ମଶାଧୂପ ଲଗାଇ ରାତିରେ ଶୋଉଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ସତର୍କ । କାହିଁକି ନା କେତେବେଳେ ବି ଆପଣଙ୍କ ଜୀବନ ନେଇପାରେ ମଶାଧୂପ । ମଶାଧୂପ ଲଗାଇ ରାତିରେ ଶୋଇଥିବା ବେଳେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଶ, ଜଣେ ମହିଳା ଓ ଛୋଟ ଶିଶୁ ଅଛନ୍ତି।
ସୂଚନା ଅନୁସାରେ, ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳର ଏହି ପରିବାର ମଶା ଦାଉରୁ ରକ୍ଷା ପାଇଁ ରାତିରେ ମଶାଧୂପ ଲଗାଇ ରାତିରେ ଶୋଇଥିଲେ। ମଶାଧୂପ ନିଆଁରେ ତକିଆ ଜଳି ଯାଇଥିଲା। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମଶାଧୂପରୁ ନିର୍ଗତ କାର୍ବନ ମନୋକ୍ସାଇଡ୍କୁ ପ୍ରଶ୍ୱାସରେ ରାତି ସାରା ନେବା ପରେ ଶ୍ୱାସରୁଦ୍ଧ ଯୋଗୁ ଏଭଳି ଘଟିଥିବା ଜଣାପଡ଼ିଛି ।
ପରିବାର ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
Also Read
ମଶାଧୂପରେ ଡିଡିଟି, କ୍ଷତିକାରକ କାର୍ବନ ଓ ଅନ୍ୟାନ ବିଷାକ୍ତ ତତ୍ତ୍ୱ ରହୁଥିବାରୁ, ଏହା ଶରୀର ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ କହିଛନ୍ତି ।