Advertisment

ଗୃହରେ ବିଶୃଙ୍ଖଳା; ୧୯ ସାଂସଦଙ୍କୁ ନିଳମ୍ବିତ କଲେ ଗୃହ ଅଧ୍ୟକ୍ଷ

ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା। ଦରଦାମ ବୃଦ୍ଧି, ଜିଏସ୍‌ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି।

Rajyasabha MP Suspended

Rajyasabha MP Suspended

Advertisment

ସଦନରେ ବିଶୃଙ୍ଖଳା ଆଚରଣ ପାଇଁ ୧୯ ରାଜ୍ୟସଭା ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ସପ୍ତାହର ବାକି ଦିନ ପାଇଁ ସାଂସଦଙ୍କ ନିଲମ୍ବନ କଲେ ଗୃହ ଅଧ୍ୟକ୍ଷ । ନିଲମ୍ବିତ ସାଂସଦମାନେ ହେଲେ ଟିଏମ୍‌ସିର ସୁସ୍ମିତା ଦେବ, ମୌସମ ନୁର, ଶାନ୍ତା ଛେତ୍ରୀ, ଡୋଲା ସେନ୍, ଶାନ୍ତନୁ ସେନ୍, ଅଭିରଞ୍ଜନ ବିଶ୍ୱାର, ମହମ୍ମଦ ନଦିମୁଲ୍ ହକ୍, ଡିଏମ୍‌କେର ଏସ୍. କାନିମୋଜି, ଏମ୍. ହମିଦ୍ ଅବଦୁଲ୍ଲା, ଏସ୍. କଲ୍ୟାଣ ସୁନ୍ଦରମ୍, ଆର. ଗିରିରଞ୍ଜନ, ଏନ୍. ଆର. ଏଲାଙ୍ଗୋ, ଏମ୍. ସମ୍ମୁଗମ, ଟିଆରଏସ୍‌ର ବି. ଲିଙ୍ଗେୟା ଯାଦବ, ଦାମୋଦର ଦିବାକାଣ୍ଡୋ, ରବିହାନ୍ଦ୍ରା ବାଦିରାଜୁ, ସିପିଏମ୍‌ର ଏ ଏ ରହିମ, ଭି. ଶିବଦାସନ, ସିପିଆଇର ପି. ସନ୍ଦୋସ କୁମାର ।

Advertisment

ଏହାପୂର୍ବରୁ ଗତକାଲି ଲୋକସଭାରେ ୪ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ନିଲମ୍ବିତ କରାଯାଇଥିଲା । ଏହି ୪ ଜଣଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ଅପସାରଣ କରାଯାଇଥିଲା । ଦରବୃଦ୍ଧି, ମୁଦ୍ରାସ୍ପୀତିହାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା । ଫଳରେ ସଦନରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଲୋକସଭା ବାଚସ୍ପତି କଂଗ୍ରେସର ମଣିକାମ ଟାଗୋର, ରାମୟା ହରିଦାଶ, ଜୋଠିମଣି ଏବଂ ଟିଏନ ପ୍ରଥାପଡ଼ଙ୍କୁ ନିଲମ୍ବିତ କରିଥିଲେ ।

Parliament Rajyasabha MP Suspended
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ