Advertisment

ଖଣିରେ ଚାଲିଥିଲା କାମ, ହଠାତ୍‌ ମାଡ଼ି ଆସିଲା ମୃତ୍ୟୁ...

ଖଣିରୁ ଚୂନ ପଥର ବାହାର କରିବା ସମୟରେ ଆଜି ଏହି ଅଘଟଣ ଘଟିଛି। ୧୨ରୁ ଅଧିକ ଗାଁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Mine Collapse In Chhattisgarh

7 dead in Chhattisgarh mine collapse

Advertisment

ଛତିଶଗଡ଼ ବସ୍ତର ଜିଲ୍ଲାର ମାଲ୍‌ଗାଓଁରେ ଖଣି ଧସିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଖଣିରୁ ଚୂନ ପଥର ବାହାର କରିବା ସମୟରେ ଆଜି ଏହି ଅଘଟଣ ଘଟିଛି। ୧୨ରୁ ଅଧିକ ଗାଁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଖବରପାଇ ପୋଲିସ୍‌ ଓ SDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ମୃତକ ୭ ଜଣଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ତେବେ ସୁରକ୍ଷିତ ଭାବେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। 

Advertisment

ସୂଚନା ଅନୁସାରେ, ଜଗଦଲ୍‌ପୁରରୁ ୧୨ କି.ମି. ଦୂର ମାଲ୍‌ଗାଓଁରେ ଏହି ଅଭାବନୀୟ ଘଟଣା ଘଟିଛି। ଖଣିରେ କାମ କରୁଥିବା କିଛି ଶ୍ରମିକ ମାଟି ଖୋଳୁ ଥିବାବେଳେ ଏହାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏଥିରେ ଚାପି ହୋଇଯାଇଥିଲେ। ଏନେଇ ତୁରନ୍ତ ସୂଚନା ଦିଆଯିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦୁର୍ଭାଗ୍ୟବଶତଃ, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍‌ ନେବା ବାଟରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କେବଳ ୭ ଜଣ ବ୍ୟକ୍ତି ହିଁ ମାଟି ଖୋଳୁ ଥିଲେ। କିନ୍ତୁ ଆଉ କିଛି ବ୍ୟକ୍ତି ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ