Advertisment

୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ: ମାଷ୍ଟରମାଇଣ୍ଡ୍‌ ଅବୁ ବକର ଗିରଫ

ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି। ୟୁଏଇରୁ ଭାରତୀୟ ତଦନ୍ତକାରୀ ସଂସ୍ଥା ଅବୁକୁ ଗିରଫ କରିଛି। ଅବୁ ବକରକୁ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ।

1993 Mumbai Bomb Blast

1993 Mumbai Bomb Blast

Advertisment

ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି। ୟୁଏଇରୁ ଭାରତୀୟ ତଦନ୍ତକାରୀ ସଂସ୍ଥା ଅବୁକୁ ଗିରଫ କରିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଅବୁ ବକରକୁ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ। ଏହାପରେ ତାକୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

Advertisment

୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ହେଉଛି ଅବୁ ବକର। ବିସ୍ଫୋରକ ମୁମ୍ବାଇକୁ ଆଣିବା, ବିସ୍ଫୋରଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ବିସ୍ଫୋରଣ ଘଟାଇବା ନେଇ ଟ୍ରେନିଂ ଦେବା, ଦାଉଦ ଇବ୍ରାହିମ୍‌କୁ ଫେରାର କରାଇବ ଭଳି ଘଟଣା ସବୁ ଅବୁ ହିଁ କରିଥିଲା।

ଏପରିକି ପିଓକେରେ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ବି ଚଲାଇଥିଲା ଅବୁ। ଆଉ ସେଠୁ ହିଁ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ନେଇ ସବୁ ଯୋଜନା ପ୍ରସ୍ତୁତ କରିଥିଲା। ୧୯୯୩ ବିସ୍ଫୋରଣ ପରେ ଦେଶ ଛାଡ଼ି ୟୁଏଇ ପଲାଇଥିଲା ଅବୁ। ‌ଏହାପରେ ଅବୁକୁ ଧରିବା ଲାଗି ଭାରତ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା। 

Advertisment

ଶେଷରେ ୨୯ ବର୍ଷ ପରେ ଭାରତୀୟ ଏଜେନ୍ସି ଅବୁକୁ ଧରିବାରେ ସଫଳ ହୋଇଛି। ସୂଚନାଥାଉ କି, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ୨୭୫ ଜଣଙ୍କ ମୃତ୍ୟୁ ହେବା ସହ ୭୧୩ ଜଣ ଗୁରୁତର ଆହତ ହୋଇଥିଲେ।

Mumbai Bomb Blast 1993 Mumbai Bomb Blast Abu Bakar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ