Advertisment

ମୋବାଇଲରେ କାର୍ଟୁନ ଦେଖୁଥିଲା କୁନିଝିଅ, ହଠାତ୍ ହେଲା ହୃଦଘାତ

ଝିଅଟି ମୋବାଇଲେ କାର୍ଟୁନ ଦେଖୁଥିଲା। ହଠାତ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲା।

ଅଦ୍ୟତନ ହୋଇଛି
5year child dead

5year child dead

Advertisment

ବର୍ତ୍ତମାନ ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରି ଅନେକ ଖବର ସାମନାକୁ ଆସୁଛି ଯେଉଁଠି ହଠାତ ହୃଦଘାତ ହେବା କାରଣକୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି। କିଏ ନାଚୁଥିବା ବେଳେ ତ ଆଉ କିଏ ଜିମରେ କସରତ କରୁଥିବା ବେଳେ ହୃଦଘାତର ଶିକାର ହେଉଛନ୍ତି। ହେଲେ ବର୍ତ୍ତମାନ ଏପରି ଘଟଣା ଘଟିଛି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଚକିତ କରିବ। ହୃଦଘାତରେ ଜଣେ ୫ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ଅମରୋହା ଜିଲ୍ଲା ଏଭଳି ଘଟଣା ଘଟିଛି। କୁନି ଝିଅଟି ମୋବାଇଲରେ କାର୍ଟୁନ ଦେଖିବା ବେଳେ ଜୀବନ ହରାଇଛି।

Advertisment

ସୂଚନା ଅନୁସାରେ ଅମରୋହ ଜିଲ୍ଲା ହସନପୁର କୋତୱାଲୀ ହତିୟାଖେଡା ଗାଁର ୫ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଝିଅଟି ମୋବାଇଲେ କାର୍ଟୁନ ଦେଖୁଥିଲା। ହଠାତ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲା। ପରିବାର ଲୋକ ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ କାର୍ଟୁନ ଦେଖୁଥିବା ବେଳେ ହୃଦଘାତ ହୋଇଥିଲା। ଏହି କାରଣରୁ ଶିଶୁକନ୍ୟାର ମୃତ୍ୟୁ ହୋଇଛି।

ତେବେ ଝିଅମାନଙ୍କ ‍କ୍ଷେତ୍ରରେ ଏତେ କମ ବୟସରେ ହୃଦଘାତ ଆସିବା ସଦ୍ୟତମ ଘଟଣା । ଗତବର୍ଷ ଡିସେମ୍ୱରରେ ଇନ୍ଦୋରରେ ଜଣେ ୧୭ବର୍ଷୀୟା ନାବାଳିକା ମଧ୍ୟ ହୃଦଘାତରେ ପ୍ରାଣ ହରାଇଥିଲେ। ସେ ରାତ୍ରି ଭୋଜନ କରିବା ସମୟରେ ହଠାତ ହୃଦଘାତର ଶିକାର ହୋଇଥିଲେ। ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ଜଣେ ୧୨ ବର୍ଷର ନାବାଳିକା କ୍ଲାସରେ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ