70 YEARS WOMEN
ଗାନ୍ଧୀନଗର: ୭୦ ବର୍ଷରେ ମାଆ ହେଲେ ବୃଦ୍ଧା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଗୁଜରାଟ କଚ୍ଛମୋରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଭାଲୁ ଭାଇ ଓ ପତ୍ନୀ ଜିଲୁ ହେଉଛନ୍ତି ଗାଁର ଏକ ବୃଦ୍ଧ ଦମ୍ପତ୍ତି । ବୟସ ଆସିକି ୭୦ ପହଞ୍ଚିଲାଣି ହେଲେ ଏବେ ତାଙ୍କ କୋଳରେ ଜନ୍ମ ହୋଇଛି ଏକ ନବଜାତ ଶିଶୁ । ଉଭୟଙ୍କର ଏକ କନ୍ୟା ସନ୍ତାନ ହୋଇଛି ।
(୭୦ ବର୍ଷରେ ମାଁ ହେଲେ ବୃଦ୍ଧା)ସୂଚନା ଅନୁସାରେ, ବିବାହର ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଉଭୟ ସନ୍ତାନ ସୁଖ ପାଇପାରିନଥିଲେ । ଯାହାକୁ ନେଇ ଉଭୟ ଦୁଃଖଭରା ଜୀବନ ଜୀଉଁଥିଲେ । ହେଲେ ଭଗବାନଙ୍କ ସୃଷ୍ଟିରେ କଣ ବା ଅସମ୍ଭବ । ବିବାହର ୪୫ ବର୍ଷ ପରେ ଉକ୍ତ ଦମ୍ପତ୍ତି ଆଧୁନିକ ଚିକିତ୍ସା ବିଜ୍ଞାନର ସହାୟତା ନେଇଥିଲେ । ଡାକ୍ତର ନିକଟକୁ ଯାଇ ନିଜ ମନ କଥା ଜଣାଇବା ପରେ ଡାକ୍ତର ତାଙ୍କୁ ଟେଷ୍ଟ ଟୁ୍ୟବ ବେବି ବିଷୟରେ ଅବଗତ କରାଇଥିଲେ । ଯାହା ପରେ ଏବେ ତାହା ସଫଳ ମଧ୍ୟ ହୋଇଛି ।
Also Read
ନିସନ୍ତାନ ଦମ୍ପତ୍ତିଙ୍କ କୋଳରେ ଏବେ ଏକ ଶିଶୁର ଆଗମନ ହୋଇଛି । ସେ କନ୍ୟାରତ୍ନ IVFରେ ପାଇଛନ୍ତି ଟେଷ୍ଟ ଟୁ୍ୟବ ବେବି କରାଯାଇଛି । ଜନ୍ମ ଗ୍ରହଣ ପରେ ଉକ୍ତ ନବଜାତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଓ ହୃଷ୍ଟପୃଷ୍ଟ ହୋଇଥିବାବେଳେ ଶିଶୁଟିକୁ ନେଇ ଉଭୟଙ୍କ ମନରେ ଆନନ୍ଦର ଲହରୀ ଖେଳି ଉଠିଛି । ଫଳରେ କନ୍ୟା ସନ୍ତାନ ପାଇ ଉଭୟଙ୍କ ଖୁସି କହିଲେ ନ ସରେ । ଠିକ୍ ସେହିପରି ୨୦୧୬ ରେ ମଧ୍ୟ ପଞ୍ଜାବର ଦଲଞ୍ଜିଦର କୌର ୭୦ ବର୍ଷ ବୟସରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634453693.jpg)


