Advertisment

ଯଦି ବି ଯୁଦ୍ଧ ହୁଏ, ଆମେ ହିଁ ବିଜୟୀ ହେବୁ : ଜେନେରାଲ ନରଭଣେ

LACରେ ଚୀନ୍ ଅନେକ ଭିତ୍ତିଭୂମି ତିଆରି କରିବା ସହ ସୈନ୍ୟ ବି ମୁତୟନ କରିଛି । ଏହା ସ୍ଥାୟୀ କି ନୁହେଁ ତାହା ଆଗକୁ ଦେଖିବା କଥା । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କୋର୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଚାଲିଛି । ଆଗାମୀ ଦିନରେ ଏଥିରେ ଉନ୍ନତି ଆସିବ ବୋଲି ଆଶା କରିଛନ୍ତି ଜେନେରାଲ ନରଭଣେ ।

ଅଦ୍ୟତନ ହୋଇଛି
General Manoj Mukund Naravane

General Manoj Mukund Naravane

Advertisment

ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲରେ ମୁତୟନ ସୈନ୍ୟଙ୍କ ଅପସାରଣ ସେତେବେଳେ କମିବ ଯେତେବେଳେ ଉଭୟ ଭାରତ ଓ ଚୀନ୍‌ର ସୈନ୍ୟବାହିନୀଙ୍କ ମଧ୍ୟରେ ବିଶ୍ୱାସ ବଜାୟ ରହିବ । ଆଜି ବାର୍ଷିକ ସାମ୍ବାଦିକ ସମ୍ମିଳନୀ ଅବସରରେ ଏହି ପ୍ରତିକ୍ରିୟା ରଖିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭଣେ ।

Advertisment

LACରେ ଚୀନ୍ ଅନେକ ଭିତ୍ତିଭୂମି ତିଆରି କରିବା ସହ ସୈନ୍ୟ ବି ମୁତୟନ କରିଛି । ଏହା ସ୍ଥାୟୀ କି ନୁହେଁ ତାହା ଆଗକୁ ଦେଖିବା କଥା । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କୋର୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଚାଲିଛି । ଆଗାମୀ ଦିନରେ ଏଥିରେ ଉନ୍ନତି ଆସିବ ବୋଲି ଆଶା କରିଛନ୍ତି ଜେନେରାଲ ନରଭଣେ ।

ପଶ୍ଚିମ ସୀମାନ୍ତରେ ଥିବା ବିଭିନ୍ନ ଲଞ୍ଚ ପ୍ୟାଡରେ ଆତଙ୍କବାଦୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ବାରମ୍ବାର ସୀମା ସେପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଚେଷ୍ଟା କରାଯାଉଛି । ଏହା ଯେ ଆମର ପଶ୍ଚିମରେ ଥିବା ପଡୋଶୀର ଚକ୍ରାନ୍ତ ତାହା ସ୍ପଷ୍ଟ ହୋଇଯାଇଛି ବୋଲି ନରଭଣେ କହିଛନ୍ତି । ସେହିପରି ଡିସେମ୍ବର ୪ ରେ ନାଗାଲାଣ୍ଡ ଓଟିଂରେ ଘଟିଥିବା ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ସ୍ଥଳସେନାମୁଖ୍ୟ । ଏହାର ଉପଯୁକ୍ତ ତଦନ୍ତ କରାଯାଉଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

Advertisment

ସେନା ଦିବସ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “୧୪ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ବର୍ତ୍ତମାନ ଚାଲିଛି। ମୋର ଆଶା ଆଗାମୀ ଦିନରେ ଆହୁରି ସକାରାତ୍ମକ ଘଟଣା ସବୁ ଘଟିବ। କିନ୍ତୁ ଏବେ ସୀମାରେ ଆଶିଂକ ଡିସଏନଗେଜମେଣ୍ଟ ବା ସେନା ପ୍ରତ୍ୟାହାର ହୋଇଛି। ଏବେ ବି ବିଭିନ୍ନ ସ୍ଥାନରେ ଉଭୟ ଦେଶ ସୈନ୍ୟ ଠୁଳ କରି ରଖିଛନ୍ତି।

ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ। ଚାଇନା ସହ ଡିସଏନଗେଜମେଣ୍ଟ ହୋଇଥିଲେ ମଧ୍ୟ ବିପଦ ହ୍ରାସ ପାଇନି। ଚାଇନା ସୀମାରେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ଯବାନ ଏହାର ଉଚିତ ଜବାବ ଦେଇଛନ୍ତି।”

Advertisment

ସ୍ଥଳସେନା ମୁଖ୍ୟ କହିଛନ୍ତି, ଚାଇନା ସହ କୌଣସି ଯୁଦ୍ଧ ହେଲେ ଭାରତ ବିଜୟୀ ହେବ। ତେବେ ଯୁଦ୍ଧ ସବୁ କଥାର ଶେଷ ପରିଣତି। ଯୁଦ୍ଧ କିମ୍ବା ତିକ୍ତତା ସବୁ ବିଷୟରେ ଶେଷ ପରିଣତି। କିନ୍ତୁ ଯଦି ଏପରି ସ୍ଥିତି ସୃଷ୍ଟି ହୁଏ, ତା’ହେଲେ ଆମେ ହିଁ ଜିତିବୁ। ସୀମା ବିବାଦର ସମାଧାନ ପାଇଁ ଦୀର୍ଘ ମିଆଦି ଯୋଜନା କରିବାକୁ ପଡ଼ିବ। ଯଦି ଏପରି ନ ହୁଏ, ତା’ହେଲେ ଦ୍ୱିପାକ୍ଷିପ ସମ୍ପର୍କରେ ତିକ୍ତତା ଦେଖାଯିବ। ଆମେ ଆମ ସୀମାରେ ବେଶ ସୁଦୃଢ଼ ଭାବେ ରହିଛି। ଆଜିକା ଦିନରେ ରହିଥିବା ସ୍ଥିତାବସ୍ଥା ସବୁବେଳେ ରହିବ। ଆମେ ସବୁବେଳେ ସତର୍କ ହୋଇ ରହିଛୁ ବୋଲି ସେ କହିଛନ୍ତି।

India China Military Talks India-China LAC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ