Advertisment

ଗର୍ଲଫ୍ରେଣ୍ଡ୍‌ ସହ ସେକ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ

ଘଟଣାକୁ ଚପାଇବା ପାଇଁ ଗର୍ଲଫ୍ରେଣ୍ଡ୍‌ ନିଜ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃତଦେହକୁ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲେ। ହେଲେ ପୋଲିସ୍‌କୁ ଏହି ବ୍ୟାଗ୍‌ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା।

ଅଦ୍ୟତନ ହୋଇଛି
67 Year Old Man Dies During Sex In Bengaluru

67 Year Old Man Dies During Sex In Bengaluru

Advertisment

ଗର୍ଲଫ୍ରେଣ୍ଡ୍‌ ସହ ପରକୀୟାରେ ଲିପ୍ତ ଥିବାବେଳେ ହାର୍ଟ ଆଟାକ୍‌ ହେବାରୁ ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ଚପାଇବା ପାଇଁ ଗର୍ଲଫ୍ରେଣ୍ଡ୍‌ ନିଜ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃତଦେହକୁ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲେ। ହେଲେ ପୋଲିସ୍‌କୁ ଏହି ବ୍ୟାଗ୍‌ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା। ବେଙ୍ଗାଲୁରୁରେ ଏହି ଘଟଣା ଘଟିଛି। ମୃତ୍ୟୁର କିଛି ସପ୍ତାହ ପରେ ପୋଲିସ୍‌କୁ ଏହି ବ୍ୟାଗ୍‌ ମିଳିଥିଲା। ସମ୍ପୃକ୍ତ ବୃଦ୍ଧଙ୍କ ନାଁ ବାଲା ସୁବ୍ରମଣ୍ୟମ। ଜେପି ନଗରରେ ପୁଟ୍ଟେନାହାଲିରେ ତାଙ୍କ ଘର। 

Advertisment

ସୂଚନା ଅନୁସାରେ, ଘରେ କାମ କରୁଥିବା ୩୫ ବର୍ଷୀୟ ମହିଳାଙ୍କ ସହ ବାଲା ସୁବ୍ରମଣ୍ୟମଙ୍କ ପରକୀୟା ପ୍ରୀତି ଥିଲା। ନଭେମ୍ବର ୧୬ରେ ବାଲା ଗର୍ଲଫ୍ରେଣ୍ଡ୍‌ର ଘରକୁ ଆସିଥିଲେ ଓ ଏହି ସମୟରେ ପରକୀୟାରେ ଲିପ୍ତ ଥିବାବେଳେ ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ନାତିକୁ ବ୍ୟାଡ୍‌ମିଣ୍ଟନ କ୍ଲାସ୍‌ରେ ଛାଡ଼ିବା ପାଇଁ ସେ ଘର ବାହାରକୁ ଆସିଥିଲେ। ଅପରାହ୍ଣ ପ୍ରାୟ ୫ଟାରେ ବୋହୂକୁ ଫୋନ୍‌ କରି କହିଥିଲେ, କିଛି ବ୍ୟକ୍ତିଗତ କାମ ଥିବାରୁ ଘରେ ପହଞ୍ଚିବାରେ ବିଳମ୍ବ ହୋଇପାରେ। 

ଘରେ ନପହଞ୍ଚିବାରୁ ବାଲାଙ୍କ ସହ ପରିବାର ସଦସ୍ୟ ଯୋଗାଯୋଗ କରିଥିଲେ। ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। ଏହାପରେ ବାଲାଙ୍କ ପୁଅ, ବାପା ନିଖୋଜ ହୋଇଥିବା ନେଇ ସୁବ୍ରମଣ୍ୟ ନଗର ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗର ଦିନକ ପରେ ପୋଲିସ୍‌ ସନ୍ଦେହଜନକ ଅବସ୍ଥାରେ ରାସ୍ତାକଡ଼ରୁ ପ୍ଲାଷ୍ଟିକ୍‌ କଭର ଓ ବେଡ୍‌ଶିଟ୍‌ରେ ଗୁଡ଼ା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା। ଏହା ବାଲାଙ୍କ ମୃତଦେହ ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ।

Advertisment

ଘଟଣାପରେ ବାଲାଙ୍କ ସହ ସମ୍ପର୍କ ରଖିଥିବା ମହିଳାଙ୍କୁ ପଚରାଉଚରା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ୬୭ ବର୍ଷୀୟ ବାଲା ସୁବ୍ରମଣ୍ୟମଙ୍କ ମୃତଦେହ ଫିଙ୍ଗି ଦେଇଥିବା କଥା ସେ  ସ୍ୱୀକାର କରିଥିଲେ। ବିଜ୍‌ନେସ୍‌ ମ୍ୟାନ୍‌ ବାଲାଙ୍କ ସହ ତାଙ୍କ ପରକୀୟା ପ୍ରୀତି ଖବର ଜଣାପଡ଼ିବା ପରେ, ହୁଏତ ତାଙ୍କର ଛବି ଖରାପ ହୋଇଯିବ ଏହି ଭୟରେ ସେ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃତଦେହକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତ୍ତି କରି ଜେପି ନଗରରେ ଫିଙ୍ଗି ଦେଇଥିଲେ। ମହିଳାଙ୍କ ଆହୁରି ଭୟ ଥିଲା ଯେ, ଘଟଣାକୁ ନେଇ ହୁଏତ ପୋଲିସ୍‌ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିପାରେ। ତେଣୁ ସେ ମୃତଦେହକୁ ରାସ୍ତାରେ ଫିଙ୍ଗି ଦେଇଥିଲେ।

ତଦନ୍ତ ପରେ ଖୁଲାସା ହୋଇଛି ଯେ, ବାଲା ସୁବ୍ରମଣ୍ୟମ ଦୀର୍ଘ ଦିନ ଧରି ତାଙ୍କ ଘରେ କାମ କରୁଥିବା ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଏପରିକି ସେ ମହିଳାଙ୍କ ଘରକୁ ମଧ୍ୟ ଯାଉଥିଲେ। ଗତବର୍ଷ ବାଲାଙ୍କ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା। ଅନ୍ୟପକ୍ଷେ, ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

Advertisment
Extra Marital Affair Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ