Advertisment

ଦେଶର ନିରାପତ୍ତା ଦୃଷ୍ଟିରୁ ବ୍ୟାନ ହେଲା ୪ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ

ଫେକ ନ୍ୟୁଜ ପ୍ରସାରଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଫେକ୍‌ ନ୍ୟୁଜ ପ୍ରସାରଣ କରୁଥିବା ୧୮ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦେଇଛି।

Youtube Channel Ban

Youtube Channel Ban

Advertisment

ଦେଶରେ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ ଘୋଷଣା କରାଯାଇଛି । ୨୨ ଚ୍ୟାନେଲ ମଧ୍ୟରେ ୪ଟି ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଅନ୍ତର୍ଭୁକ୍ତ ରହିଛି । ଜାତୀୟ ନିରାପତ୍ତା, ବିଦେଶ ନୀତି ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରସାରଣ କରୁଥିବାର ଅଭିଯୋଗ ରହିଛି । ଦେଶର ନିରାପତ୍ତା ଦୃଷ୍ଟିରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଏଭଳି ପଦକ୍ଷେପ ନେଇଛି ।

Advertisment

ଫେକ ନ୍ୟୁଜ ପ୍ରସାରଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଫେକ୍‌ ନ୍ୟୁଜ ପ୍ରସାରଣ କରୁଥିବା ୧୮ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦେଇଛି। ସେହିପରି ଭାରତରେ ଉପଲବ୍ଧ ହେଉଥିବା ୪ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ମଧ୍ୟ ରୋକ ଲଗାଯାଇଛି।

ଏହି ଚ୍ୟାନେଲଗୁଡ଼ିକ କେବଳ ଫେକ ନ୍ୟୁଜ ପ୍ରସାରଣ କରୁ ନଥିଲେ ବରଂ ଭାରତ ବିରୋଧୀ ବିଷୟବସ୍ତୁର ପ୍ରଚାର ପ୍ରସାର ମଧ୍ୟ କରୁଥିଲେ। ମନ୍ତ୍ରଣାଳୟ କହିଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ବିଭିନ୍ନ ଜାତୀୟ ଟିଭି ଚ୍ୟାନେଲର ଲୋଗୋ ଓ ମିଥ୍ୟା ଥମ୍ବନେଲ ବ୍ୟବହାର କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଥିଲେ।

Advertisment

ମନ୍ତ୍ରଣାଳୟ ନୂଆ ଆଇଟି ଆଇନ ୨୦୨୧ରେ ଥିବା ଜରୁରିକାଳୀନ କ୍ଷମତାକୁ ବ୍ୟବହାର କରି ଏପ୍ରିଲ ୪ରେ ୨୨ଟି ନ୍ୟୁଜ ଭିତ୍ତିକ ୟୁଟ୍ୟୁବ ଚ୍ୟାନେଲ, ୩ଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଗୋଟିଏ ନ୍ୟୁଜ ୱେବସାଇଟକୁ ବ୍ଲକ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବ୍ଲକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ମୋଟ ଦର୍ଶକଙ୍କ ସଂଖ୍ୟା ୨୬୦ କୋଟି ଥିଲା। ଚ୍ୟାନେଲଗୁଡ଼ିକ ଫେକ ନ୍ୟୁଜର ପ୍ରସାରଣ କରୁଥିଲେ। ଏହାପରେ ଏଗୁଡ଼ିକ ସୋଶାଲ ମିଡିଆରେ ଭାଇରାଲ କରୁଥିଲେ। ଏପରି ମିଥ୍ୟା ଖବର ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଓ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଥିଲା।

Advertisment

ଭାରତୀୟ ଆର୍ମଡ ଫୋର୍ସ, ଜମ୍ମୁ-କଶ୍ମୀର ଓ ଭାରତ ବିରୋଧୀ ବିଷୟବସ୍ତୁକୁ ଆଧାର କରି ଚ୍ୟାନେଲ ଗୁଡ଼ିକ ନିୟମିତ ମିଥ୍ୟା ଖବର ପ୍ରସାରଣ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଖବର ଗୁଡ଼ିକୁ ପାକିସ୍ତାନରୁ ପରିଚାଳିତ ସୋଶାଲ ମିଡିଆ ଆକାଉଣ୍ଟରୁ ଭାଇରାଲ କରାଯାଉଥିଲା।

ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଫେକ ନ୍ୟୁଜ ପାଇଁ ବିଭିନ୍ନ ପ୍ରତିଷ୍ଠିତ ଜାତୀୟ ଟିଭି ଚ୍ୟାନେଲର ଲୋଗୋ ବ୍ୟବହାର କରୁଥିଲେ। ଏପରି କି ସେମାନଙ୍କର ଉପସ୍ଥାପକ/ଉପସ୍ଥାପିକାଙ୍କ ଫଟୋକୁ ବ୍ୟବହାର କରି ଲୋକଙ୍କ ମନରେ ମିଥ୍ୟା ଖବରରେ ସତ୍ୟତା ରହିଛି ବୋଲି ଗୋଟିଏ ଧାରଣା ସୃଷ୍ଟି କରୁଥିଲେ।

ତେଣୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଆରପି ନ୍ୟୁଜ, ଏଓପି ନ୍ୟୁଜ ଓ ନ୍ୟୁଜ ୨୩ ହିନ୍ଦୀ ଭଳି ୧୮ଟି ଚ୍ୟାନେଲ ବ୍ୟାନ ହୋଇଛି। ସେହିପରି ମନ୍ତ୍ରଣାଳୟ ପାକିସ୍ତାନରୁ ପରିଚାଳିତ DuniyaMeryAagy, Ghulam NabiMadni, HAQEEQAT TV, HAQEEQAT TV 2.0 ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ଉପରେ ରୋକ ଲଗାଇଛି।

Youtube Channel Ban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ