12 Students Stuck Inside A Lift In Noida
ନା ବାଜିଲା ଆଲାର୍ମ, ନା ଆସିଲେ କେହି ବଞ୍ଚାଇବାକୁ। ୨୦ ମିନିଟ୍ ପର୍ଯ୍ୟନ୍ତ ଲିଫ୍ଟ ଭିତରେ ଫସି ରହିଲେ ୧୨ ଛାତ୍ର। ନୋଏଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୌତମବୁଞ୍ଜ ନଗର ଜିଲ୍ଲାରେ ବିଟା-୨ ଥାନା ଅନ୍ତର୍ଗତ ଏସ୍,ଲ୍ ଟାୱାରରେ ଶୁକ୍ରବାର ରାତିରେ ୧୨ ଛାତ୍ର ଲିଫ୍ଟ ଭିତରେ ଫସି ଯାଇଥିଲେ। ପ୍ରାୟ ୨୦ ମିନିଟ୍ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
କମର୍ସିଆଲ୍ ବେଲ୍ଟ ସ୍ଥିତ ଏକ କୋଚିଂ ସେଣ୍ଟରର ଏହି ଛାତ୍ରଙ୍କ ଅଭିଯୋଗ ଅନୁସାରେ, ସେମାନେ ଯେତେବେଳେ ଲିଫ୍ଟରେ ଫସି ଯାଇଥିଲେ, ଏହି ସମୟରେ ସେମାନେ ଆଲାର୍ମ ବଜାଇ ଥିଲେ। ହେଲେ ଏହା କାମ କରି ନଥିଲା। ଫଳରେ ଜୀବନ ବଞ୍ଚାଇବା ପାଇଁ ସେମାନେ ଜୋରରେ ଚିତ୍କାର ମଧ୍ୟ କରିଥିଲେ। ହେଲେ କେହିବି ସେମାନଙ୍କ କଥା ଶୁଣି ନଥିଲେ। ଶେଷରେ ଛାତ୍ରମାନେ ଫୋନ୍ କରି କୋଚିଂ ସେଣ୍ଟରର ଶିକ୍ଷକ ଓ ପୋଲିସ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ।
ଖବରପାଇ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ଲିଫ୍ଟ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଲିଫ୍ଟରେ ଫସିଥିବା ଛାତ୍ରଙ୍କ କହିବା ଅନୁସାରେ, ଲିଫ୍ଟରେ ଆଲାର୍ମ ବଟନ୍ କାମ କରୁ ନଥିବାବେଳେ ସିସିଟିଭି ମଧ୍ୟ ଲଗା ଯାଇନଥିଲା। ଅଧିକ ଓଜନ ଯୋଗୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିଛି। ଲିଫ୍ଟରେ ଅଧିକ ଓଜନ ହୋଇଗଲେ ଏହା କାମ କରିନଥାଏ। ସୂଚନାଥାଉ କି, ନୋଏଡାରେ ଲିଫ୍ଟକୁ ନେଇ ଏଭଳି ଅନେକ ସମସ୍ୟା ସାମ୍ନାକୁ ଆସୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1673683723.jpg)