Advertisment

ସଙ୍କଟ କାଳରେ ଚାଷୀଭାଇଙ୍କୁ ଆଶ୍ୱସ୍ତି : କୃଷକଙ୍କ ୫୯୦ କୋଟିର ଋଣ ଛାଡ଼ ଘୋଷଣା କଲେ ସରକାର

ଗତକାଲି ଅମରିନ୍ଦର ସିଂ ’କୃଷି ଋଣ ଛାଡ ଯୋଜନ” ଅଧୀନରେ ୫୯୦ କୋଟି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ଋଣ ଛାଡ ଘୋଷଣା କରିଛନ୍ତି

ଅଦ୍ୟତନ ହୋଇଛି
ସଙ୍କଟ କାଳରେ ଚାଷୀଭାଇଙ୍କୁ ଆଶ୍ୱସ୍ତି : କୃଷକଙ୍କ ୫୯୦ କୋଟିର ଋଣ ଛାଡ଼ ଘୋଷଣା କଲେ ସରକାର

farmer

Advertisment

ଚଣ୍ଡୀଗଡ଼ : କଥା ରଖିଲେ ସରକାର । କରୋନାର ସଙ୍କଟ ସମୟରେ ଦେଶର ମେରୁଦଣ୍ଡ କୃଷକଙ୍କୁ ବଡ଼ ଉପହାର ଦେଲେ ପଞ୍ଜାବ ସରକାର । ଗତକାଲି ଅମରିନ୍ଦର ସିଂ ’କୃଷି ଋଣ ଛାଡ ଯୋଜନ” ଅଧୀନରେ ୫୯୦ କୋଟି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ଋଣ ଛାଡ ଘୋଷଣା କରିଛନ୍ତି । ମଙ୍ଗଳବାର ଏକ ଉଚ୍ଚସ୍ତରୀରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସରକାରୀ ମୁଖପାତ୍ର କହିଛନ୍ତି, ଅଗଷ୍ଟ ୨୦ରେ ରାଜ୍ୟ ସ୍ତରୀୟ ସମାରୋହରେ ଘୋଷଣା ଅନୁଯାୟୀ ଚେକ୍ ଜାରି କରାଯିବ ।

Advertisment

ପଞ୍ଜାବ ସରକାର ପ୍ରାଥମିକ ସମବାୟ ସମିତିର ୨,୮୫,୩୨୫ କୃଷକଙ୍କ ୫୯୦କୋଟି ଋଣ ଛାଡ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସମସ୍ତଙ୍କୁ ୨୦, ୦୦୦ ଲଖାଏଁ ସହାୟତା ମିଳିବ । ଏହି ନିଷ୍ପତ୍ତିକୁ ଗ୍ରାଉଣ୍ଡ ଜିରୋ ସ୍ତରରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତୁରନ୍ତ କାମ ଆରମ୍ଭ କରିବାକୁ ଅର୍ଥ ଏବଂ ସହଯୋଗ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ 'ଋଣ ଛାଡ ଯୋଜନା' ଅନ୍ତର୍ଗତ ଚାଷୀଙ୍କ ହିତ ଦୃଷ୍ଟିରୁ ଏହି ଘୋଷଣା କରାଯାଇଛି । ଏହି ଯୋଜନା ଅଧୀନରେ ଏବେ ସୁଦ୍ଧା ୫.୬୪ ଲକ୍ଷ ଚାଷୀଙ୍କ ୪,୬୨୪ କୋଟି ଟଙ୍କାର ଋଣ ଛାଡ କରାଯାଇଛି । ୨୦୧୭ରେ କଂଗ୍ରେସର ନିର୍ବାଚନ ପ୍ରତିଶୃତି ଥିଲା 'ଋଣ ଛାଡ ଯୋଜନା' । ଏଥିସହ ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯାଇଛି ।

Advertisment

ପଞ୍ଜାବ କୃଷି ସମବାୟ ସମିତି -୨୦୧୯ ଅଧୀନରେ କୃଷି ଶ୍ରମିକ ଏବଂ ଭୂମିହୀନଙ୍କ ପାଇଁ ପଞ୍ଜାବ ସରକାର ଏକ ଋଣ ଛାଡ ଯୋଜନା ପ୍ରସ୍ତୁତ କରିଥିଲେ । ଆଉ ଏହି ଯୋଜନା ଅଧୀନରେ ପଞ୍ଜାବ କୃଷି ସମବାୟ ସମିତି ମାଧ୍ୟମରେ ରାଜ୍ୟର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଚାଷୀଙ୍କୁ ରିହାତି ପ୍ରଦାନ କରୁଛି ।

Advertisment
Punjabgovernment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ