କିଏ ମାରିବ ୪ ରାଜ୍ୟରେ ବାଜି ? ସତ ହେବ କି ଏକଜିଟ୍ ପୋଲ୍ ରିପୋର୍ଟ ?

ଏକଜିଟ୍ ପୋଲ୍ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି ।

୪ ରାଜ୍ୟ ଜନାଦେଶ

ଆଜି ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍‌ର ଫଳାଫଳ ଆଜି ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି ।

ଏକଜିଟ୍ ପୋଲ୍ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି । ସେପଟେ ଆସନ୍ତାକାଲି ହେବ ମିଜୋରମ ବିଧାନସଭାର ଗଣତି । ଏହି ୫ ରାଜ୍ୟର ଫଳାଫଳ ୨୪ ସାଧାରଣ ନିର୍ବାଚନର ସଙ୍କେତ ଦେଇପାରେ । 

ଅନ୍ୟପକ୍ଷେ, ଭୋଟ୍ ଗଣତି ପୂର୍ବରୁ କଂଗ୍ରେସକର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ କଂଗ୍ରେସ ସେଲିବ୍ରେସନ କରିଛି । ଆଜି ଭୋର୍‌ରୁ କଂଗ୍ରେସ କର୍ମୀମାନେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକାଠି ହୋଇ ବାଣ ଫୁଟାଇଛନ୍ତି । ବିଜୟ ପାଇଁ ଆଶାବାଦୀ ଥିବା କଂଗ୍ରେସ କର୍ମୀମାନେ ସେଲିବ୍ରେସନ କରିଛନ୍ତି ।