦ୍ଧାର ହେବାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

ଅଦ୍ୟତନ ହୋଇଛି
8 Year Old Delhi Girl Raped, Killed As She Knew Of Affair With Mother

8 Year Old Delhi Girl Raped, Killed As She Knew Of Affair With Mother

Advertisment

ପ୍ରେମିକାର ଝିଅକୁ ପ୍ରଥମେ ଦୁଷ୍କର୍ମ, ପରେ ଗଳାକାଟି ହତ୍ୟା। କାରଣ ୮ ବର୍ଷର ଏହି ଶିଶୁର ଭୁଲ୍‌ ମାତ୍ର ଏତିକି ଥିଲା ଯେ, ଶିଶୁଟି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ନିଜ ମା’ଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲା। ଏହାପରେ ଶିଶୁକୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚା ଯାଇଥିଲେ। ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ୮ ବର୍ଷର ଶିଶୁକୁ କିଡ୍‌ନାପ୍‌ କରି ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। 

Advertisment

ଅଗଷ୍ଟ ୫ରେ ଶିଶୁକୁ ଅପହରଣ କରାଯାଇଥିଲା। ଏହାର କିଛିଦିନ ପରେ ଅର୍ଥାତ୍‌ ଅଗଷ୍ଟ ୧୮ରେ ଶିଶୁଟିର ମୃତଦେହ ଯମୁନା ନଦୀ କୂଳରୁ ଉଦ୍ଧାର ହେବାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ହତ୍ୟା ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ୍‌ ୩୬ ବର୍ଷୀୟ ରିଜ୍‌ୱାନକୁ ଗିରଫ କରିଛି। ପେଶାରେ ସେ ଜଣେ କଂସାଇ ବୋଲି ଜଣାପଡ଼ିଛି। ପୋଲିସ୍‌ ସୂଚନା ଅନୁସାରେ, ଗଳାକାଟି ଶିଶୁକୁ ହତ୍ୟା କରାଯାଇଛି। ପରିଚୟ ଲୁଚାଇବା ପାଇଁ ଅଭିଯୁକ୍ତ ଜଣକ ଶିଶୁଟିର ମୁହଁକୁ କ୍ଷତବିକ୍ଷତ କରି ଦେଇଥିଲା। ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ, ଦିଲ୍ଲୀ ପୋଲିସ୍‌କୁ ନୋଟିସ୍ ଜାରି କରିଛି।

ମଧ୍ୟ ଦିଲ୍ଲୀ ଡିସିପି ଶ୍ୱେତା ଚୌହ୍ୱାନଙ୍କ ସୂଚନା ଅନୁସାରେ, ଦରିଆଗଞ୍ଜରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁସାରେ, ଅଗଷ୍ଟ ୫ ଭୋର ସମୟରେ ଯେତେବେଳେ ସେ ଶୋଇକି ଉଠିଲେ ତାଙ୍କର ୮ ବର୍ଷର ଝିଅ ଘରୁ ଗାଏବ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କ ସହ ସେ ଶୋଇଥିଲେ। ଅଭିଯୋଗ ଆଧାରରେ ପୋଲିସ୍‌ ଅପହରଣ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା। 

Advertisment

ଯାଞ୍ଚ ପରେ ମଧ୍ୟ ପୋଲିସ୍‌ ହାତରେ କୌଣସି ସୁରାକ୍‌ ଲାଗି ନଥିଲା। ଅଗଷ୍ଟ ୧୮ରେ ଜଣେ ମହିଳା ଯମୁନା ନଦୀ କୂଳରେ ଶିଶୁର ମୃତଦେହ ପଡ଼ିଥିବା ନେଇ ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହାପରେ ୩୬ ବର୍ଷୀୟ କଂସାଇ ରିଜ୍‌ୱାନ୍‌କୁ  ପୋଲିସ୍‌ ଗିରଫ କରିଥିଲା। ତା ଘର ବିହାରରେ ବୋଲି ଜଣାପଡ଼ିଛି।

ପୋଲିସ୍‌ ସୂଚନା ଅନୁସାରେ, ମଦ୍ୟପାନ କରିବା ପାଇଁ ରିଜ୍‌ୱାନ ଯମୁନା ନଦୀ କୂଳକୁ ଯାଇଥାଏ। ସେଠାରେ ମୃତ ଶିଶୁର ମା’ଙ୍କ ସହ ତା’ର ଦେଖା ସାକ୍ଷାତ ହୋଇଥିଲା ଓ ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଅଗଷ୍ଟ ୪ ତାରିଖରେ ଶିଶୁଟି ମା’ ଓ ଅଭିଯୁକ୍ତ ରିଜ୍‌ୱାନଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ। ଏହାପରେ ଅଭିଯୁକ୍ତ ରିଜ୍‌ୱାନ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ସେହିଦିନ ରାତିରେ ସେ ମଦ ପିଇଥିଲେ। ପରିବାର ଲୋକ ଶୋଇ ଯିବାପରେ ଶିଶୁକୁ ଅପହରଣ କରି  ରିଜ୍‌ୱାନ ଯମୁନା ନଦୀ କୂଳକୁ ଆଣିଥିଲା। ସେଠାରେ ସେ ଶିଶୁକୁ ଦୁଷ୍କର୍ମ କରିବା ପରେ ଗଳାକାଟି ହତ୍ୟା କରିଥିଲା। ପରିଚୟ ଲୁଚାଇବା ପାଇଁ ଅଭିଯୁକ୍ତ ଶିଶୁଟିର ମୁହଁକୁ କ୍ଷତବିକ୍ଷତ କରି ଦେଇଥିଲା। ହେଲେ ପୋଲିସ୍‌ ଟିମ୍‌ ୨୦୦ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ତାକୁ ଧରିବାରେ ସଫଳ ହୋଇଥିଲେ। 

Advertisment

ଏହି ମାମଲାରେ ମୃତ ଶିଶୁର ମା’ର କିଛି ହାତ ରହିଛି କି ନାହିଁ ? ସେନେଇ ପୋଲିସ୍‌ ତତନ୍ତ ଚଳାଇଛି। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ