5 Died After Inhaling Toxic Fumes While Cleaning Septic Tank
ମହାରାଷ୍ଟ୍ରର ପରଭଣି ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି। ସେଫ୍ଟିକ୍ ଟ୍ୟାଙ୍କ୍ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ପୋଲିସ୍ ଏହି ସୂଚନା ଦେଇଛି। ଅନ୍ୟ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇରୁ ୫୦୦ କି.ମି. ଦୂରରେ ଏହି ଘଟଣା ଘଟିଛି।
ପୋଲିସ୍ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ସୋନପେଠ ଥାନା ଅନ୍ତର୍ଗତ ଭାଉଚା ଟାଣ୍ଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଅପରାହ୍ଣରେ ୬ ଜଣ ଶ୍ରମିକ ବିଲରେ ସେଫ୍ଟିକ୍ ଟ୍ୟାଙ୍କ ସଫା କରୁଥିଲେ। ତେବେ କିଛି ସମୟ ପରେ ନିଶ୍ୱାସପ୍ରଶ୍ୱାସ ନେବାରେ ସେମାନେ କଷ୍ଟ ଅନୁଭବ କରିଥିଲେ। ଫଳରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ାବା ପରେ ସମସ୍ତ ଶ୍ରମିକଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ୫ ଶ୍ରମିକଙ୍କୁ ଡାକ୍ତର ମଅତ ଘୋଷଣା କରିଥିଲେ। ଏନେଇ ସୋନପେଠ ଥାନାରେ ମାମଲା ରୁଜୁ କରାଯିବା ସହ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1683950592.jpg)