Jharkhand Ropeway Accident
ଝାଡଖଣ୍ଡର ଦେଓଘରରେ ରୋପୱେ କ୍ୟାବିନରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ରେସ୍କ୍ୟୁ ଅପରେସନରେ ଏନଡିଆରଏଫ୍ ଏବଂ ସେନାର ଯବାନ ସାମିଲ ହୋଇଥିବା ବେଳେ ସେନା ହେଲିପର ବି ମୁତୟନ ହୋଇଛି । ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୩ରୁ ଅଧିକ ପର୍ଯ୍ୟଟକ ଫସିରହିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ବାୟୁସେନାର ଦୁଇଟି ଏମଆଇ-୧୭ ହେଲିକର, ଆଇଟିବିପି ଏବଂ ଏନଡିଆରଏଫ୍ ଟିମ୍ ଉଦ୍ୟମ ଜାରି ରଖିଛନ୍ତି ।
ରୋପୱେରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସ୍କ୍ୟୁ ଅପରେସନରେ ଲାଗି ପଡିଛନ୍ତି ବାୟୁସେନାର ଯବାନ । ଡ୍ରୋନ୍ ଜରିଆରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି । ରୋପୱେ କ୍ୟାବିନ୍ ଖସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ୧୦ରୁ ଅଧିକ ଆହତ ହୋଇଛନ୍ତି । ରୋପୱେର ୧୨ଟି କ୍ୟାବିନ୍ ୫ ଶହ ଫୁଟ ଉଚ୍ଚରେ ଝୁଲି ରହିଥିବା ବେଳେ ରବିବାର ଅପରାହ୍ଣରୁ ସେଥିରେ ୪୮ ଜଣ ଫସି ରହିଥିଲେ ।
ରବିବାର ଅପରାହ୍ଣରେ ହଠାତ୍ ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ କ୍ୟାବିନ୍ ଗୁଡିକର ଗତି ଉପରେ ଆଉ ନିୟନ୍ତ୍ରଣ ରହିଲାନି । ଚାହୁଁ ଚାହୁଁ ପରସ୍ପର ସହ ଧକ୍କା ହୋଇ ଖସି ପଡିଥିଲା କିଛି କ୍ୟାବିନ୍ । ସେପଟେ ଘଟଣାର ଟିକିନିଖି ଖବର ଉପରେ ସରକାର ନଜର ରଖିଛନ୍ତି । କାହିଁକି ଓ କିପରି ଏତେବଡ଼ ଅଘଟଣ ଘଟିଗଲା ତାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649733756.jpg)