Hyderbad Girl Scales Africa's Highest Peak
ହାଇଦ୍ରାବାଦ: ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମଞ୍ଜାରୋରେ ଉଡ଼ିଲା ତ୍ରିରଙ୍ଗା। କିଲିମଞ୍ଜାରୋ ଚଢ଼ି ପର୍ବତ ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଛନ୍ତି ହାଇଦ୍ରାବାଦର ୧୩ ବର୍ଷର ଝିଅ ମୁରିକୀ ପୁଲକିତା ହସ୍ଭି। ଏତେ କମ୍ ବୟସରେ କିଲିମଞ୍ଜାରୋ ଚଢ଼ି ଏବେ ଚର୍ଚ୍ଚାରେ ପୁଲକିତା।
ମାତ୍ର ୧୩ ବର୍ଷ ବୟସରେ ମୁରିକୀ ପୁଲକିତା ଆଫ୍ରିକାର ସବୁଠୁ ଉଚ୍ଚ ପାହାଡ଼ କିଲିମଞ୍ଜାରୋ ଶୃଙ୍ଗରେ ଚଢ଼ି ଏବେ ଚର୍ଚ୍ଚାରେ। ଏତେ କମ୍ ବୟସରୁ କିଲିମଞ୍ଜାରୋର ଶୃଙ୍ଗ ଚଢ଼ିବା ଭଳି ବିପଦପୂର୍ଣ୍ଣ ଯାତ୍ରାକୁ ସେ ସଫଳ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି।
ମାଉଣ୍ଟ କିଲିମଞ୍ଜାରୋ ଉଚ୍ଚତା ୧୯ ହଜାର ୩୪୧ ଫୁଟ୍। ରାସ୍ତା ଯେତିକି ରୋମାଞ୍ଚ କର ସେତିକି ବିପଦପୂର୍ଣ୍ଣ। ଟିକେ ଅସାବଧାନତା ହେଲେ ପାହାଡ଼ରୁ ଖସି ଆହତ ହେବାର ଭୟ ବି ଥାଏ। ହେଲେ ଏସବୁକୁ ଖାତିର ନକରି ପାହାଡ଼ ଶୃଙ୍ଗରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇଛନ୍ତି ପୁଲକିତା। ଆଗକୁ ଦୁନିଆର ସବୁଠୁ ଉଚ୍ଚ ୭ଟି ଶୃଙ୍ଗ ଚଢ଼ିବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।
ପାହାଡ଼ରେ ଟ୍ରେକିଂ କରିବାକୁ ସେ ବେଶ୍ ପସନ୍ଦ କରନ୍ତି ବୋଲି ପୁଲକିତା କହିଛନ୍ତି। ଟ୍ରେକିଂ ସମ୍ବନ୍ଧୀୟ କିଛି ଫିଲ୍ମ ଦେଖିବା ପରେ ସେ କିଲିମଞ୍ଜାରୋ ଚଢ଼ିବା ପାଇଁ ଆଗ୍ରହୀ ହୋଇଥିଲେ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637131005.jpg)